ମାସ୍କରେ ଲୋକକଳା ଛାପ

ପାଟ୍‌ନା: କରୋନା ଭାଇରସ୍‌ ସଂକ୍ରମଣରୁ ନିଜକୁ ରକ୍ଷାକରିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ବିନା ମାସ୍କରେ ଏବେ କେହି ଘରୁ ବାହାରୁନାହାନ୍ତି। ଏଭଳି ପରିସ୍ଥିତିରେ ମାସ୍କର ଚାହିଦା ମଧ୍ୟ ବଢ଼ିଯାଇଛି। ଘରେ ବିଭିନ୍ନ ଡିଜାଇନ୍‌ର ମାସ୍କ ତିଆରିକରି ପିନ୍ଧିବା ପାଇଁ ଲୋକଙ୍କୁ ଉତ୍ସାହିତ ମଧ୍ୟ କରାଯାଉଛି। ତେବେ ବିହାରର କଳାକାରମାନେ କିଛି ଭିନ୍ନ ଚିନ୍ତା କରିଛନ୍ତି। ମାସ୍କ ମାଧ୍ୟମରେ ରାଜ୍ୟର ଲୋକକଳାର ପ୍ରଚାର ପାଇଁ ଏକ ସୁନ୍ଦର ପ୍ରୟାସ କରିଛନ୍ତି। ବର୍ଷ ବର୍ଷ ଧରି ପ୍ରସିଦ୍ଧ ମଧୁବନୀ ଓ ମଞ୍ଜୁଷା ପେଣ୍ଟିଂ କରୁଥିବା ରାଜଧାନୀ ପାଟ୍‌ନାର ଏହି କଳାକାରମାନେ ସୂତା କପଡ଼ାରେ ମାସ୍କ ତିଆରି କରି ବଜାରକୁ ପଠାଉଛନ୍ତି। ମହତ୍ତ୍ୱପୂର୍ଣ୍ଣ ବିଷୟ ହେଲା ଏମାନେ ତିଆରି କରୁଥିବା ମାସ୍କ ଉପରେ ମଧୁବନୀ ଓ ମଞ୍ଜୁଷା ପେଣ୍ଟିଂ କରୁଛନ୍ତି। ପେଣ୍ଠିଂ ମାଧ୍ୟମରେ ମାସ୍କଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବା ସହ ସ୍ଥାନୀୟ ଲୋକକଳାର ପ୍ରଚାର ପ୍ରସାର କରିବା ଏହି କଳାକାରମାନଙ୍କ ମୁଖ୍ୟ ଲକ୍ଷ୍ୟ। ମାସ୍କର ମୂଲ୍ୟ ମଧ୍ୟ ଲୋକଙ୍କୁ ସୁହାଇବା ଭଳି ୮୦ରୁ ୧୦୦ ଟଙ୍କା ମଧ୍ୟରେ ରହିଛି ବୋଲି କଳାକାର ସ୍ମିତା ପରାଶର କହିଛନ୍ତି। ସରକାର ଏହି ଲୋକକଳାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତେଣୁ ଆମେ ମଧ୍ୟ ଏଭଳି ଏକ ନିଆରା ଚିନ୍ତାକୁ ଆଗକୁ ନେଇଛୁ ବୋଲି ସେ କହିଛନ୍ତି।


All Right Reserved By Dharitri.Com

୬ ମହାଦେଶର ୧୯୯ ଦେଶରେ କରୋନାର ମୃତ୍ୟୁ ତାଣ୍ଡବ: ଆମେରିକା-ୟୁରୋପ-ଇରାନରେ ଆତଙ୍କ

ଓ୍ବାଶିଂଟନ,୩୦।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବାରେ କୌଣସି ରାଷ୍ଟ୍ର ସକ୍ଷମ ହୋଇପାରୁ ନାହାଁନ୍ତି। ଇତିମଧ୍ୟରେ ଆଣ୍ଟାର୍କଟିକାକୁ ଛାଡ଼ି...

ବୟସର ବ୍ୟବଧାନ ୪୫ ବର୍ଷ କିନ୍ତୁ ସୁଖୀ ଦମ୍ପତି

ଦମ୍ପତିଙ୍କ ମଧ୍ୟରେ ବୟସର ତାରତମ୍ୟ କମ୍‌ ରହିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ ବୋଲି ଅନେକ ମତ ଦିଅନ୍ତି। ହେଲେ ଏହାକୁ ଭୁଲ୍‌ ପ୍ରମାଣ କରିଛନ୍ତି...

