ଛତ୍ରପୁର ବିଡିଓଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ; ଏନ୍‌ଏସ୍‌ଏ ଲଗାଇବାକୁ ଓଏଏସ୍‌ ସଂଘର ଦାବି

ଛତ୍ରପୁର, ୨୧।୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କୁ ଆକ୍ରମଣ ଓ ହତ୍ୟା ଧମକ ମାମଲାରେ ସମ୍ପୃକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ପଞ୍ଚାୟତ ଅଧୀନ ତେଲୁଗୁନୂଆଗାଁର ବାପି ଦାସ ଓରଫ ସରୋଜ ଦାସ।

ଅପରପକ୍ଷରେ ଗୁରୁବାର ପୂର୍ବାହ୍ନରେ ଗଞ୍ଜାମ ଜ଼ିଲା ଓଏଏସ୍‌ ସଂଘର ଏକ ବୈଠକ ସଭାପତି ତଥା ଅତିରିକ୍ତ ଜ଼ିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ବିଡିଓଙ୍କୁ ଆକ୍ରମଣ ନେଇ ପ୍ରତିବାଦ ସହ ସଂଘ ପକ୍ଷରୁ ନିନ୍ଦା କରାଯାଇଥିଲା ପରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସ୍‌ପି ବ୍ରିଜେଶ କୁମାର ରୟଙ୍କୁ ଭେଟି ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଏନ୍‌ଏସ୍‌ଏ( ଜାତୀୟ ନିରାପତ୍ତା ଆଇନ ), ମହାମାରୀ ଆଇନ ୧୮୯୭, ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଓ କୋଭିଡ -୧୯ ନିୟମ ୨୦୨୦ ଲଗାଇବାକୁ ସଂଘ ପକ୍ଷରୁ ଦାବି ହୋଇଛି। ସେହିପରି ଛତ୍ରପୁର ବିଡିଓଙ୍କୁ ପିଏସ୍‌ଓ ପ୍ରଦାନ, କୋଭିଡ -୧୯ ସରିବା ପର୍ଯ୍ୟନ୍ତ ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ପିଏସ୍‌ଓ ପ୍ରଦାନ, ବିଡ଼ିଓ ଏନେ୍‌ଫୋର୍ସମେଣ୍ଟରେ ଗଲାବେଳେ ଆବଶ୍ୟକୀୟ ପୋଲିସ ଫୋର୍ସ ବ୍ୟବସ୍ଥା ଏବଂ ଜଣେ ପ୍ରଶାସନିକ ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ମୋବାଇଲ ଟିମ୍‌ କ୍ୱାରେଣ୍ଟାଇନ ସେଣ୍ଟର ପରିଦର୍ଶନ କରିବା ଦାବି ରହିଛି। ବିଡ଼ିଓଙ୍କ ଏତଲା କ୍ରମେ ଏକ ମାମଲା ( ନଂ. ୬୨/୨୦) ରୁଜୁ କରାଯିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ସମ୍ପୃକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

ପ୍ରକାଶଯୋଗ୍ୟ, ଛତ୍ରପୁର ବିଡ଼ିଓ ଓ ତହସିଲଦାର ଅଗସ୍ତିନୂଆଗାଁ ପଂଚାୟତରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର ପରିଦର୍ଶନ କରିବାକୁ ଯାଉଥିବାବେଳେ ନିକଟରେ ୨୦ ରୁ ଉର୍ଦ୍ଧ୍ୱ ଯୁବକ କ୍ରିକେଟ ଖେଳୁଥିବା ଦେଖିବାକୁ ପାଇଥିଲେ। ସେମାନେ କୋଭିଡ ନିୟମ ଉଲଂଘନ କରୁଥିବା, ମାସ୍କ ପିନ୍ଧି ନ ଥିବା ଓ ସାମାଜିକ ଦୂରତା ନ ଥିବା ଦେଖି ବିଡିଓ ତାଙ୍କୁ ତାଗିଦ କରିଥିଲେ । ହଠାତ ବାପି ଓ ଅନ୍ୟମାନେ ଅସଭ୍ୟ ଭାଷା କହି ଷ୍ଟମ୍ପରେ ବିଡ଼ିଓ ଙ୍କୁ ଆକ୍ରମଣ କରିଥିଲେ । ଏଥିସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ନିକଟରେ ଥିବା ତହସିଲଦାର ଓ ବିଡ଼ିଓ ଙ୍କ ଡ୍ରାଇଭର ତାଙ୍କୁ ଉଦ୍ଧାର କରିଥିଲେ।


