ପଞ୍ଜୀକରଣ ପରେ ବି ପ୍ରବାସୀଙ୍କ ଫେରିବା ବାଟ ଫିଟୁନି: ଭୋକ ଉପାସରେ ପଡ଼ିରହିଛନ୍ତି ଆନ୍ଧ୍ରରେ

ବାଲିଗୁଡ଼ା,୨୧ା୫(ଡି.ଏନ୍‌.ଏ.): ସମଗ୍ର ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଦିନକୁ ଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଏଭଳି ସ୍ଥିତିରେ ପେଟପାଟଣା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ଦୁର୍ଦ୍ଦଶା ମଧ୍ୟ ସରୁନି l ଲକ୍‌ଡାଉନ ଅବଧି ପୁଣି ବୃଦ୍ଧି ପାଇଥିବାରୁ ଗାଡ଼ିମୋଟର ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି l କମ୍ପାନୀ ବନ୍ଦ ରହିଥିବାରୁ କାମଧନ୍ଦା ବି ବନ୍ଦ ରହିଛି। ଫଳରେ ଖାଇବାକୁ ନ ପାଇ ଭୋକଉପାସରେ ପଡ଼ିରହିଛନ୍ତି। ଏନେଇ ଶ୍ରମିକଙ୍କ ପରିବାର ପକ୍ଷରୁ ପଞ୍ଚାୟତ ଅଫିସରେ ପଞ୍ଜୀକରଣ ସରିଛି।
ପ୍ରକାଶଯେ, କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡର କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଶିର୍ତ୍ତିଗୁଡ଼ା ପଞ୍ଚାୟତର ୧୩ ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶ ଚିତୋର ଜିଲାର ଶ୍ରୀସିଟି ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ ବିଲଡିଂ ନିର୍ମାଣ କାମରେ ୬ ମାସହେବ ନିୟୋଜିତ ଥିଲେ। ଲକ୍‌ଡାଉନ୍‌ ଯୋଗୁ ସେମାନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି l ଗାଁକୁ ଫେରିଆସିବାକୁ ସେମାନେ ଏକ ଭିଡିଓ ମାଧ୍ୟମରେ ଓଡ଼ିଶା ସରକାର ଓ ଜିଲା ପ୍ରଶାସନଙ୍କୁ ନିବେଦନ କରିଛନ୍ତି l ସେପଟେ ପରିବାର ଲୋକେ ବି ପ୍ରବାସୀଙ୍କୁ ଫେରାଇ ଆଣିବାକୁ ଓଡ଼ିଶା ସରକାର ଓ କନ୍ଧମାଳ ପ୍ରଶାସନଙ୍କୁ ନିବେଦନ କରିଛନ୍ତି l ଓଡ଼ିଶା ସରକାର ମଧ୍ୟ ପ୍ରବାସୀଙ୍କ ସମସ୍ୟା ସମାଧାନ ପାଇଁ ସବୁ ରାଜ୍ୟରେ ନୋଡାଲ ଅଫିସର ନିଯୁକ୍ତି କରଛନ୍ତି l କିନ୍ତୁ ସମସ୍ୟାର ସମାଧାନ ହୋଇପାରୁନି। ପ୍ରବାସୀଙ୍କ ଫେରିବା ଆଶା କ୍ଷୀଣ ହେଉଛି l ଯାହା ଫଳରେ ଅସନ୍ତୋଷ ପ୍ରକାଶ ପାଉଛି l


All Right Reserved By Dharitri.Com

ଦଲାଲ୍‌ଙ୍କ କବ୍‌ଜାରେ ଜିଲା ମୁଖ୍ୟ ଚିକିତ୍ସାଳୟ : ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ

ନୟାଗଡ଼ ଅଫିସ,୩୦ା୯: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଶନିବାର ରାତିରେ ଜଣେ ମହିଳା ପିଲା ଚୋରି...

ସପ୍ତାହେ ହେଲା ବ୍ରାହ୍ମଣୀଗାଁ ଅଞ୍ଚଳରେ ବିଦ୍ୟୁତ, ମୋବାଇଲ ସେବା ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୧୧।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ସମେତ ଦାରିଙ୍ଗବାଡ଼ିରେ ଗତ କିଛିଦିନ ହେଲା ମୋବାଇଲ ସେବା ବାଧାପ୍ରାପ୍ତ ହୋଇଛି। ବ୍ରାହ୍ମଣୀଗାଁ ସମେତ...

