କାନ୍ଧ ବୋହୁଛି କୁକୁର

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଳ କାରଖାନା ବନ୍ଦ ହୋଇଯିବା ପରେ ଭୋକର ଦାଉ ସମ୍ଭାଳି ନ ପାରି ସମସ୍ତେ ଘରମୁହାଁ ହେବାରେ ଲାଗିଛନ୍ତି। ଗାଡ଼ିମୋଟର ସୁବିଧା ନ ଥିବାରୁ ପିଲାଛୁଆ ଓ ଅତ୍ୟାବଶ୍ୟକ ସାମଗ୍ରୀ ଧରି ପ୍ରବାସୀ ଶ୍ରମିକମାନେ ଶହ ଶହ କିଲୋମିଟର ରାସ୍ତା ଅତିକ୍ରମ କରୁଛନ୍ତି। ଆଖିର ଲୁହ ଓ ଛାତିର କୋହ ଅସମ୍ଭାଳ ହେଉଥିଲେ ବି ଆଉକିଛି ଚାରା ନାହିଁ। ତଥାପି ବଞ୍ଚିବାକୁ ହେବ ଭାବି ସେମାନେ ଅସମ୍ଭବକୁ ଆଦରି ନେବାକୁ ବାଧ୍ୟ ହେଉଛନ୍ତି। ଏଭଳି ପ୍ରବାସୀ ଶ୍ରମିକ ସମସ୍ୟାକୁ ନେଇ ଇଣ୍ଟରନେଟ୍‌ରେ ଜଣେ ବୟସ୍କ ମହିଳାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ମହିଳାଙ୍କ ବୟସ ପାଖାପାଖି ୬୫ ହେବ। ମୁଣ୍ଡରେ ନିଜର ଅତ୍ୟାବଶ୍ୟକ ଜିନିଷ ଗଣ୍ଠିଲି ଧରି ସେ ଚାଲିଚାଲି ଯାଉଛନ୍ତି। ତାଙ୍କ ସହ ରହୁଥିବା ଅସମୟର ସାଥୀ ଛୋଟ ପୋଷା କୁକରକୁ ମଧ୍ୟ ବୋଝ ଉପରେ ବୋହିନେବାକୁ ସେ ଭୁଲିନାହାନ୍ତି। ସତେ ଯେମିତି କୁକୁରଟି ତାଙ୍କ ଜୀବନ ସେଇଭଳି ମନେହେଉଛି। ଜଣେ ଟୁଇଟର ୟୁଜର ଏଭଳି ଫଟୋକୁ ଶେୟାର କରି ଗତ ଦୁଇଦିନ ହେବ ମହିଳା ଜଣକ ଏଭଳି ଅହରହ ଚାଲୁଥିବା ଲେଖିଛନ୍ତି। ଅଖିଆ ଅପିଆ ଥିଲେ ବି କୁକର କଥା ସେ ବୁଝୁଛନ୍ତି। ଏହି ଫଟୋକୁ ଏବେସୁଦ୍ଧା ୨.୮ ହଜାର ଲାଇକ୍‌ ମିଳିସାରିଛି। ୧ ହଜାରରୁ ଅଧିକ ରିଟୁଇଟ୍‌ କରିଛନ୍ତି। ଅନେକ ଲୋକ ମହିଳାଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ଅସମୟରେ ମଣିଷ ମଣିଷକୁ ଭୁଲିଯାଉଥିବା ବେଳେ ଏକ ଛୋଟ ପୋଷା କୁକୁର ପ୍ରତି ଏଇ ମହିଳାଙ୍କ ଅନାବିଳ ଭଲପାଇବା ଏକ ଉଦାହରଣ ସୃଷ୍ଟିକରିଛି। ଏଇ ତ ପ୍ରେମ। ଲକ୍‌ଡାଉନ୍‌ ସମୟରେ ନିଜର ଅତି ପ୍ରିୟଙ୍କୁ କେହି ଭୁଲିଯିବ ବା କେମିତି।


