Posted inଖେଳ

ଅଗଷ୍ଟ ଶେଷରେ ଭାରତ, ଦକ୍ଷିଣ ଆଫ୍ରିକା ୩ ଟି୨୦ ଖେଳିବେ

ନୂଆଦିଲ୍ଲୀ,୨୧।୫ (ପି.ଟି.): ଆସନ୍ତା ଅଗଷ୍ଟ ମାସ ଶେଷରେ ଭାରତ ଓ ଦକ୍ଷିଣ ଆଫ୍ରିକା ୩ଟି ଟି୨୦ ମ୍ୟାଚ୍‌ ଖେଳିବେ। ତେବେ କୋଭିଡ-୧୯ ମହାମାରୀ କମିଲେ ଅର୍ଥାତ ନିୟନ୍ତ୍ରଣକୁ ଆସିଲେ ଉଭୟ ଦେଶର ସରକାର ଏହି ସିରିଜ ଆୟୋଜନ ନେଇ ଅନୁମତି ଦେବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ଇଚ୍ଛା ଜାହିର କରିଥିବାରୁ କ୍ରିକେଟ ସାଉଥ୍‌ ଆଫ୍ରିକା ମୁଖ୍ୟ କାର୍ଯ୍ୟନିର୍ବାହୀ ଜ୍ୟାକ୍ୟୁସ ଫାଉଲ୍‌ ବେଶ୍‌ ଉତ୍ସାହିତ ହୋଇଛନ୍ତି। ଅନ୍ୟ ଏକ ନୂଆ ତାରିଖରେ ଏହାକୁ ଆୟୋଜନ କରିବାକୁ ଉଭୟ ପକ୍ଷ ଇଚ୍ଛୁକ ନୁହନ୍ତି ବୋଲି ସେ କହିଛନ୍ତି। ଚୁକ୍ତିକୁ ସମ୍ମାନ ଦେବାକୁ ବିସିସିଆଇ ଚାହୁଁଛି। ପୁଣି ଯଦିବି ଏହି ସିରିଜ୍‌କୁ ଘୁଞ୍ଚାଯାଇଏ ତାହାଲେ ସାମନ୍ୟ ବିଳମ୍ବ ହେବ। ବିସିସିଆଇ ସହିତ ଏ ସଂକ୍ରାନ୍ତରେ ଆମର ଭଲ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି।
ଯଦି ସରକାର ଅନୁମୋଦନ କରନ୍ତି ତା’ହେଲେ ଏହି ସିରିଜ ଆୟୋଜନ ହୋଇପାରେ ବୋଲି ବିସିସିଆଇ ତରଫରୁ କୁହାଯାଇଛି। ପ୍ରଥମେ ଗ୍ରୀନ୍‌ ଜୋନ୍‌ରେ ସବୁ ଖେଳାଳିଙ୍କୁ ଅଣାଯାଇ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯିବ। ଯଦି ସବୁକିଛି ଠିକ୍‌ଠାକ ଚାଲେ ତାହାଲେ ଦକ୍ଷିଣ ଆଫ୍ରିକା ସହିତ ଆମେ ଖେଳିବୁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ସିରିଜ ଆୟୋଜନ ଆଳରେ ବିସିସିଆଇ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଆୟୋଜନ କରିବାନେଇ ଦକ୍ଷିଣ ଆଫ୍ରିକାର ସମର୍ଥନ ମଧ୍ୟ ହାସଲ କରିପାରିବ। ତେବେ ଯଦି ଟି୨୦ ବିଶ୍ୱକପ୍‌ ଆୟୋଜନ ନ ହୁଏ ତେବେ ଅକ୍ଟୋବର- ନଭେମ୍ବରରେ ଏପରି ହେବାର ସମ୍ଭାବନା ରହିଛି।
ଏ ସଂକ୍ରାନ୍ତରେ ଦକ୍ଷିଣ ଆଫ୍ରିକା ସରକାରଙ୍କଠାରୁ ଅନୁମୋଦନ ପାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ଫାଉଲ୍‌ କହିଛନ୍ତି। ଯଦି ଆବଶ୍ୟକ ହୁଏ ରୁଦ୍ଧଦ୍ୱାରରେ ଏହି ମ୍ୟାଚ୍‌ ସବୁ ଆୟୋଜନ ହେବ। ଏହି ଗସ୍ତ ଆମ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। ଭାରତ ଏ ନେଇ ଇଚ୍ଛୁକ ଥିବାରୁ ଆମେ ମଧ୍ୟ ବହୁତ ଉତ୍ସାହିତ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଅନ୍ୟ କ୍ରୀଡ଼ା ଭଲି କ୍ରିକେଟ ମଧ୍ୟ କୋଭିଡ-୧୯ ମହାମାରୀ କାରଣରୁ ପ୍ରଭାବିତ ହୋଇଛି। ମାର୍ଚ୍ଚ ମାସ ପ୍ରାରମ୍ଭରୁ ବିଶ୍ୱରେ କ୍ରିକେଟ ଠପ୍‌ ହୋଇଛି।


