ଅମ୍ଫନ୍‌ ବାତ୍ୟା ଯୋଗୁ ଭାରତ-ବାଂଲାଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ପ୍ରଭାବିତ ହେବା ଆଶଙ୍କା: ୟୁନିସେଫ୍‌

ଜେନେଭା,୨୧।୫: ବୁଧବାର ଅମ୍ଫନ୍‌ ବାତ୍ୟା ଭାରତ ଏବଂ ବାଂଲାଦେଶରେ ତାଣ୍ଡବ ରଚିଛି। ବାତ୍ୟା ଯୋଗୁ ଭାରତ ଏବଂ ବାଂଲାଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏନେଇ ୟୁନିସେଫ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ପଶ୍ଚିମବଙ୍ଗରେ ୫କୋଟି ଲୋକ ଅମ୍ଫନ୍‌ ଯୋଗୁ ପ୍ରଭାବିତ ହେବେ। ସେହିପରି ଏଠାରେ କୋଟିଏ ୬୦ ଲକ୍ଷ ଶିଶୁଙ୍କୁ ଖାଦ୍ୟ ସହିତ ଅନ୍ୟାନ୍ୟ ସାମଗ୍ରୀର ଅଭାବର ସମ୍ମୁଖୀନ ହେବାକୁ ପଡ଼ିବ। ବାଂଲାଦେଶର କୋକ୍ସ୍‌ ବଜାରରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରର ୮ ଲକ୍ଷ ୫୦ ହଜାର ଶରଣାର୍ଥୀଙ୍କ ବାସସ୍ଥାନ ଉଜୁଡ଼ି ଯିବା ଦ୍ୱାରା ସ୍ଥିତି ସଙ୍କଟ ଜନକ ହେବ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଜାତିସଂଘ ପକ୍ଷରୁ ଏନେଇ ୧୭ ଶହ ଭ୍ରାମ୍ୟମାଣ ରିଲିଫ୍‌ ଟିମ୍‌କୁ ନିଯୋଜିତ କରାଯାଇଥିବା ୟୁନିସେଫ୍‌ର ଦକ୍ଷିଣ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଜିନ୍‌ ଗୌଘ୍‌ କହିଛନ୍ତି। ବାଂଲାଦେଶରେ ୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିବାବେଳେ ୨୦ ଲକ୍ଷ ଲୋକ ଅଧିକ ପରିମାଣରେ ପ୍ରଭାବିତ ହୋଇଥିବାର ଆକଳନ କରାଯାଇଛି।


All Right Reserved By Dharitri.Com

ଗୋଟିଏ ଏଫ୍‌-୩୫ ଯୁଦ୍ଧ ବିମାନ ବଦଳରେ କିଣାଯାଇ ପାରିବ ୩୨୪୪ ଆଇସିୟୁ ଶଯ୍ୟା: ଭାରତର ପ୍ରତିରକ୍ଷା ଖର୍ଚ୍ଚ ୫.୪ ଲକ୍ଷ କୋଟି

ଷ୍ଟକ୍‌ହୋମ୍‌,୩୦।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବା ସମ୍ଭବ ହୋଇପାରୁ ନାହିଁ।...

ଭାରତୀୟ କଳାକାରଙ୍କ ବିଜ୍ଞାପନକୁ ବନ୍ଦ କଲା ପାକିସ୍ତାନ

ଇସଲାମାବାଦ,୧୬।୮: ଏବେ ଭାରତୀୟ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ବିଜ୍ଞାପନ ପାକିସ୍ତାନରେ ପ୍ରସାରଣ କରାଯାଇ ପାରିବ ନାହିଁ। କାରଣ ଏମିତି ବିଜ୍ଞାପନ ପ୍ରସାରଣକୁ ଏବେ ପାକିସ୍ତାନ ବନ୍ଦ...

