ଘରେ ରହି ‘ମ୍ୟାନ୍ସ ଓ୍ବାର୍ଲଡ ଇଣ୍ଡିଆ’ ମାଗାଜିନର କଭର ଗର୍ଲ ହେଲେ ତାପସି

ମୁମ୍ବାଇ: ଲକ୍‌ଡାଉନ ପାଇଁ ଏବେ ପ୍ରାୟ ସବୁ ସେଲିବ୍ରିଟି ଘରେ ବନ୍ଦ ହୋଇ ରହିଛନ୍ତି। ତେବେ ଏହି ସମୟରେ ଘରେ ବନ୍ଦ ହୋଇ ରହି ମଧ୍ୟ ‘ମ୍ୟାନ୍ସ ଓ୍ବାର୍ଲଡ ଇଣ୍ଡିଆ’ ମାଗାଜିନର କଭର ଗର୍ଲ ହୋଇପାରିଛନ୍ତି ବଲିଉଡ୍‌ ନାୟିକା ତାପସି ପନ୍ନୁ। ଏହାର ମେ’ ମାସର ମାଗାଜିନ ପାଇଁ କଭର ଫଟୋ ତାପସି ନିଜ ଘରେ ଶୁଟ୍‌ କରିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସେ ଏହା ଶେୟାର କରିବା ପରେ ଏକଥା ଜଣାପଡିଛି।

ଫଟୋ ଶେୟାର କରି ତାପସି ଲେଖିଛନ୍ତି, ଲକ୍‌ଡାଉନ ସମୟରେ ଯେତେବେଳେ ଆପଣ ଷ୍ଟାଇଲିଷ୍ଟ, ଫଟୋଗ୍ରାଫର, କନସେପ୍ଟ ଡିଜାଇନର, ଫଟୋ ଏଡିଟର, ଆର୍ଟ ଡାଇରେକ୍ଟରଙ୍କ ସହ ଅଛନ୍ତି ତା’ର ଆଉଟ୍‌ ପୁଟ୍‌ ଏହାହିଁ ହେବ। ତେବେ କ୍ୱାରାଣ୍ଟାଇନ ଫଟୋ ସିରିଜ ପାଇଁ ହେୟାର ମେକଅପ୍‌ ଓ ବାଲାନସିଂର କ୍ରେଡିଟ ସେ ନିଜେ ନେବେ ବୋଲି କହିଛନ୍ତି। ତେବେ ଫଟୋ ଶୁଟ୍‌ ପାଇଁ ସବୁ ସଟ୍‌ସର କନସେପ୍ଟ ଓ ଡିଜାଇନ ଦେବକିଙ୍କୁ ଦିଆଯିବ। ଯିଏକି ତାପସିଙ୍କ ଷ୍ଟାଇଲିଷ୍ଟ ଓ ସିଷ୍ଟର ଇନ୍‌ ଲ ବୋଲି ଜଣାପଡିଛି। ଲକ୍‌ଡାଉନ ସମୟରେ ଏମାନେ ଦୁହେଁ ଏକାଠି ସମୟ କାଟୁଛନ୍ତି। ତେବେ ଏହି ମାଗଜିନର କଭର ପେଜ୍‌ ଫଟୋ ଶୁଟ୍‌ ପାଇଁ ତାପସିଙ୍କ ଘରର ପ୍ରତିଟି କୋଣ ଯେମିତିକି କିଚେନ, ବାଥରୁମ, ଲିଭିଙ୍ଗ ରୁମ୍‌, ବାଲକୋନି ଯେଉଁଠି ଯେଉଁଠି ତାପସି ଲକ୍‌ଡାଉନରେ ସମୟ କାଟିଛନ୍ତି ସେସବୁକୁ ବଛାଯାଇଥିବା ବେଳେ ଏହାକୁ କିନ୍ତୁ ପରେ କପଡାରେ ଢାଙ୍କି ଦିଆଯାଇଛି।


