Posted inଖେଳ

ମୌସୁମୀ ପରେ କ୍ରିକେଟ ସମ୍ଭବ: ଜୋହରି

ନୂଆଦିଲ୍ଲୀ,୨୧।୫(ପି.ଟି.): ମୌସୁମୀ ଋତୁ ପରେ କ୍ରିକେଟ ନେଇ କାର୍ଯ୍ୟକଳାପ ଆରମ୍ଭ ହୋଇପାରିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି କହିଛନ୍ତି। ଏହା ହୋଇପାରିଲେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ବାଟ ଫିଟିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଖେଳଳିଙ୍କ ନିରାପତ୍ତା ଓ ସ୍ବାସ୍ଥ୍ୟକୁ ପ୍ରଥମିକତା ଦେବା ଉପରେ ସେ ତାଙ୍କ କଥାକୁ ଦୋହରାଇଛନ୍ତି। କୋଭିଡ-୧୯ ମହମାରୀରୁ ରକ୍ଷା ପାଇବା ପାଇଁ କ’ଣ କରିବାକୁ ହେବ ତାହା ବ୍ୟକ୍ତିଗତ ଭାବେ ଖେଳାଳିମାନଙ୍କ ଉପରେ ଛାଡି ଦିଆଯିବା ଉଚିତ। ନିଜର ସୁରକ୍ଷା ପାଇଁ କ’ଣ କରିବାକୁ ହେବ ସେ ନେଇ ସମସ୍ତଙ୍କର ଅଧିକାର ରହିଛି ବୋଲି ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଜୋହରି କହିଛନ୍ତି। ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀକୁ ଆମେ ସମସ୍ତେ ଅନୁସରଣ କରିବା ଉଚିତ୍‌। ତେବେ ମୌସମୀ ପରେ କ୍ରିକେଟ ବ୍ୟବହାରିକ ଭାବେ ଆରମ୍ଭ ହୋଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଭାରତରେ ମୌସୁମୀର ପ୍ରଭାବ ରହିବ। ଯଦି ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚାଇ ଦିଆଯାଏ ତା’ହେଲେ ଅକ୍ଟୋବର- ନଭେମ୍ବରରେ ଆଇପିଏଲ ଆୟୋଜନ ହେବା ନେଇ ଆକଳନ କରାଯାଉଛି। ପରିସ୍ଥିତି ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି। ସ୍ଥିତି ନିୟନ୍ତ୍ରଣକୁ ଆସିଲେ ସେହି ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ମହାମାରୀ କାରଣରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ କଟକଣା ଲାଗୁ ହୋଇଥିବାରୁ ବିଦେଶୀ ଖେଳାଳି ଆସିବା ସମ୍ଭବ ହେବନି ବୋଲି କୁହାଯାଉଛି। ତେବେ କେବଳ ଭାରତୀୟ ଖେଳାଳିଙ୍କୁ ନେଇ ଆଇପିଏଲ ଖେଳାଯିବା ଯୋଜନାକୁ ସେ ନାପସନ୍ଦ କରିଛନ୍ତି। ତାରକା ବିଦେଶୀ ଖେଳାଳିମାନେ ସାମିଲ ହେଲେ ଆଇପିଏଲ ତା’ର ଚମକ ବଜାୟ ରଖିବାରେ ସଫଳ ହେବ। ତେବେ ସମୟକ୍ରମେ ଧୀରେ ଧୀରେ ସବୁ ସମ୍ଭବ। ସରକାରଙ୍କ ନୂଆ ନିର୍ଦ୍ଦେଶନାମାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଖେଳାଳିମାନଙ୍କର ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ନେଇ ମଧ୍ୟ ଏବେ ଚର୍ଚ୍ଚା ହେଉଛି। ଏହାକୁ ବାଦ୍‌ ଦେଲେ କ୍ରିକେଟ ଆରମ୍ଭ କରିବାକୁ ହେଲେ ଆଗକୁ ବହୁତ କିଛି ଚ୍ୟାେଞ୍ଜେ ରହିଛି। ଅକ୍ଟୋବରରୁ ମେ ପର୍ଯ୍ୟନ୍ତ ଭାରତର ଆଗାମୀ ଲମ୍ବା ଘରୋଇ ସିଜନରେ ୨,୦୦୦ରୁ ଊର୍ଦ୍ଧ୍ୱ ମ୍ୟାଚ୍‌ ଖେଳାଯିବା ନେଇ ବହୁତ ଚ୍ୟାଲେଞ୍ଜ୍‌ ରହିଛି ବୋଲି ଜୋହରି ସ୍ବୀକାର କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଓଡ଼ିଶା ଏଫ୍‌ସିର ଗ୍ରାସ୍‌ରୁଟ୍‌ ପ୍ରୋଗ୍ରାମ ଆରମ୍ଭ