ଘରେ ପହଞ୍ଚୁଛି ଆଲ୍‌କୋହଲ

ଦୁବାଇ,୧୦।୪: କରୋନା ସଂକ୍ରମଣ ଭୟରେ ରାସ୍ତାଘାଟ ଶୂନ୍‌ଶାନ୍‌, ସବୁକିଛି ଠପ୍‌। ବ୍ୟବସାୟିକ କାରବାର ବନ୍ଦ ହୋଇଯାଇଥିବାରୁ ଅନ୍ୟ ଦେଶଗୁଡ଼ିକ ଭଳି ବିପୁଳ ରାଜସ୍ବ ହରାଇବାରେ ଲାଗିଛି...

କରୋନା ଆତଙ୍କ: ଫେରିଗଲା ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ,୨୬।୪: ନିକଟ ଅତୀତରେ ଆବୁ ଧାବିରୁ ଭାରତ ଆସିଥିବା ୩ ମୃତଦେହ ପୁଣିଥରେ ଆବୁଧାବି ଫେରିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୩ ପ୍ରବାସୀ...

ଆମେରିକାର ଚେତାବନୀ: ଭାରତ ସହ ପ୍ରତିଶୋଧ ନ ନେଉ ପାକିସ୍ତାନ

ଓ୍ବାଶିଂଟନ୍‌, ୨୩।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଛନ୍ତି। ଭାରତଠାରୁ ଏବେ ପ୍ରତିଶୋଧ ନେଲେ ତାର ପରିଣାମ ପାକିସ୍ତାନକୁ...

କରୋନା ଭୂତାଣୁ ଉପରେ ପରୀକ୍ଷା ହେଉଥିବା ଲ୍ୟାବ୍‌କୁ ମିଳୁଥିଲା ଆମେରିକା ଅନୁଦାନ: ଏଠାରୁ ବ୍ୟାପିଥିଲା ସଂକ୍ରମଣ !

ବେଜିଂ,୧୩।୪: ଚାଇନାର ଉହାନ ସହର ଥିବା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜିର ଏକ ଲ୍ୟାବ୍‌ରେ କରୋନା ସଂକ୍ରମଣ ଉପରେ ପରୀକ୍ଷା ନିରୀକ୍ଷା ଜାରି ରହିଥିଲା। ଏଠାରୁ ସଂକ୍ରମଣ...

ନିଜ ପାଇଁ ବର ଖୋଜୁଛନ୍ତି ଏହି ଯୁବତୀ, ମନପସନ୍ଦର ସାଥୀ ମିଳିଲେ ତାଙ୍କୁ ଦେବେ ୬୫ କୋଟି ଟଙ୍କା

ମନପସନ୍ଦର ଜୀବନସାଥୀଟିଏ ପାଇବାକୁ ସମସ୍ତଙ୍କର ସ୍ବପ୍ନ ଥାଏ। ବିବାହ ପ୍ରସଙ୍ଗରେ ଝିଅ ହେଉ କି ପୁଅ କାହାକୁ ଏଥିରେ ତରବରିଆ ପଦକ୍ଷେପ ନେବା ଉଚିତ୍‌ ନୁହେଁ।...

କରୋନା ସଂକ୍ରମଣ: ଆମେରିକା-ଚାଇନା ପରସ୍ପର ମୁଣ୍ଡରେ ଅଠା ବୋଲିବାକୁ କରୁଛନ୍ତି ଯୋଜନା; ମିଳିତ ରିସର୍ଚ୍ଚରେ ଫାଟ !

ଓ୍ବାଶିଂଟନ/ବେଜିଂ,୧୮।୪: ପୃଥିବୀରେ ହୋଇଥିବା କରୋନା ସଂକ୍ରମଣ ନେଇ ଏବେ ଆମେରିକା ଚାଇନା ପରସ୍ପର ମୁଣ୍ଡରେ ଅଠା ବୋଳିବାକୁ ଯୋଜନା କରୁଛନ୍ତି। ଗଣମାଧ୍ୟମ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି...

Leave a comment

Your email address will not be published. Required fields are marked *