Posted inଭଦ୍ରକ

ଅମ୍ଫନ ପ୍ରଭାବ: ଚାନ୍ଦବାଲି ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ

ଚାନ୍ଦବାଲି,୨୧ା୫(ଡି.ଏନ.ଏ.)-ବାତ୍ୟା ଅମ୍ଫନ ପ୍ରଭାବରେ ଚାନ୍ଦବାଲିର ସମସ୍ତ ଅଞ୍ଚଳରେ ମଙ୍ଗଳବାର ସାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛ। କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡ଼ିବା ସହ ତାର ଛିଣ୍ଡି ଯାଇଛି। ତେବେ ବୁଧବାର ସାରେ ବିଭାଗ ପକ୍ଷରୁ ସ୍ଥିତି ସ୍ବାଭାବିକ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଅଧିକାଂଶ ଅଞ୍ଚଳ ଗୁରୁବାର ସୁଦ୍ଧା ଅନ୍ଧାରରେ ରହିଛି। ଫଳରେ ପାଇପ ଯୋଗେ ପାନୀୟ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ୧୫ଟି ଜେନେରେଟର ଯୋଗେ ବିଭିନ୍ନ ପଞ୍ଚାୟତର ପାଣି ପ୍ରକଳ୍ପର ପମ୍ପକୁ ଚାଲୁ କରିବାକୁ ଉଦ୍ୟମ କରାଯାଇଛି। ତେନ୍ତୁଲିଡିହି, ଭାଟପଡା, ବଡଓସ୍ତିଆ, ମହୁଲିଆ, ଉତୁକୁଡା ପଞ୍ଚାୟତରେ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଣ ହୋଇଛି। ସେହିପରି ଚାନ୍ଦବାଲି ଏନଏସିରେ କେତେକ ୱାର୍ଡରେ ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଣ କରାଯାଇଛି।


All Right Reserved By Dharitri.Com

ସ୍ବୀକୃତି ମିଳିନି, ସଙ୍ଗୀତ ଦେଇଛି ଜୀବନ

ବନ୍ତ,୧୮।୩ (ସ୍ବ.ପ୍ର.)-ତାଙ୍କ ଚେହେରା, ବେଶଭୂଷା ବେଶ୍‌ ନିଆରା। ସକାଳୁ ସକାଳୁ ନାଲି ପୋଷାକ ରଙ୍ଗର ପରିଧାନ ପିନ୍ଧି ମଥାରେ ନାଲି ପଗଡ଼ି ଓ କାନ୍ଧରେ ନାଲି...

ଓଭରଲୋଡିଂ ଗାଡ଼ି ଚଳାଚଳ ଉପରେ କଟକଣା: ବଜାର ଅଞ୍ଚଳରେ ୬ ଘଣ୍ଟା ବନ୍ଦ

ବନ୍ତ, ୨୮।୧୧(ଡି.ଏନ.ଏ.)-ଭଦ୍ରକ-ଆନନ୍ଦପୁର ୫୩ ନଂ. ରାଜ୍ୟ ରାଜପଥର ବନ୍ତ ବଜାର ଅଞ୍ଚଳରେ ଗତ କିଛିଦିନ ଧରି ଓଭରଲୋଡିଂ ଗାଡ଼ି ଚଳାଚଳକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ...

କରୋନା ଆକ୍ରାନ୍ତ ଚିହ୍ନଟ ପରେ ୫ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା

ଭଦ୍ରକ ଅଫିସ,୧୫ା୫: ଶୁକ୍ରବାର ଭଦ୍ରକ ଜିଲାରେ ୬ ଜଣ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ଏହାପରେ ପ୍ରଶାସନ ପକ୍ଷରୁ ୫ଟି କ୍ୱାରାଣ୍ଟାଇନ୍‌ ସେଣ୍ଟର ଏବଂ ଏହାର...

‘ଗ୍ରାମାଞ୍ଚଳ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରାଯିବ’

ଭଦ୍ରକ ଅଫିସ, ୧୮ା୧୨- ଗ୍ରାମାଞ୍ଚଳରେ ଶିକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ କରାଯିବ। ଏଥିଲାଗି ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଗ୍ରାମାଞ୍ଚଳ ଶିଶୁଙ୍କୁ ଶିକ୍ଷାଭିମୁଖୀ କରିବା...

ରାଜସ୍ବ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

ଭଣ୍ଡାରିପୋଖରୀ,୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲର ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ଏବଂ ଆର୍‌ଆଇ ରାମନାରାୟଣ ସାମଲଙ୍କୁ ବାଲିମାଫିଆମାନେ ମଞ୍ଜୁରୀରୋଡ୍‌ସ୍ଥିତ ରାଜସ୍ବ କାର୍ଯ୍ୟାଳୟରେ ପଶି...

ସମବାୟ ବ୍ୟାଙ୍କ ସମ୍ମୁଖରେ ବୀମାରୁ ବଞ୍ଚିତ ଚାଷୀଙ୍କ ଧାରଣା

ତିହିଡ଼ିି,୬।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦପା ଗ୍ରାମର ଶତାଧିକ ଚାଷୀ ଶୁକ୍ରବାର ପୂର୍ବାହ୍ନରେ ତିହିଡ଼ିସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ...

ଦାଉସାଧିଲା ବ୍ରଜପାତ: ପୋଡ଼ିଗଲା ଟ୍ରାନ୍ସଫର୍ମର, ଅସହ୍ୟ ଗରମରେ ଉପଭୋକ୍ତା

ବନ୍ତ,୧୨ା୪(ଡି.ଏନ୍‌.ଏ): କରୋନା ଲକ୍‌ଡାଉନ୍‌ ଓ ଗ୍ରୀଷ୍ମ ପ୍ରବାହ ବେଳେ ବଜ୍ରପାତ ସାଧାରଣ ଲୋକଙ୍କ ପାଇଁ ଦାଉସାଧିଛି। ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡ଼ି ଯିବାରୁ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ...

ବନ୍ଧା ପଡିଛି ମଣିଷ ପଣିଆ: ଆହାରକେନ୍ଦ୍ର ଶେଷ ଠିକଣା

ଚାନ୍ଦବାଲି,୬ା୧୧(ଡି.ଏନ.ଏ.)-ଆଖିକୁ ଭଲ ଦେଖାଯାଉ ନ ଥିବା ଜଣେ ୯୦ ବର୍ଷର ବୃଦ୍ଧାଙ୍କୁ କେହି ଆଣି ଭଦ୍ରକ ଜିଲା ଚାନ୍ଦବାଲି ଏନଏସି ଆହାର କେନ୍ଦ୍ର ବାରଣ୍ଡାରେ ସୋମବାର...

Leave a comment

Your email address will not be published. Required fields are marked *