ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ରିପୋର୍ଟ ୮୨ ଦିନ ପର୍ଯ୍ୟନ୍ତ ବି ଆସିଥାଏ କରୋନା ପିଜିଟିଭ୍‌

ସିଓଲ,୨୧।୫: ପୃଥିବୀରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଦକ୍ଷିଣ କୋରିଆର ଗବେଷକ ଦାବି କରିଛନ୍ତି ଯେ, ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ରିପୋର୍ଟ ୮୨ ଦିନ ପର୍ଯ୍ୟନ୍ତ ବି କରୋନା ପିଜିଟିଭ୍‌ ଆସିବାର ଆଶଙ୍କା ରହିଛି। ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ଶରୀରରେ କରୋନା ଭୂତାଣୁର କିଛି ମୃତ ଅବଶେଷ ରହିଥିବାରୁ ଏଭଳି ରିପୋର୍ଟ ଆସିଥାଏ। ଦକ୍ଷିଣ କୋରିଆର ରୋଗ ନିୟନ୍ତ୍ରଣ ଏବଂ ପ୍ରତିଷେଧକ କେନ୍ଦ୍ରର ଗବେଷକ ୨୮୫ ଜଣ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ଉପରେ ଅଧ୍ୟୟନ କରି ଏହା ଜାଣିପାରିଛନ୍ତି। ତେଣୁ ଏବେ ଦକ୍ଷିଣ କୋରିଆର ମାର୍ଗଦର୍ଶିକାରେ କେତେକ ପରିବର୍ତ୍ତନ କରାଯାଇଛି। ନୂଆ ମାର୍ଗଦର୍ଶିକା ଅନୁସାରେ କରୋନାରୁ ସୁସ୍ଥ ହୋଇଥିବା ସଂକ୍ରମିତଙ୍କୁ ଆଉ ନେଗେଟିଭ୍‌ ରିପୋର୍ଟ ଦେଖାଇବାର ଆବଶ୍ୟକତା ପଡ଼ିବ ନାହିଁ। ତେବେ ଆଇସୋଲେଶନ୍‌ ସମୟ ପୂରା କରିଥିବା ସଂକ୍ରମିତଙ୍କ ଶରୀରରେ କରୋନା ପ୍ରତିରୋଧୀ ଆଣ୍ଟିବଡ଼ି ସୃଷ୍ଟି ହୋଇସାରିଥାଏ ବୋଲି ଗବେଷକ କହିଛନ୍ତି। ଏହା ସେମାନଙ୍କର ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଥାଏ।


All Right Reserved By Dharitri.Com

ପ୍ଲାଜ୍‌ମା ଥେରାପି ଲାଗି ଆଇସିଏମ୍‌ଆର୍‌କୁ ସ୍ବୀକୃତି

ନୂଆଦିଲ୍ଲୀ, ୯ା୫: ପ୍ରାଣଘାତୀ କରୋନା ଲୋକଙ୍କ ଜୀବନ ନେବାରେ ଲାଗିଛି। ଏଭଳି ସ୍ଥିତିରେ କରୋନା ରୋଗୀଙ୍କୁ ପ୍ଲାଜ୍‌ମା ଥେରାପି ଲାଗି ଆଇସିଏମ୍‌ଆର୍‌କୁ ସ୍ବୀକୃତି ମିଳିଛି। କେନ୍ଦ୍ର...

ଦୁବାଇରେ ୨ ଭାରତୀୟ ଛାତ୍ର ମୃତ

ଦୁବାଇ,୨୬।୧୨: ଦୁବାଇରେ ଛୁଟି କାଟିବାକୁ ଯାଇଥିବା ୨ ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କର କାର୍‌ ଦୁର୍ଘଟଣାରେ ଖ୍ରୀଷ୍ଟମାସ ଅର୍ଥାତ୍‌ ବୁଧବାର ମୃତ୍ୟୁ ହୋଇଛି। କେରଳର ମୂଳ...

