ଭୂମିହୀନ କୃଷକଙ୍କୁ ନିଜ ଫାର୍ମ ହାଉସରେ କାମ କରିବାର ସୁଯୋଗ ଦେଲେ ଜୁହି

ମୁମ୍ବାଇ: ପରିବେଶ ପ୍ରେମୀ କଳାକାରଙ୍କ ଭିତରେ ଜଣେ ହେଉଛନ୍ତି ବଲିଉଡ୍‌ ନାୟିକା ଜୁହି ଚାଓ୍ବଲା। ଏବେ କରୋନା ଭାଇରସ ପାଇଁ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଭୂମିହୀନ କୃଷକଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କରିଛନ୍ତି ଏହି ନାୟିକା। ସୂଚନା ମୁତାବକ, ମୁମ୍ବାଇଠାରୁ କିଛି ଦୂରରେ ଜୁହିଙ୍କର ଏକ ଫାର୍ମ ହାଉସ ବା ଚାଷ କରିବାକୁ କିଛି କ୍ଷେତ ରହିଛି। ଯେଉଁଠାରେ ବିଶେଷଜ୍ଞଙ୍କ ଦ୍ୱାରା ଜୈବିକ ଚାଷର ଅଭ୍ୟାସ କରାଯାଉଛି। ଏବେ ଏହି ସମୟରେ ସେଠାରେ ଧାନ ଚାଷ କରିବାକୁ ଭୂମିହୀନ କୃଷକମାନଙ୍କୁ ଏକ ସୁଯୋଗ ଦେଇଛନ୍ତି ଜୁହି। ନିକଟରେ ଏକ ଓ୍ବେବସାଇଟରେ ଦେଇଥିବା ସାକ୍ଷାତ୍‌କାରରେ ଜୁହି ଏହା କହିଛନ୍ତି। ସେ କହିଛନ୍ତି ଏହି ସମୟରେ ଭୂମିହୀନ କୃଷକମାନେ ତାଙ୍କ କ୍ଷେତରେ ଧାନ ଚାଷ କରିବା ସହ ଏହାର କିଛି ଅଂଶ ସେମାନେ ସେମାନଙ୍କ ପାଇଁ ରଖିପାରିବେ। ତେବେ ଏହା କୌଣସି ନୂଆ କଥା ନୁହେଁ ପୂର୍ବକାଳରେ ମଧ୍ୟ ଏପରି କରାଯାଉଥିଲା ବୋଲି ଜୁହି ମତ ଦେଇଛନ୍ତି। ତେବେ ଜୁହିଙ୍କ ଚାଷ ଚମିରେ ଚାଷ କରିବା ସମୟରେ କେବଳ ଜୈବିକ ପଦାର୍ଥରେ ଚାଷ କରାଯିବ ଯେମିତି କୌଣସି ରାସାୟନିକ ଜମି ମଧ୍ୟକୁ ପ୍ରବେଶ ନ କରେ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ନାୟିକା ଜୁହି ଚାଓ୍ବଲା। ଏବେ ଲକ୍‌ଡାଉନ ଯୋଗୁ ସମସ୍ତେ ଏକ ପ୍ରକାର ଘରେ ବନ୍ଦ ଥିବା ବେଳେ ଜୁହିଙ୍କ ଏଭଳି ଚିନ୍ତାଧାରାକୁ ଅନେକେ ପ୍ରଶଂସା କରିଛନ୍ତି।


All Right Reserved By Dharitri.Com

ନାରୀକୈନ୍ଦ୍ରିକ ଫିଲ୍ମ ଦେଖି ଦେଖି ଚିଡି ଗଲେଣି, କାହିଁକି ଏମିତି କହିଲେ ଅକ୍ଷୟ କୁମାର

ବଲିଉଡରେ ଖିଲାଡି ଅକ୍ଷୟ କୁମାରଙ୍କ ଏବେ ରାଜ୍‌ ଚାଲିଛି। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ସେ ଦର୍ଶକଙ୍କୁ ଦେଇଚାଲିଛନ୍ତି। ନିକଟରେ ତାଙ୍କ ଅଭିନୀତ ‘ମିଶନ୍‌...