All Right Reserved By Dharitri.Com

ବଲାଙ୍ଗୀରରେ ୧୪ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି, ୨ ସୁସ୍ଥ

ବଲାଙ୍ଗୀର ଅଫିସ, ୨୬ା୫: ବଲାଙ୍ଗୀର ଜିଲାରେ ମଙ୍ଗଳବାର ୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ବଲାଙ୍ଗୀର ମ୍ୟୁନିସିପାଲିଟି ଅଞ୍ଚଳର ୭ଜଣ ରହିଛନ୍ତି। ଏହି ସଂକ୍ରମିତ...

ମୋବାଇଲ ଚାର୍ଜ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଯୁବକ ମୃତ

ବଲାଙ୍ଗୀର ଅଫିସ/ଦେଓଗାଁ, ୧୬।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ବରକାନୀ ଗାଁରେ ୧୧ କେଭି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି...

ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ

ବୌଦ୍ଧ, ୨୮ା୪(ସ୍ବ.ପ୍ର): ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। କରୋନା କଟକଣା ଯୋଗୁ ସଂଘ କାର୍ଯ୍ୟାଳୟ ପରିସରରେ ଜିଲା...

କର୍ଲାମୁଣ୍ଡାରେ ୭୧ ତମ ସାଧାରଣତନ୍ତ୍ର ଦିବସ

କର୍ଲାମୁଣ୍ଡା,୨୬।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ହସ୍ପିଟାଲ ପଡ଼ିଆଠାରେ କର୍ଲାମୁଣ୍ଡା ସଦର ପଞ୍ଚାୟତ ପକ୍ଷରୁ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି।...

୨୦ ବଛର ହେଲା ଆବେଦନ କରିଆସୁଛନ୍‌: ଭତାରୁ ବଁଚିତ୍‌ ୯୦ ବଛରିଆ ବୁରୁଧ୍‌

  ଦେଓଗାଁ,୨୮ା୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଦେଓଗଁା ବ୍ଲକ ରାମଚନ୍ଦ୍ରପୁର ପଁଚେତ୍‌ ଲୁହାଖାନା ଗଁାର ୯୦ ବଛ୍‌ରିଆ ବୁରୁଧ୍‌ ମଧୁ ପଟେଲ। ବଏସର ଶେଷ ମୁଡ଼ସାକେ ପୁହୁଁଚି...

ଦାଦାପୁଅ ଭାଇଙ୍କ ଗଳା କାଟି ହତ୍ୟା: ଅଭିଯୁକ୍ତ ଥାନାରେ ଅଟକ

ବୁଗୁଡ଼ା,୨୭ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ବୁଗୁଡ଼ା ସହର ଉପକଣ୍ଠ ବେତାରସିଙ୍ଗରେ ଶୁକ୍ରବାର ବିଳମ୍ବିତ ରାତିରେ ଦାଦାପୁଅ ଭାଇଙ୍କ ଗଳା ଓ ପେଟରେ ଛୁରି ଭୁସି ବଡ଼ବାପା ପୁଅ ହତ୍ୟା...

୧୫ କେଜି ଗଞ୍ଜେଇ ଜବତ, ବ୍ୟବସାୟୀ ଗିରଫ

ସୋର/ବାହାନଗା, ୩୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭୋତ୍ରା ଓ ସୋର ଅବକାରୀ ଥାନାର ସବ୍‌ଇନ୍ସପେକ୍ଟର କୁଳମଣି ମହାରଣାଙ୍କ ନେତୃତ୍ୱରେ...

ମଦ ଛଡ଼ାଇ ଆଣି ପୋଡ଼ିଲେ ଉତ୍ତ୍ୟକ୍ତ ମହିଳା

ହାତୀଓଟ,୪ା୧୧: ପୋଲସରା ବ୍ଲକ ମନ୍ଦାର ଗ୍ରାମପଞ୍ଚାୟତର ମାଳତିବାଡ଼ିରେ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ଗତ ଗୁରୁବାର ଗ୍ରାମର ୧୦ଟି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ...

Leave a comment

Your email address will not be published. Required fields are marked *