ଫେରିବାକୁ ଚାହିଁ ବସିଛନ୍ତି ୭୮ଦାଦନ ଶ୍ରମିକ

ବଲାଙ୍ଗୀର ଅଫିସ, ୨୯ା୩: କରୋନା ସଂକ୍ରମଣ ରୋକିବା ନେଇ ଦେଶବ୍ୟାପୀ ଲକ୍‌ ଡାଉନ୍‌ ସମୟରେ ସବୁଠୁ ବେଶୀ ଅସୁବିଧାରେ ପଡିଛନ୍ତି ଦାଦନ ଶ୍ରମିକ । ରାଜ୍ୟ...

ସୀମା ପାର ହେବାକୁ ସୁରକ୍ଷା କର୍ମୀଙ୍କୁ ହାତ ଯୋଡିଲେ ମା’: ଭିଡିଓ ଭାଇରାଲ

ମେକ୍ସିକୋ,୨୬।୭: ପ୍ରତିବର୍ଷ ବହୁ ସଂଖ୍ୟାରେ ମଧ୍ୟ ଆମେରିକାର ଶରଣାର୍ଥୀ ମେକ୍ସକୋ ଦେଇ ଆମେରିକା ପହଞ୍ଚିବାକୁ ଚେଷ୍ଟା କରିଥାଆନ୍ତି। ଏହି ସମୟରେ କେହି ସୀମା ପାର କରି...

ଗୋଟିଏ ପିପିଇକୁ ଶହେ ଥର ବ୍ୟବହାର କରିପାରିବେ ଡାକ୍ତର !

ଲଣ୍ଡନ,୫।୫: କରୋନା ଭାଇରସ ସହ ଲଢିବାକୁ ପିପିଇ(ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ) ଡାକ୍ତରଙ୍କ ପାଇଁ ନିହାତି ଜରୁରୀ। ହେଲେ ଏହାର ପୁନଃ ବ୍ୟବହାର ନ ହେବା କାରଣରୁ...

ମୃତ୍ୟୁସଂଖ୍ୟା ୫୦ ହଜାର ଟପିଲା

ଓ୍ବାଶିଂଟନ/ଲଣ୍ଡନ/ପ୍ୟାରିସ୍‌, ୩ା୪: ମହାମାରୀ କରୋନା ଭାଇରସ୍‌ ବିଶ୍ୱବ୍ୟାପୀ କାୟାବିସ୍ତାର କରିବାରେ ଲାଗିଛି। ପରିସ୍ଥିତି କ୍ରମଶଃ ଭୟଙ୍କର ହୋଇପଡ଼ିଛି। ବିଶ୍ୱର ୨୦୩ ଦେଶକୁ ସଂକ୍ରମିତ ହୋଇଥିବା ଏହି...

ସତ କହି ସଙ୍କଟରେ ଇମ୍ରାନ୍‌: ସରକାର-ସୈନ୍ୟ ବାହିନୀ ମଧ୍ୟରେ ବଢ଼ିଲା ଦୂରତା

ଇସଲାମାବାଦ୍‌, ୧୯।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସ୍ଥିତି ଏବେ ସଙ୍କଟରେ ରହିଛି। କହୁ କହୁ ସେ ସତ କଥା କହିଥିବାରୁ ପାକିସ୍ତାନୀ ସୈନ୍ୟ ବାହିନୀ...

ମୂଳ ଭାରତୀୟ ସୁଦର୍ଶନମ ବାବୁଙ୍କୁ ଆମେରିକାର ଶୀର୍ଷ ବିଜ୍ଞାନ ବୋର୍ଡରେ ନିଯୁକ୍ତି ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ମୂଳ ଭାରତୀୟ ଆମେରିକୀୟ ସୁଦର୍ଶନମ ବାବୁଙ୍କୁ ଦେଶର ସର୍ବୋଚ୍ଚ ବିଜ୍ଞାନ ବୋର୍ଡରେ ନିଯୁକ୍ତ କରିଛନ୍ତି। ସୁଦର୍ଶନମ ସମ୍ମାନଜନକ...

Leave a comment

Your email address will not be published. Required fields are marked *