ଦାଦନଙ୍କୁ ସ୍ମୃତି ଇରାନୀଙ୍କ ସହାୟତା ଖବର ଗୁଜବ: ପି. ବିଜୟନ୍‌

ନୂଆଦିଲ୍ଲୀ,୧୦।୪: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜ ସଂସଦୀୟ କ୍ଷେତ୍ର ଅମେଠିର ଦାଦନ ଶ୍ରମିକମାନଙ୍କୁ କେରଳର ଓ୍ବାୟନାଡ୍‌ରେ ସହଯୋଗର ହାତ ବଢ଼ାଇଥିବା ନେଇ କେତେକ ରିପୋର୍ଟ ବିଭିନ୍ନ...

ଆନ୍ତର୍ଜାତିକ ଓଜୋନ ସ୍ତର ସଂରକ୍ଷଣ ଦିବସ : ସୁସ୍ଥ ପୃଥିବୀ ପାଇଁ ସଂକଳ୍ପ

ଓଜୋନ୍‌ ଆମ ବାୟୁମଣ୍ଡଳରେ ପୃଥିବୀ ପୃଷ୍ଠରୁ ୧୦ ରୁ ୪୦ କିଲୋମିଟର (ଷ୍ଟ୍ରାଟୋସ୍ଫିୟର)ମଧ୍ୟରେ ରହିଛି। ପୃଥିବୀ ପୃଷ୍ଠରେ ଏହାର ପରମାଣ ଖୁବ୍‌ କମ୍‌। କିନ୍ତୁ ବାୟୁମଣ୍ଡଳର...

ଜାଣନ୍ତୁ ବିଶ୍ୱର ସବୁଠୁ ସୁନ୍ଦର, ବିଳାସମୟ ଏୟାରପୋର୍ଟ ସମ୍ପର୍କରେ…

ସାଧାରଣତଃ ରେଲ୍‌ଓ୍ବେ ଷ୍ଟେଶନ ହେଉ କି ଏୟାରପୋର୍ଟରେ ଅପେକ୍ଷା କରିବା ଭାରି କଷ୍ଟଦାୟକ। କିନ୍ତୁ ବିଶ୍ୱରେ ଏମିତି କିଛି ଏୟାରପୋର୍ଟ ଅଛି, ଯେଉଁଠାରେ ଅପେକ୍ଷା କରିବାକୁ...

ପିଲାଦିନରୁ ମୋବାଇଲ୍‌ରେ ଖେଳୁଥିଲେ ଗେମ୍‌, ଏବେ ଏମିତି ହେଲା ଅବସ୍ଥା

ମ୍ୟାସାଚୁଏଟ୍‌ସରେ ରହୁଥିବା ଜ୍ୟାକବ୍‌ ପିନାଙ୍କ ଆଙ୍ଗୁଠି ପିଲାଦିନରୁ ଠିକ୍‌ଠାକ୍‌ ଥିଲା। ପରେ ସେ ମୋବାଇଲରେ ଗେମ୍‌ ଖେଳିବାରେ ଏତେ ସମୟ କାଟୁଥିଲେ କି, ଯାହା ପରବର୍ତ୍ତୀ...

ଗେମିଂ ବେଡ୍‌

ସେ ଛୋଟ ହୁଅନ୍ତୁ କି ବଡ଼, ଭିଡିଓ ଗେମ୍‌ ଖେଳିବାକୁ ଅନେକେ ଭଲପାଆନ୍ତି। ହେଲେ ଦୀର୍ଘ ସମୟ ବସି ବସି ଖେଳୁ ଖେଳୁ ଅଣ୍ଟା କାଟିଥାଏ।...

ପ୍ରୟାଗରାଜରେ ଫସିଥିବା ଛାତ୍ରଙ୍କୁ ଘରକୁ ପଠାଇବେ ଯୋଗୀ ସରକାର

ପ୍ରୟାଗରାଜ,୨୭।୪: ଲକ୍‌ଡାଉନ ଯୋଗୁ ପ୍ରୟାଗରାଜରେ ଫସିଥିବା ଛାତ୍ରମାନଙ୍କୁ ନେଇ ଯୋଗୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରୟାଗରାଜରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରମାନଙ୍କୁ...

Leave a comment

Your email address will not be published. Required fields are marked *