ହୀରା ପଥର କାରବାରକୁ ନେଇ ଗୁଳିମାଡ଼ ଘଟଣା: ୪ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି/ଚିକିଟି, ୧୪ା୬ (ଡି.ଏନ.ଏ.)- ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ବୀରସିଂହ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ହୀରା ପଥର କାରବାରକୁ କେନ୍ଦ୍ରକରି ଗତ ୬ ତାରିଖ ଅପରାହ୍ନରେ ସୁବାସ ପଣ୍ଡାଙ୍କୁ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ଗୁରୁବାର ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଜରଡ଼ା ଥାନା ମର୍ଦ୍ଦରାଜପୁର ଗ୍ରାମର ମାଧବ ପାଣିଗ୍ରାହୀ, ପାତ୍ରପୁର ଗ୍ରାମର ଏ. ସନ୍ତୋଷ, ବ୍ରହ୍ମପୁର ହାଉସିଂ ବୋର୍ଡ କଲୋନୀର କେ. ପ୍ରଦୀପ ସୁବୁଦ୍ଧି ଓ ଗୋସାଇଁ ନୂଆଗାଁର ହିମାଂଶୁ ସାହୁ। ଅଭିଯୁକ୍ତଙ୍କ ନିକଟରୁ ଏକ କଳା ରଙ୍ଗର ବୁଲେଟ (ନଂ ଏପି୩୦ଏଲ୮୨୯୯) ଜବତ କରାଯାଇଛି। ଥାନା ମାମଲା ନଂ.୧୦୮/୧୯ରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୬ ଜଣ ଫେରାର ଅଛନ୍ତି। ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କା ଥିବାରୁ ସେମାନଙ୍କ ନାଁ ଓ ଠିକଣା ଗୋପନ ରଖାଯାଇଛି। ଗୁରୁବାର କେ.ନୂଆଗାଁ ଥାନା ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛିି ଯେ, ଘଟଣା ଦିନ ସୁବାସ ନିଜ ଘରେ ଖାଇ ବସିଥିଲେ। ତାଙ୍କ ପାଖରେ ଥିବା ୧୦ଟି ହୀରା ପଥର କିଣିବା ପାଇଁ ବ୍ୟବସାୟୀ ଆସିଛନ୍ତି ବୋଲି କହି ଅଭିଯୁକ୍ତ ସନ୍ତୋଷ ଏବଂ ତାଙ୍କ ସମ୍ପର୍କୀୟ ମାଧବ ଘରୁ ଡ଼ାକି ନେଇଥିଲେ। ଗାଁ ଶେଷ ମୁଣ୍ଡରେ ୨ ଜଣ ଅଣ ଓଡ଼ିଆ ହୀରା ବ୍ୟବସାୟୀ ଓ ଅନ୍ୟ ୮ ଜଣ ଅଜଣା ବ୍ୟକ୍ତି ଉପସ୍ଥିତ ଥିଲେ। ବ୍ୟବସାୟୀଦ୍ୱୟ ହୀରାପଥରଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରଥବଲେ ମଧ୍ୟ ଦର ଛିଡ଼ି ପାରି ନ ଥିଲା। ତେଣୁ ସୁବାସ ହୀରା ପଥର ରଖିଥିବା ମୁଣି ଧରି ଘରକୁ ଫେରୁଥିଲେ। ଘର ଠାରୁ ପ୍ରାୟ ୫ ଶହ ମିଟର ଦୂର ଶିବ ମନ୍ଦିର ନିକଟରେ ବାଇକରେ ପିଛା କରି ଆସିଥିବା ଜଣେ ଅଜଣା ଦୁର୍ବୃତ୍ତ ସୁବାସଙ୍କୁ ଅଟକାଇଥିଲେ। ଅଭିଯୁକ୍ତମାନେ ସେଠାରେ ସୁବାସଙ୍କୁ ଘେରିଯିବା ସହ ସେ ଧରିଥିବା ମୁଣିକୁ ଜବରଦସ୍ତ ଛଡ଼େଇ ନେଇଥିଲେ। ଜଣେ ଦୁର୍ବୃତ୍ତ ସୁବାସଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ସୁବାସ ଘରକୁ ଦୌଡ଼ିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଚିକିଟି ଓ ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା ନିଆଯାଇଥିଲା। ଆଖି ପତ୍ତା ଉପର ଦେଇ ଗୁଳି ଯାଇଥିବାରୁ ଅସ୍ତ୍ରୋପଚାର କରାଯାଇଥିଲା। ତଥାପି ବାମ ଆଖିଟି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଏ ନେଇ ସୁବାସଙ୍କ ଝିଅ ପ୍ରିୟଙ୍କା ପଣ୍ଡାଙ୍କ ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି। ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଅତିରିକ୍ତ ଏସପି ମାୟାଧର ସେଠୀ, ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସମେତ କେ.ନୂଆଗାଁ ଥାନା ଆଇଆଇସି ମାଧବାନନ୍ଦ ନାୟକ ଉପସ୍ଥିତ ଥିଲେ। ହୀରା ପଥର ଅସଲି କି ନକଲି ପଚାରିବାରୁ ଫେରାର ଅଭିଯୁକ୍ତଙ୍କ ନିକଟରୁ ଉକ୍ତ ପଥର ଜବତ ହେବା ପରେ ପରୀକ୍ଷା କରାଯିବ ବୋଲି ତଦନ୍ତକାରୀ ପୋଲିସ ଏସଆଇ ଜ୍ଞାନ ସେଠୀ କହିଛନ୍ତି। ଅନ୍ୟପକ୍ଷରେ ସୁବାସ ରାୟଗଡ଼ା ନିକଟ ଏକ ନଦୀରେ ଗାଧୋଉଥିବା ବେଳେ ୧୦ଟି ହୀରା ପଥର ପାଇଥିଲେ ବୋଲି ସେ ବୟାନ ଦେଇଥିବା ପୋଲିସ କହିଛି।