ତିନିଦିନ ହେଲା ସ୍କୁଲରେ ତାଲା, ଡିଇଓ କହିଲେ ଜାଣିନାହିଁ

କେନ୍ଦୁଝର, ୨୭ା୨(ସ୍ବ.ପ୍ର.): ସରକାର ଉତ୍ତମ ଶିକ୍ଷାଦାନ ପାଇଁ ବିଭିନ୍ନ ଯୋଜନା ଲାଗୁ କରୁଥିବା ବେଳେ କେନ୍ଦୁଝରରେ ଉପଯୁକ୍ତ ତଦାରଖ ଅଭାବରୁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି...

ଆଧୁନିକତାର ସ୍ପର୍ଶ ଅପେକ୍ଷାରେ କାଠ କଣ୍ଢେଇ

କେନ୍ଦୁଝର, ୯।୯(ସ୍ବ.ପ୍ର.)-କାଠ କଣ୍ଢେଇ ସହ ସେ ବିତାଇଛନ୍ତି ଜୀବନର ଅନେକ ବୟସ। ବୁଝିଛନ୍ତି କାଠ କଣ୍ଢେଇ ମନର କଥା। ଆଧୁନିକତାର ରଙ୍ଗ ମାଖି ପୁରୁଣା କାଠ...

ଶିକ୍ଷକଙ୍କୁ ନିଲମ୍ବନ ପ୍ରତିବାଦ: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଦେବଗଡ଼,୧୧।୯(ଡି.ଏନ୍‌.ଏ.): ଜିଲା ତିଲେଇବାଣି ବ୍ଲକ ଅଧୀନ ସାମନ୍ତରା ପାଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ବିନା କାରଣରେ ନିଲମ୍ବନ କରାଯାଇଛି। ଏହାକୁ ପ୍ରତିବାଦ କରି...

ହାତକଡ଼ି ସହ ଅଭିଯୁକ୍ତ ଚମ୍ପଟ ଘଟଣା: ୨ ପୋଲିସ ନିଲମ୍ବିତ

ଚାନ୍ଦବାଲି, ୧୦।୧୦ (ଡି.ଏନ.ଏ.)- ଏକ କମେଣ୍ଟ ମାରିବା ଘଟଣାରେ ଗିରଫ ଜଣେ ଅଭିଯୁକ୍ତଙ୍କୁ ଭଦ୍ରକ ଜେଲକୁ ନିଆଯାଉଥିଲା। ରାସ୍ତାରେ ବାଇକ୍‌ରୁ ଡେଇଁ ହାତକଡ଼ି ସହିତ ଅଭିଯୁକ୍ତ...

ଶ୍ରୀ ମେଟାଲିକ୍ସ କାରଖାନା ପରିସର ସାନିଟାଇଜ୍‌

କେନ୍ଦୁଝର, ୧୩ା୪ (ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ ଚାଲିଛି ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ବିଶୋଧନ। ସମସ୍ତ ପବ୍ଲିକ ଯାତାୟାତ ଅଫିସ, ସ୍ଥାନ ଆଦିକୁ ବିଶୋଧନ କରାଯାଇଛି।...

ଲକ୍‌ଡାଉନକୁ ନେଇ ବସ୍ତା ପ୍ରଶାସନର ବୈଠକ: ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବସ୍ତା,୨୬।୩(ଡି.ଏନ୍‌.ଏ): କରୋନା ମୁକାବିଲା ଲାଗି ଲକ୍‌ଡାଉନ୍‌ ଘୋଷଣା ପରେ ଏହାକୁ କଡ଼ାକଡି ଭାବେ କାର୍ଯ୍ୟକାରୀ କରାଯାଉଛି। ଏ ନେଇ ବୁଧବାର ଅପରାହ୍ନରେ ବାଲେଶ୍ୱର ଜିଲା ବସ୍ତା...

Leave a comment

Your email address will not be published. Required fields are marked *