Posted inଭଦ୍ରକ

ବନ୍ତ ବଜାର ଚଳଚଞ୍ଚଳ: ସୂଚନା ନ ଥିବା ଯୋଗୁ ଦ୍ୱନ୍ଦରେ ବ୍ୟବସାୟୀ

ବନ୍ତ,୨୧।୫(ଡି.ଏନ୍‌.ଏ.)-କରୋନା ମହାମାରୀ ମୁକାବିଲା ପାଇଁ ଗତ ମାର୍ଚ୍ଚ ଶେଷ ସପ୍ତାହଠାରୁ ଦେଶରେ ଲକଡାଉନ ଜାରି ରହିଛି। ସେହିଦିନଠାରୁ ଭଦ୍ରକ ଜିଲା ବନ୍ତ ବଜାରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। ପରେ କେନ୍ଦ୍ର ସରକାର ୪ର୍ଥ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଟକଣା ଲାଗୁ କରିଛନ୍ତି। ଗୁରବାର ବନ୍ତ ବଜାରର ସମସ୍ତ ଦୋକାନ ଖୋଲା ରହିଛି। ଶୁକ୍ରବାର ସାବିତ୍ରୀ ବ୍ରତ ଥିବାରୁ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ମାତ୍ର ଦୋକାନ ଖୋଲିବା ନେଇ ବ୍ୟବସାୟୀମାନେ ଦ୍ୱନ୍ଦରେ ପଡିଛନ୍ତି। ଜିଲା ପ୍ରଶାସନସ୍ତରରେ ପ୍ରତ୍ୟେକ ରିଟେଲ୍‌ ସପ୍‌ ସକାଳ ୭ଟାରୁ ସା ୬ଟା ଏବଂ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ୍‌ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ହୋଇଛି। ଏପରିସ୍ଥଳେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଡାକବାଜି ଯନ୍ତ୍ର ସହାୟତାରେ ବ୍ୟବସାୟୀମାନଙ୍କୁ ଦିଆଯାଇ ନାହିଁ। ଫଳରେ ବନ୍ତ ବ୍ଲକର ବିଭିନ୍ନ ବଜାରର ବ୍ୟବସାୟୀମାନେ ଦ୍ୱନ୍ଦରେ ପଡିଛନ୍ତି। ବ୍ୟବସାୟୀମାନେ କହିଛନ୍ତି, ଆମେ ଦୋକାନ ଖୋଲିବା ପରେ ପ୍ରଶାସନ ଆସି ଦୋକାନ ବନ୍ଦ କରିବ ଏବଂ ଆମ ଉପରେ ଜରିମାନା ଲାଗୁ କରିବ। ତେଣୁ ବ୍ଲକ ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଦୋକାନ ଖୋଲାଯିବା ସମ୍ପର୍କରେ ସୂଚନା ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି।


All Right Reserved By Dharitri.Com

ଯୁବକଙ୍କୁ ମାଡମାରି ୩ ଗିରଫ

ଆରଡି, ୧୫ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ ସନ୍ତରା ଗ୍ରାମର ଜଣେ ଯୁବକକୁ ମାଡମାରି ୨ ଜଣ ପୁରୁଷ ଓ...

କରୋନା ଆକ୍ରାନ୍ତ ଚିହ୍ନଟ ପରେ ୫ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା

ଭଦ୍ରକ ଅଫିସ,୧୫ା୫: ଶୁକ୍ରବାର ଭଦ୍ରକ ଜିଲାରେ ୬ ଜଣ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ଏହାପରେ ପ୍ରଶାସନ ପକ୍ଷରୁ ୫ଟି କ୍ୱାରାଣ୍ଟାଇନ୍‌ ସେଣ୍ଟର ଏବଂ ଏହାର...

ଭଦ୍ରକ ଜିଲାପାଳଙ୍କ ନିର୍ଦ୍ଦେଶନାମା: ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଗଣିବେ ୫୦୦ ତଣ୍ଡ

ଭଦ୍ରକ ଅଫିସ – ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ତଣ୍ଡ ଗଣିବେ ୫୦୦ ଟଙ୍କା। ଏନେଇ ଭଦ୍ରକ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ...

ଗଛ କଟାକୁ ବିରୋଧ: କାଠ ଜବତ କଲା ବନ ବିଭାଗ

ଧାମନଗର,୩୧।୧୦(ଡି.ଏନ.ଏ.):ଧାମନଗର ବ୍ଲକ ଭଗବାନପୁର ନୋଡାଲ ବିଦ୍ୟାଳୟ ପରିସରରେ ଏକ ପୁରୁଣା ଗଛକୁ ବିନା ଅନୁମତିରେ କାଟିବା ଅଭିଯୋଗ ହୋଇଛି। ଖବର ପାଇ ବନ ବିଭାଗ ତରଫରୁ...

ଅଚେତ ଅବସ୍ଥାରେ ଅପହୃତା ଛାତ୍ରୀ ଉଦ୍ଧାର

ଭଦ୍ରକ ଅଫିସ/ ବନ୍ତ, ୭ା୮(ସ୍ବ.ପ୍ର.)- ଭଦ୍ରକ ଜିଲା ଆଗରପଡା ଥାନା ଅଞ୍ଚଳରୁ ୟୁନିଫର୍ମ ପିନ୍ଧି ସ୍କୁଲ ଯାଉଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ମଙ୍ଗଳବାର ଅପହରଣ...

ଜରୁରୀ ସେବାରେ ନିୟୋଜିତ ପୋଲିସଙ୍କୁ ସମ୍ମାନ: ଉତ୍ପାଦିତ କ୍ଷୀର ପୋଲିସକୁ ପ୍ରଦାନ କଲେ ଗୋପାଳ

ବନ୍ତ,୨୭ା୩(ଡି.ଏନ୍‌.ଏ.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ଏଭଳି ପରିସ୍ଥିତିରେ ଜରୁରୀ...

୩ ଲକ୍‌ଡାଉନ୍‌ ନିୟମ ଊଲ୍ଲଂଘନକାରୀଙ୍କ ନାମରେ ମାମଲା

ବନ୍ତ, ୮ା୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଧୀନ କେନ୍ଦୁଆପଦା ଓ ତୋଡଗାଁ ବଜାରରେ ସୋମବାର ୩ ଜଣ ଦୋକାନୀ ଲକ୍‌ ଡାଉନ୍‌ ଆଇନ...

ଗାନ୍ଧୀ ଜୟନ୍ତୀ: ପ୍ଲାଷ୍ଟିକ୍‌ ବର୍ଜନ ନେଇ ଶୋଭାଯାତ୍ରା

ବନ୍ତ,୨।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରମାନେ ପ୍ଲାଷ୍ଟିକ ବର୍ଜନ...

Leave a comment

Your email address will not be published. Required fields are marked *