All Right Reserved By Dharitri.Com

ସୁପର ଓଭରରେ ଭାରତର ବିରଳ ବିଜୟ: କବିତା ଲେଖି ଦଳକୁ ଶୁଭେଚ୍ଛା ଜଣାଇଲେ ଅମିତାଭ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ କ୍ରିକେଟର ଜଣେ ବଡ଼ ପ୍ରଶଂସକ। ଟିକିଏ ସମୟ ପାଇଲେ ସେ ଖେଳ ଦେଖିବାକୁ ଭଲପାଆନ୍ତି। ସେ ଭାରତୀୟ କ୍ରିକେଟ...

କରୋନା ଯୋଦ୍ଧାଙ୍କ ପାଇଁ ୫ କୋଟି ଟଙ୍କା ଦାନକଲେ ଉର୍ବଶୀ

କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍‌ କଳାକାର। ଏହି ତାଲିକାରେ ସାମିଲ ହୋଇଛନ୍ତି...

ବିରାଟଙ୍କ ଏହି ଗୁଣ ମୋତେ ଆଶ୍ଚର୍ଯ୍ୟ କରିଛି: ଅନୁଷ୍କା

ଆଇସିସି ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏବେ ଖୁବ୍‌ ଆଲୋଚନା ଚାଲିଛି। ସାଥୀ ଖେଳାଳି ରୋହିତ ଶର୍ମାଙ୍କ...

ସୁପରହିଟ୍‌ ଫିଲ୍ମର କିଛି ଭୁଲ ଦୃଶ୍ୟ

ବଲିଉଡ୍‌ରେ ପ୍ରତି ଶୁକ୍ରବାର କିଛି ନା କିଛି ଫିଲ୍ମ ରିଲିଜ୍‌ ହୋଇଥାଏ। ସେଥିମଧ୍ୟରୁ କିଛି ସିନେମା ବକ୍ସ ଅଫିସରରେ ଭଲ ବ୍ୟବସାୟ କରୁଥିବା ବେଳେ ଆଉ...

ଅକ୍ଷୟଙ୍କ ପାରିଶ୍ରମିକ ୧୨୦ କୋଟି

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ପାରିଶ୍ରମିକ ମୂଲ୍ୟ ଏବେ ବୃଦ୍ଧି ପାଇଛି। ସେ ତାଙ୍‌କ ଅପ୍‌ କମିଂ ଫିଲ୍ମ ପାଇଁ ୧୨୦ କୋଟି...

ବାଜି ମାରିଲା ‘ରାଜି’

ମୁମ୍ବାଇ,୧୯।୯: ବଲିଉଡ୍‌ର ସବୁଠାରୁ ବଡ ଆଓ୍ବାର୍ଡ ମଧ୍ୟରେ ଗଣା ଯାଉଥିବା ଏକ ଆଓ୍ବାର୍ଡ ହେଉଛି ଇଣ୍ଟରନ୍ୟାଶନାଲ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ ଆଓ୍ବାର୍ଡ ବା (ଆଇଆଇଏଫ୍‌ଏ) ଆଇଫା।...

ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଅକ୍ଷୟ ଦାନକଲେ ୨୫ କୋଟି

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର୍‌ ଅକ୍ଷୟ କୁମାର କରୋନା ପ୍ରଭାବିତଙ୍କ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସ୍ବାମୀଙ୍କ ଏପରି...

ବିଗ୍‌ବସ୍‌ ପରେ ଏବେ ପରଦାରେ ‘ପାହିରା’ ଯୋଡ଼ି

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ର ଆଉ ଏକ ଯୋଡ଼ି ‘ପାହିରା’। ଅଭିନେତା ପାରସ ଛାବଡା-ମାହିରା ଶର୍ମାଙ୍କ ଯୋଡ଼ି ଏବେ ପରଦାରେ ନଜରକୁ ଆସିବ। ଉଭୟଙ୍କ କିଛି ଫଟୋ...

Leave a comment

Your email address will not be published. Required fields are marked *