ରାତି ପାହିଲେ ସାବିତ୍ରୀ: ଫଳ ଦୋକାନରେ ଅସମ୍ଭାଳ ଭିଡ଼, ଦର ଆକାଶଛୁଆଁ

ପାଟଣା,୨୧ା୫(ସ୍ବ.ପ୍ର.): ରାତି ପାହିଲେ ସାବିତ୍ରୀ ବ୍ରତ। ଏନେଇ କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ତୁରୁମୁଙ୍ଗା ଓ ସାହାରପଡ଼ା ବଜାରସ୍ଥିତ ଫଳ ଦୋକାନଗୁଡିକରେ ଗୁରୁବାର ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି । ଚଳିତବର୍ଷ ଜ୍ୟୋଷ୍ଠ ମାସରେ ଗୁଳୁଗୁଳି ବଢ଼ି ନ ଥିବାରୁ ସ୍ବାଭାବିକ ଭାବେ ଆମ୍ବ, ପଣସ ଓ ଲିଚୁ ଆଦି ସ୍ଥାନୀୟ ଅଞ୍ଚଳରେ ପାଚିପାରି ନାହିଁ। ଏପଟେ ଲକ୍‌ଡାଉନ୍‌ କଟକଣା ଯୋଗୁ ଚଢ଼ା ଦରରେ ବାହାର ରାଜ୍ୟରୁ ଆମ୍ବ , ଲିଚୁ, କଦଳୀ, ସେଓ ଏବଂ ଅଙ୍ଗୁର ଆସୁଥିବାରୁ ଫଳ ଦର ମଧ୍ୟ ଢେର ଅଧିକ ରହିଥିବା ଜଣେ ଫଳଦୋକାନୀ ପ୍ରକାଶ କରିଛନ୍ତି। ପାଟଣା ଅଞ୍ଚଳରେ ଆମ୍ବ କିଲୋପିଛା ୧୦୦-୧୨୦, ସେଓ ୧୦୦-୨୦୦, ଅଙ୍ଗୁର ୧୨୦-୧୪୦, ଲିଚୁ ୧୪୦-୧୬୦ରେ ବିକ୍ରି ହେଉଛି।


All Right Reserved By Dharitri.Com

ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ମାମଲା: ଦୋଷୀଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୧୯।୧୨-ଜଣେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଜିଲା ଦ୍ୱିତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ସୁବାଷ କୁମାର...

ବାଲୁକାକଳାରେ ମହାଶିବରାତ୍ରିର ଶୁଭେଚ୍ଛା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୧।୨: ଆଜି ମହାଶିବରାତ୍ରି। ଭଗବାନ ଶିବଙ୍କ ଉପାସନା ଲାଗି ଉଦ୍ଦିଷ୍ଟ ଏହି ଦିନଟିକୁ ପାଳନ କରିବାକୁ ଉତ୍ସବମୁଖର ହୋଇଉଠିଛି ବିଭିନ୍ନ ଶୈବପୀଠ। ଏହି ଅବସରରେ...

ଦାରିଙ୍ଗବାଡିରେ ୧୫ ସିଆରସିସି ନିଯୁକ୍ତି

ଦାରିଙ୍ଗବାଡି,୨୯।୫(ଡି.ଏନ.ଏ)- ଦାରିଙ୍ଗବାଡି ବ୍ଲକର ୨୫ ପଞ୍ଚାୟତ ଅଞ୍ଚଳରେ ୧୫ ସିଆରସିସି ପଦବୀ ଦୀର୍ଘଦିନ ହେଲା ଖାଲି ପଡିଥିଲା। ଚଳିତବର୍ଷ ଶିକ୍ଷାବର୍ଷ ଆରମ୍ଭରୁ ଏହା ପୂରଣ କରାଯାଇ...

ଶିମିଳିପାଳ ଜଙ୍ଗଲରୁ ୨ ଶିକାରୀ ଗିରଫ: ମାଂସ, ଧନୁ, ତୀର ଜବତ

ଠାକୁରମୁଣ୍ଡା, ୨୮।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ମଣ୍ଡଳଝରୀ ବିଟ ଶିମିଳିପାଳ କମ୍ପାର୍ଟମେଣ୍ଟ ନଂ-୩ ସଂରକ୍ଷିତ ଜଙ୍ଗଲରୁ ସମ୍ବର ମାଂସ ସହ ୨ ଶିକାରୀଙ୍କୁ ବନ...

ଜୀବନବିନ୍ଦୁ ମାଧ୍ୟମରେ ୩୧ ୟୁନିଟ୍‌ ରକ୍ତ ସଂଗୃହୀତ

ଚମ୍ପୁଆ, ୨।୫(ଡି.ଏନ.ଏ.)-ଚମ୍ପୁଆ ବ୍ଲକ ଫର୍ଶଳା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ ମାଧ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ...

ଆନ୍ଦୋଳନ ପରେ କାର୍ଯ୍ୟକାରୀ ହେଲା ଜେରିଆଟିକ୍‌ ୱାର୍ଡ

ଅନୁଗୋଳ ଅଫିସ, ୨୭।୮ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ସୋମବାର ସାମାଜିକ କର୍ମୀମାନେ ଧାରଣା ଦେଇଥିଲେ। ବିଶେଷକରି ଜେରିଆଟିକ୍‌ ୱାର୍ଡ ଖୋଲିବା ଏକ...

ବୋହୂଙ୍କୁ ମାଡ଼ମାରି ଶ୍ୱଶୁର ଗିରଫ

ବାଲିଅନ୍ତା,୨୮।୭(ଡି.ଏନ୍‌.ଏ.)- ଘରୋଇ କଳହକୁ ନେଇ ବୋହୂଙ୍କୁ ଗାଳିଗୁଲଜ ସହ ମାଡ଼ମାରିବା ଅଭିଯୋଗରେ ବାଲିଅନ୍ତା ପୋଲିସ ରବିବାର ଜଣେ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ପାଟଣା,୧।୫(ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ସହ ଦେଶ ଓ ରାଜ୍ୟ ଲଢେଇ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପାଟଣା ସ୍ଥିତ ବୈତରଣୀ ମହିଳା ମିଶନ ଶକ୍ତିର...

Leave a comment

Your email address will not be published. Required fields are marked *