ମହଙ୍ଗା ପଡ଼ିଲା ଅନ୍‌ଲାଇନ୍‌ ପାଠପଢ଼ା: ବାପାଙ୍କ ଆକାଉଣ୍ଟରୁ ୮ଲକ୍ଷ ଟଙ୍କା ଲୁଟ୍‌

ଅଜମଗଢ଼,୨୧।୫: କରୋନା ଲକ୍‌ଡାଉନ ଯୋଗୁ ଦେଶବ୍ୟାପି ସ୍କୁଲ ଓ କଲେଜ ବନ୍ଦ ରହିଛି। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ଜଣେ ଅଭିଭାବକଙ୍କୁ ଅନ୍‌ଲାଇନ୍‌ରେ ପାଠପଢ଼ା ମହଙ୍ଗା ପଡ଼ିଛି। ଚାହୁଁ ଚାହୁଁ ଆକାଉଣ୍ଟରୁ ୮ଲକ୍ଷ ଟଙ୍କା ଗାୟବ ହୋଇଯାଇଛି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଆଜମଗଡ଼ରେ। ସୂଚନାଯୋଗ୍ୟ, ଆଜମଗଡ଼ର ହେଙ୍ଗଇପୁରରେ ରହୁଥିବା ହରିବଂଶ ଲାଲ ଶ୍ରୀବାସ୍ତବ ଏକ ପ୍ରାଇମେରି ସ୍କୁଲରେ ଶିକ୍ଷକତା କରନ୍ତି। ଲକ୍‌ଡାଉନ ସମୟରେ ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ହରିବଂଶ ପୁଅକୁ ମୋବାଇଲ୍‌ ଦେଇଥିଲେ। ହେଲେ ପୁଅ ପାଠ ପଢ଼ିବା ସହ ଅନ୍‌ଲାଇନ୍‌ ଗେମ୍‌ ମଧ୍ୟ ଖେଳିଥିଲା। ଏହି ଖେଳ ଆଳରେ ହ୍ୟାକରମାନଙ୍କ କବଳରେ ପଡ଼ିଯାଇଥିଲେ ତାଙ୍କ ପୁଅ। ହ୍ୟାକରମାନେ ହରିବଂଶଙ୍କ ଡେବିଡ କାର୍ଡ କପିର ଏକ ଫଟୋ ହ୍ବାଟସ୍‌ଅପ୍‌ରେ ପଠାଇବାକୁ କହିଥିଲେ। ଏହାପରେ ଧିରେ ଧିରେ ପୁଅଠାରୁ ଓଟିପି ଓ ଅନ୍ୟାନ୍ୟ ସୂଚନା ହାତେଇଥିଲେ। ଏପ୍ରିଲ ୧୦ରୁ ମେ ୧୨ ମଧ୍ୟରେ ହ୍ୟାକରମାନେ ହରିବଂଶଙ୍କ ମୋବାଇଲ୍‌ ନମ୍ବର ବଦଳାଇ ତାଙ୍କ ଆକାଉଣ୍ଟରୁ ୮ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ। ଯାହାଦ୍ୱାରା ଏହି ଲୁଟ୍‌ ବାବଦରେ ତାଙ୍କୁ ଜଣାପଡ଼ି ନ ଥିଲା। ପରେ ପୁଣି ଥରେ ସେମାନେ ହରିବଂଶଙ୍କ ଅରିଜିନାଲ ନମ୍ବରକୁ ଆକାଉଣ୍ଟ ସହ ସଂଯୋଗ କରିଦେଇଥିଲେ। ମେ ୧୨ରେ ମ୍ୟାସେଜ ଦେଖିବା ପରେ ସେ ବ୍ୟାଙ୍କ ଷ୍ଟେଟମେଣ୍ଟ ବାହାର କରିବା ପାଇଁ ଯାଇଥିଲେ। ସେଠାରେ ସେ ଏହି ଲୁଟ୍‌ ବିଷୟରେ ଜାଣିବାକୁ ପାଇଥିଲେ। ଆଗ୍ରାରୁ ପଞ୍ଜାବ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅଲଗା ଅଲଗା ଖାତାକୁ ଟଙ୍କା ଟ୍ରାନ୍ସଫର ହୋଇଛି। କେବଳ ହଜାରେ କି ଲକ୍ଷେ ନୁହେଁ ପୁରା ୮ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରୁ ଲୁଟ୍‌ ହୋଇଥିବା ଦେଖି ହରିବଂଶଙ୍କ ହୋସ୍‌ ଉଡିଯାଇଥିଲା। ଏନେଇ ସ୍ଥାନୀୟ ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଉକ୍ତ ଘଟଣାର ତଦନ୍ତ ଚଳାଇଛି।