All Right Reserved By Dharitri.Com

ହରିକୃଷ୍ଣପୁରରେ ଦୋଳପୂର୍ଣିମା, ପାଞ୍ଜିପଢ଼ା

ଶେରଗଡ଼,୧୦ା୩(ଡି.ଏନ.ଏ.)-ଶେରଗଡ଼ ନିକଟସ୍ଥ ହରିକୃଷ୍ଣପୁର ଗ୍ରାମରେ ସୋମବାର ଦୋଳପୂର୍ଣିମା ଓ ପାଞ୍ଜିପଢ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଧା କୃଷ୍ଣଙ୍କୁ ଦୋଳ ବିମାନରେ ବସାଯାଇ ଗ୍ରାମ...

ଲୁଟ୍‌ର ଶିକାର ହେଉଛନ୍ତି ଫାଇନାନ୍ସ କର୍ମଚାରୀ

ଛତ୍ରପୁର,୮ା୮(ଡି.ଏନ.ଏ)-ବିଭିନ୍ନ ସମୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ନିକଟସ୍ଥ ବ୍ୟାଙ୍କକୁ ଟଙ୍କା ନେଇ ଗଲାବେଳେ ଲୁଟର ଶିକାର ହେଉଥିବା ନ ନଜିର ରହିଛି ା କମ୍ପାନୀ...

କରୋନା ଭୂତାଣୁ ମୁକାବିଲା ପାଇଁ ବିଶୋଧକ ସ୍ପ୍ରେ

ଗଞ୍ଜାମ,୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁର ମୁକାବିଲା ପାଇଁ ସ୍ଥାନୀୟ ଏକ କମ୍ପାନୀ ପକ୍ଷରୁ ଗଞ୍ଜାମ ଜିଲା ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ବିଶୋଧକ (ସୋଡିୟମ ହାଇପୋ...

କାଗଜପତ୍ର ଜବତ କଲା ପୋଲିସ: ଜାଲ ସାର୍ଟିଫିକେଟ୍‌ ଦେଇ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ

ଛତ୍ରପୁର,୧୩ା୨(ଡି.ଏନ.ଏ)-ଜାଲ ସାର୍ଟିଫେକେଟ ଦେଇ ଅନେକ ଶିକ୍ଷୟିତ୍ରୀ, ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଜଣାପଡ଼ିବା ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାର ସମସ୍ତ...

କଳା, ବାଣିଜ୍ୟ ବିଭାଗ ଭାଷା ପରୀକ୍ଷାରେ ୭ ମାଲପ୍ରାକ୍ଟିସ୍‌

ବ୍ରହ୍ମପୁର ଅଫିସ,୫ା୩ – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାର ଦ୍ୱିତୀୟ ଦିନ ବୁଧବାର କଳା ଓ ବାଣିଜ୍ୟ ବିଭାଗର...

ଅସୁସ୍ଥ ସ୍ବାମୀଙ୍କୁ ମେଡିକାଲରୁ ପାଇଲେନି ସ୍ତ୍ରୀ

ପାତ୍ରପୁର,୧୬ା୭(ଡି.ଏନ୍‌.ଏ.)-ଜରଡ଼ା ଥାନା ଅନର୍ଗତ ପାତ୍ରପୁର ଗ୍ରାମ ସାଗର ସାହିର ତ୍ରିନାଥ ସୁବୁଦ୍ଧି ଜ୍ୱରରେ ପୀଡିତ ଥିବାରୁ ରବିବାର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ...

ଭିକାରୀ ହତ୍ୟା ଘଟଣା, ୨ ଅଭିଯୁକ୍ତ ଗିରଫ

ଖଲ୍ଲିକୋଟ,୭ା୬(ଡି.ଏନ.ଏ.)- ଖଲ୍ଲିକୋଟ କେଶପୁର ବଜାର ହନୁମାନ ମନ୍ଦିର ନିକଟରେ ଗତ ୧୬ ତାରିଖ ରାତିରେ ଭିକାରୀ ତରେଇଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ୨...

ଗିରଫ ବିସ୍ଥାପିତଙ୍କୁ ବିନା ସର୍ତ୍ତରେ ଖଲାସ କରାଯାଉ

ବ୍ରହ୍ମପୁର ଅଫିସ,୧ା୮-ଟାଟା କମ୍ପାନୀ ଅଭିଯୋଗରେ ପୋଲିସ ଗିରଫ କରି ବିଚାର ବିଭାଗ ହାଜତକୁ ପଠାଇଥିବା ବିସ୍ଥାପିତ ପରିବାରର ୭୮ ଜଣଙ୍କୁ ଅବିଳମ୍ବେ ବିନା ସର୍ତ୍ତରେ ଖଲାସ...

Leave a comment

Your email address will not be published. Required fields are marked *