ଦିବ୍ୟା ଭାରତୀଙ୍କ ମୃତ୍ୟୁ ପରେ ଶ୍ରୀଦେବୀଙ୍କୁ ମିଳିଥିଲା ‘ଲାଡ୍‌ଲା’

ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଦିବ୍ୟା ଭାରତୀ। ୧୯୯୨ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବିଶ୍ୱତ୍ମା’ରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ।୧୯୭୪ ଫେବୃଆରୀ ୨୫ରେ ଜନ୍ମଗ୍ରହଣ କରିଥିବା...

ପାରିଶ୍ରମିକ ପାଇଁ..

ଯାହା ଘଟିଗଲା ତାହାକୁ ସହଜରେ ହଜମ କରିପାରୁନାହାନ୍ତି କ୍ରିତି ସାନନ। କଥା କ’ଣ କି, ନିକଟରେ ଜଣେ ନବାଗତ ପ୍ରଯୋଜକ ତାଙ୍କୁ ନିଜ ଫିଲ୍ମରେ ସାଇନ୍‌...

ରଣବୀରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ ଦୀପିକା, ପ୍ରଶଂସକ କଲେ ଟ୍ରୋଲ୍‌

ବିଗତ ଦିନରେ ଦୀପିକା ପାଦୁକୋନ୍‌ ଏବଂ ରଣବୀର କପୁରଙ୍କ ପ୍ରେମସମ୍ପର୍କକୁ ନେଇ ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ପରେ ବ୍ରେକ୍‌ଅପ୍‌କୁ ନେଇ ମଧ୍ୟ ଚର୍ଚ୍ଚା ଜୋର...

ସଲମାନ୍‌ଙ୍କ ପିଛା ଛାଡୁନି ବୁଲା କୁକୁର

ବଲିଉଡ୍‌ର ଭାଇଜାନ୍‌ ସଲମାନଙ୍କ ପିଛା ଛାଡିଲାନି ବୁଲା କୁକୁର। କଥାଟା ଅଡୁଆ ଲାଗୁଥିଲେ ମଧ୍ୟ ସତ। ନିକଟରେ ସଲମାନ ଆଇଫା ଆଓ୍ବାର୍ଡରେ ଭାଗ ନେବା ଅବସରରେ...

ଫିଟ୍‌ ରହିବା ଲାଗି ସାଇକେଲ ଚଲାଏ

ଓଡ଼ିଆ କଣ୍ଠଶିଳ୍ପୀ ଆର୍‌.ଏସ୍‌. କୁମାର ସବୁବେଳେ ଫିଟ୍‌ନେସ ଉପରେ ଗୁରୁତ୍ୱ ଦିଅନ୍ତି। ବିଭିନ୍ନ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ବର୍ଷସାରା ରାଜ୍ୟ ତଥା ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲେ...

ଐଶ୍ଚର୍ଯ୍ୟା କ‘ଣ ପୁଣି ଗର୍ଭବତୀ !

ମୁମ୍ବାଇ: ନିକଟରେ ଅଭିଷେକ ବଚ୍ଚନ ନିଜ ଟୁଇଟର ହ୍ୟାଣ୍ଡେଲରେ ପ୍ରଶଂସକଙ୍କୁ ଏକ ସରପ୍ରାଇଜ୍‌ ଦେବାକୁ କହିଥିଲେ। ସେନେଇ ପ୍ରଶଂସକଙ୍କ ମଧ୍ୟରେ ନାନା କଳ୍ପନାଜଳ୍ପନା ଜାରି ରହିଥିଲା।...

‘ପାଗଲପନ୍ତି’ରେ ଜନ୍‌ ଆବ୍ରାହମ

ମୁମ୍ବାଇ: କପ୍‌-ଡ୍ରାମା ଏବଂ ଆକ୍ସନ ଫିଲ୍ମ ପରେ ଜନ୍‌ ଆବ୍ରାହମ୍‌ଙ୍କୁ ଆଗାମୀ କମେଡି ଫିଲ୍ମ ‘ପାଗଲପନ୍ତି’ରେ ଦେଖିବାକୁ ମିଳିବ। ଉକ୍ତ ଫିଲ୍ମ ଚଳିତ ବର୍ଷ ଶେଷଭାଗରେ...

Leave a comment

Your email address will not be published. Required fields are marked *