All Right Reserved By Dharitri.Com

ଭାରତରେ ଆମେରିକା ବୈଦେଶିକ ମନ୍ତ୍ରୀ ପୋମ୍ପିଓ: ଆଜି ମୋଦିଙ୍କୁ ଭେଟିବେ

ନୂଆଦିଲ୍ଲୀ,୨୬।୬: ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି ମାଇକ ପୋମ୍ପିୟୋ। ଏହି ଗସ୍ତ ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ସ୍ତ୍ରୀଙ୍କୁ ଭରଣପୋଷଣ ଦେବାକୁ ପଡିବ ବୋଲି ୫ କୋଟି ଟଙ୍କାରେ ନିଆଁ ଲଗାଇଲେ ବ୍ୟବସାୟୀ

ବୈବାହିକ ଜୀବନରେ ଝଡ ଆସିଲେ ସ୍ତ୍ରୀସ୍ବାମୀ ପରସ୍ପର ଅଲଗା ହେବାକୁ ନିଷ୍ପତ୍ତି ନେଇଥାନ୍ତି। ପରେ କୋର୍ଟରେ ଛାଡପତ୍ର ମାମଲା ଚାଲେ। ଶେଷରେ ସ୍ତ୍ରୀଙ୍କୁ ଭରପୋଷଣ ପାଇଁ...

ଲକ୍‌ଡାଉନ ବିରୋଧୀ ଅଭିନବ ଲଢ଼େଇ

ନୂଆଦିଲ୍ଲୀ, ୩୦। ୩: କରୋନା ଯୋଗୁ ବର୍ତ୍ତମାନ ସାରା ବିଶ୍ୱରେ ଲକ୍‌ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହୋଇଛି। ଏଭଳି ସମୟରେ କମ୍ପାନୀଗୁଡିକ ଚାପରେ ରହିବା...

ଘୋଡ଼ା ଚଢ଼ି ବିବାହ ମଣ୍ଡପରେ ପହଞ୍ଚିଲେ କନିଆ

ଭୋପାଳ,୧୬।୫: ଦେଶରେ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି। ତେବେ ମହିଳାମାନଙ୍କୁ ସଶକ୍ତ ହେବାର ବାର୍ତ୍ତା ଦେଇଛନ୍ତି ଜଣେ କନିଆ। ସେ ଘୋଡ଼ା ଚଢ଼ି ବିବାହ ମଣ୍ଡପରେ...

ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋ କହେ ହଜାରେ ଶବ୍ଦ

ହଜାରେ ଶବ୍ଦର ବ୍ୟବହାର କରି ଯେଉଁ କଥା କହି ହୁଏନା ତାହା ଗୋଟିଏ ଫଟୋ ଅତି ସହଜରେ ବର୍ଣ୍ଣନା କରିପାରେ। ସେଥିପାଇଁ କଥାରେ ଅଛି ‘ଏ...

ଜମ୍ମୁ-ପୁଞ୍ଚ ଜାତୀୟ ରାଜପଥରେ ଆଇଇଡି ନିଷ୍କ୍ରିୟ କଲା ସେନା

ରାଜୌରୀ,୨୭।୫: ଜମ୍ମୁ-ପୁଞ୍ଚ ଜାତୀୟ ରାଜପଥର କାଲାର ଅଞ୍ଚଳରେ ସୋମବାର ଏକ ଆଇଇଡି ମିଳିବା ଖବର ପାଇବା ପରେ ଭାରତୀୟ ସେନା ପକ୍ଷରୁ ଏହାକୁ ନିଷ୍କ୍ରିୟ କରାଯାଇଥିବା...

ହାଇଦ୍ରାବାଦ୍‌ ଘଟଣା ପରେ ସୁରକ୍ଷା ଆପ୍‌ ଡାଉନଲୋଡ୍‌ କରିଛନ୍ତି ଲକ୍ଷେ ୩୦ ହଜାର: ୭ ସେକେଣ୍ଡରେ ମିଳିବ ଉତ୍ତର

ବେଙ୍ଗାଲୁରୁ,୧୧।୧୨: ହାଇଦ୍ରାବାଦ୍‌ ଘଟଣା ପରେ ବେଙ୍ଗାଲୁରୁରେ ଲକ୍ଷେ ୩୦ ହଜାର ଲୋକ ସୁରକ୍ଷା ଆପ୍‌ ଡାଉନଲୋଡ୍‌ କରିଛନ୍ତି। ଏନେଇ ବେଙ୍ଗାଲୁରୁ ପୋଲିସ ଡେପୁଟି କମିଶନର କୁଲଦୀପ୍‌...

ଉଦ୍ଧବ ସରକାରଙ୍କ ମନ୍ତ୍ରିମଣ୍ଡଳର ହେଲା ବିଭାଗ ବଣ୍ଟନ

ମୁମ୍ବାଇ,୫।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଗତ ଡିସେମ୍ବର ୩୦ରେ କରାଯାଇଥିଲା। ଶନିବାର ସନ୍ଧ୍ୟାରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇ ଏହାର...

Leave a comment

Your email address will not be published. Required fields are marked *