ଭୁବନେଶ୍ୱର, ୧୯।୧୧(ସ୍ପୋଟର୍‌ସ ବ୍ୟୁରୋ)- ତୃଣମୂଳ ସ୍ତରରୁ ଓଡ଼ିଶାରେ ଫୁଟ୍‌ବଲ ଖେଳର ବିକାଶ ଏବଂ ଛାତ୍ରୀଛାତ୍ରମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି ପକ୍ଷରୁ...

ଚେନ୍ନାଇ ଛାଡ଼ିଲେ ଧୋନୀ

ଚେନ୍ନାଇ, ୧୫।୩- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ତ୍ରୟୋଦଶ ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଥିଲା। କିନ୍ତୁ ମାରାତ୍ମକ କରୋନା ଭାଇରସ୍‌ ଲାଗି...

୮ ରନରେ ମାଳଦ୍ୱୀପ ଅଲ୍‌ଆଉଟ ଖାତା ଖୋଲିପାରିଲେନି ୯ଜଣ

ପୋଖରା (ନେପାଳ),୮।୧୨(ପି.ଟି)- ମାଳଦୀପ ମହିଳା କ୍ରିକେଟ ଦଳ ମାତ୍ର ୯ ରନରେ ଅଲଆଉଟ ହୋଇ ଏକ ବିରଳ ତଥା ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି। ଏଠାରେ...

ସୁପର ଓଭରରେ ଭାରତକୁ ଦରକାର ୧୪ ରନ୍‌

ଓ୍ବେଲିଂଟନ,୩୧।୧-ପୂର୍ବ ମ୍ୟାଚ୍‌ ଭଳି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ ମଧ୍ୟ ସୁପର ଓଭରରେ ପ୍ରବେଶ କରିଛି। ସୁପର ଓଭରରେ ନ୍ୟୁଜିଲାଣ୍ଡ...

ଓ୍ବେଷ୍ଟଇଣ୍ଡିଜ ୧୧୭ରେ ଅଲଆଉଟ

କିଙ୍ଗଷ୍ଟନ(ଜାମାଇକା), ୨।୯- ସାବିନା ପାର୍କ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ମାତ୍ର ୧୧୭ ରନ କରି ଅଲଆଉଟ ହୋଇଛି। ମାତ୍ର...

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଆଜିଠାରୁ ମୁକାବିଲା, ଭାଗନେବେ ୧୨ ଦେଶ

କଟକ ଅଫିସ,୧୭ା୭-ବୁଧବାରଠାରୁ କଟକରେ ଆରମ୍ଭ ହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ମହାମୁକାବିଲା। ପ୍ରତିଯୋଗିତା ସ୍ଥଳ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଏଥିପାଇଁ ସମ୍ପୂର୍ଣ୍ଣ...

ଚାମ୍ପିୟନଙ୍କ ସ୍ବାଗତ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଉତ୍ସବ

ଢାକା,୧୦।୨(ପି.ଟି.)- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଭାରତକୁ ୩ ଉଇକେଟରେ ହରାଇ ବାଂଲାଦେଶ ଚାମ୍ପିୟନ ହୋଇଛି। ଯେକୌଣସି ସ୍ତରରେ ବାଂଲାଦେଶ ପାଇଁ ଏହା ପ୍ରଥମ...

ବାର୍ସିଲୋନାରେ ଜାପାନ ମିଡ୍‌ ଫିଲ୍ଡର ଆବେ

ଟୋକିଓ, ୧୨ା୭ (ଏଏଫ୍‌ପି): ଜାପାନର ଆଟାକିଂ ମିଡ୍‌ ଫିଲ୍ଡର ହିରୋକି ଆବେ ଏଫ୍‌ସି ବାର୍ସିଲୋନାରେ ଯୋଗ ଦେବେ। ଶୁକ୍ରବାର ସେ ନିଜେ ଏ ସମ୍ପର୍କରେ ସୂଚନା...

Leave a comment

Your email address will not be published. Required fields are marked *