All Right Reserved By Dharitri.Com

ତଥ୍ୟ ଗୋପନୀୟତାକୁ ନେଇ ବଢ଼ୁଛି ସନ୍ଦେହ

ମୁମ୍ବାଇ,୨୭।୪(ପିଟି): କରୋନା ଭାଇରସ୍‌ ସଂକ୍ରମଣକାରୀଙ୍କଠାରୁ ଲୋକଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଏପ୍ରିଲ ୨ତାରିଖରେ ଆରୋଗ୍ୟ ସେତୁ ଆପ୍‌ ଆରମ୍ଭ କରାଯାଇଥିଲା। ଏହା ୧୧ଟି ଆଞ୍ଚଳିକ ଭାଷାରେ...

କରୋନା ସଂକ୍ରମଣକୁ ନେଇ ତଥ୍ୟ ଲୁଚାଉଛି ପାକିସ୍ତାନ !

ଇସ୍‌ଲାମାବାଦ,୧୮।୪: କରୋନା ଭାଇରସ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଥିବା ବେଳେ ପାକିସ୍ତାନ ବି ଏଥିରୁ ବାଦ୍‌ ପଡିନାହିଁ। ପାକିସ୍ତାନରେ କରୋନା...

୮ ଦିନରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଛୁଇଁଲା: ୩୦୧ ମୃତ

ନୂଆଦିଲ୍ଲୀ,୨୨।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଲକ୍‌ ଡାଉନ୍‌ ଜାରି ସତ୍ତ୍ୱେ ଏପ୍ରିଲ୍‌ ୧୪ରୁ ୨୨ ଗତ...

ସାନିଟାଇଜର ପ୍ରସ୍ତୁତ କଲେ ୩ ଅଧ୍ୟାପକ

କଟକ ଅଫିସ,୨।୪: ଲକ୍‌ଡାଉନ୍‌ ବଳବତ୍ତର ଥିବାରୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ରହିଛି। ତେବେ ୩ଜଣ ଅଧ୍ୟାପକ ଏହି ଫାଙ୍କା ସମୟର ସଦୁପଯୋଗ କରି ଏକ...

ଭାରତୀୟ ନୌସେନାର ୨୧ ଯବାନ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୪: କରୋନା ଭାଇରସ ସବୁଠି ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତୀୟ ନୌସେନା ବି ଏଥିରୁ ବର୍ତ୍ତି ପାରିନାହିଁ। ସୂଚନା ଅନୁଯାୟୀ, ଭାରତୀୟ...

ମୃତ୍ୟୁର ୫ଶହ ବର୍ଷ ପରେ ବି ଅକ୍ଷତ ଅଛି ଯୁବତୀଙ୍କ ଶରୀର!

ସମସ୍ତଙ୍କୁ ଉଣା ଅଧିକେ ଜଣା ଯେ ମଣିଷର ମୃତ୍ୟୁ ପରେ ତା’ର ଶରୀର ପଚିବାକୁ ବା ନଷ୍ଟ ହେବାକୁ ଆରମ୍ଭ କରିଥାଏ। ସେଥିପାଇଁ ମୃତଦେହ ବ୍ୟବଚ୍ଛେଦ...

କଶ୍ମୀରରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଶ୍ରୀନଗର,୨୬।୩: ଜମ୍ମୁ-କଶ୍ମୀର ଶ୍ରୀଗନରରେ କରୋନା ଭାଇରସରେ ସଂକ୍ରମିତ ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଶ୍ରୀନଗର ହାଇଦରପୋରା ଅଞ୍ଚଳର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ଏହି...

ଦୁଇ ଚକିଆ ଗାଡ଼ି କଟକଣା କୋହଳ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ୍‌,୧୦ା୪: କରୋନା ଭୂତାଣୁର ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଗାଡ଼ି ଚଳାଚଳ ଉପରେ ଅନେକ ପ୍ରକାର କଟକଣା ରହିଛି। ଫଳରେ...

Leave a comment

Your email address will not be published. Required fields are marked *