All Right Reserved By Dharitri.Com

Posted inଖେଳ View All

ଏସିଆନ କ୍ୱାଲିଫାୟର୍ସ ଫାଇନାଲରୁ ଓହରିଲେ ବିକାଶ

ଅମାନ,୧୧।୩(ପି.ଟି.)- ଅଲିମ୍ପିକ୍‌ ଯୋଗ୍ୟତା ହାସଲକାରୀ ବକ୍ସର ବିକାଶ କ୍ରିଷ୍ଣନ (୬୯ କେଜି)ଙ୍କୁ ଏସିଆ/ଓସେନିଆ କ୍ୱାଲିଫାୟର୍ସରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଆଖିଜନିତ ଆହତ ସମସ୍ୟା...

ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ: ରାହାନେଙ୍କ ଅପରାଜିତ ଶତକ

ଲିନ୍‌କନ,୧୦।୨(ପି.ଟି.)- ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟରେ ଅପରାଜିତ ଶତକ ହାସଲ କରିଛନ୍ତି। ୪ଦିନିଆ...

ଇଞ୍ଜିନିୟରଙ୍କ ଅଭିଯୋଗକୁ ଅନୁଷ୍କାଙ୍କ ଖଣ୍ଡନ

ନୂଆଦିଲ୍ଲୀ,୧।୧୧(ପି.ଟି.)- ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍‌ବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ଚୟନକର୍ତ୍ତା ଚା’ ପରଷି ଥିବା ଭଳି ଗୁରୁତର ଅଭିଯୋଗ...

୭ମ ବିଶ୍ୱ ଟାଇଟଲଠାରୁ ଦୁଇ ପାଦ ଦୂରରେ ମେରୀକମ୍‌

ଉଲାନ-ଉଡେ(ରୁଷିଆ), ୧୦।୧୦: ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀକମ୍‌ ଏଠାରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପର ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ...

ଟେଷ୍ଟରେ ହ୍ୟାଟ୍ରିକ୍‌: ବୁମ୍‌ରା ତୃତୀୟ ଭାରତୀୟ

କିଙ୍ଗଷ୍ଟନ,୧।୯(ପି.ଟି.)- ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଶନିବାର ଦ୍ୱିତୀୟ ଦିବସରେ ପ୍ରଥମ ଇନିଂସରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ...

ଅଷ୍ଟ୍ରେଲୀୟ ଟେନିସ କିମ୍ବଦନ୍ତୀ କୁପରଙ୍କ ପରଲୋକ

ବ୍ରିସ୍‌ବେନ୍‌,୨୨।୫(ଏପି): ଅଷ୍ଟ୍ରେଲୀୟ ଟେନିସ କିମ୍ବଦନ୍ତୀ ଆଶଲେ କୁପର ୮୩ ବର୍ଷରେ ପରଲୋକ ଗମନ କରିଛନ୍ତି। ୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା କୁପର ଦୀର୍ଘଦିନ ଧରି ଅସୁସ୍ଥ...

ବେକ୍‌ହାମଙ୍କ ମତରେ ମେସି ଶ୍ରେଷ୍ଠ

ଲଣ୍ଡନ, ୨୦ା୪: କ୍ରିଷ୍ଟିଆନ ରୋନାଲ୍ଡୋ ଓ ଲିଓନେଲ ମେସିଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଫୁଟ୍‌ବଲ ଖେଳାଳି। ଏହାକୁ ନେଇ ସର୍ବଦା ବିତର୍କ ଲାଗି ରହିଛି। ଏବେ...

ଗିରଫ ହେଲେ ଆଶୀର୍ବାଦ

କଟକ ଅଫିସ,୧୯।୯: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗୁରୁବାର ସକାଳେ ସିବିଆଇ ଗିରଫ କରିଛି।ଭୋରରୁ କଟକ ସ୍ଥିତ ତାଙ୍କ ବାସଭବନରେ ସିବିଆଇ ଚଢ଼ାଉ କରିବା...

Leave a comment

Your email address will not be published. Required fields are marked *