ସୋସିଆଲ ମିଡିଆରେ ଆକ୍ଟିଭ୍‌ ନୋରା

ନୂଆଦିଲ୍ଲୀ: ଲକ୍‌ଡାଉନ ସମୟରେ ଘରେ ରହି ବଲିଉଡ୍‌ର ଡାନ୍ସିଂ କୁଇନ୍‌ ନୋରା ଫତେହି ସୋସିଆଲ୍‌ ମିଡିଆରେ ସମ୍ପର୍କ ରଖିଛନ୍ତି। ଏବେ ଫିଲ୍ମ ଶୁଟିଂ ବନ୍ଦଥିବାରୁ ସେ ବିଭିନ୍ନ ଡାନ୍ସ ଭିଡିଓ ଏଥିରେ ଶେୟାର କରିବାରେ ବ୍ୟସ୍ତ। ନୋରା ଟିକ୍‌ଟକ୍‌ରେ ମଧ୍ୟ ବେଶ୍‌ ଆକ୍ଟିଭ୍‌। ନୋରାଙ୍କ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଏଥିରେ ସେ ନିଜର ବ୍ୟକ୍ତିଗତ ଦୁଃଖ ବିଷୟରେ କହିଛନ୍ତି। ଟିକ୍‌ଟକ୍‌ ଭିଡିଓରେ କେତେକ ଯୁବତୀ ବୟଫ୍ରେଣ୍ଡ୍‌ଙ୍କ ସହ ମଜା କରିବା ଓ ଆଇ ଲାଇକ୍‌ ହିମ୍‌ ବୋଲି କହିବା ତାଙ୍କୁ ପସନ୍ଦ ଆସିନି। କାରଣ ଯୁବତୀମାନେ ଏଭଳି କହି ପଡ଼ିଶା ଘର ପୁଅଙ୍କୁ ଶେଷରେ ବାହାହେବା ସେ ଦେଖିଛନ୍ତି। ବୟଫ୍ରେଣ୍ଡ କରିବାର ସାହାସ ନାହିଁ ତ ଏଭଳି କାହିଁକି ହଉଛ ବୋଲି ସେ ସମାଲୋଚନା କରି କହିଛନ୍ତି। ଏଭଳି କହିବା ପରେ ନୋରା ମୁଁ ବି ତୁମଭଳି ଜଣେ ବୋଲି କହିବାକୁ ଭୁଲିନାହାନ୍ତି। ତୁମଭଳି ମୁଁ ମଧ୍ୟ ଏଭଳି ଭିଡିଓ କରିବାରେ ବ୍ୟସ୍ତ ରହୁଛି। ଯେତେ ଫିଲ୍ମ କଲେ ବି ଏଥିରୁ ବାଦ୍‌ଯିବା ମୋ ପକ୍ଷେ ସମ୍ଭବ ନୁହେଁ। ନୋରାଙ୍କ ଏହି ଭିଡିଓ ୧୫ ଲକ୍ଷରୁ ଅଧିକ ଲାଇକ୍‌ ପାଇସାରିଲାଣି। ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ଏହାକୁ ପସନ୍ଦ କରି ରିଟୁଇଟ୍‌ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ନିଜ ଫ୍ୟାନ୍‌ମାନଙ୍କ ସହ ମିଶିବାର ଅନ୍ୟ ଉପାୟ ନ ଥିବା ସେ ପ୍ରକାଶ କରିଛନ୍ତି। ଏଭଳି ସୁଯୋଗକୁ ହାତଛଡ଼ା ନ କରି କାମରେ ଲଗାଇବା ଦରକାର ବୋଲି ସେ ମତ ଦେଇଛନ୍ତି।


All Right Reserved By Dharitri.Com

ଯଦି ରାଜି ହୋଇଥାଆନ୍ତେ…

ବେଳେବେଳେ ପ୍ରଯୋଜକ ଯାହାଙ୍କୁ ଲିଡ୍‌ ରୋଲ୍‌ରେ ନେବାକୁ ଚାହିଁଥାଆନ୍ତି, ତାହା କେତେକ କାରଣରୁ ସମ୍ଭବ ହୋଇ ନ ଥାଏ। କିନ୍ତୁ ଏହା ବଦଳରେ ସେ ଯାହାକୁ...

କରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଜିଲାପାଳ

ପୁରୀ ଅଫିସ/କୋଣାର୍କ (ଡି.ଏନ୍‌.ଏ.),୧୦ା୪: କରୋନା ମୁକାବିଲା ନେଇ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତି କେମିତି ରହିଛି ତାହାର ସମୀକ୍ଷା କରିଛନ୍ତି ପୁରୀ ଜିଲାପାଳ ବଲୱନ୍ତ ସିଂ।...

ଗଣତନ୍ତ୍ର ବିରୋଧରେ ସମ୍ଭ୍ରାନ୍ତଙ୍କ ବିଦ୍ରୋହ

ନୂଆଦିଲ୍ଲୀ,୨୩ା୪: ଜୋସ୍‌ ଓର୍ଟେଗା ଓ୍ବାଇ ଗାସେଟ୍‌ ହେଉଛନ୍ତି (୧୮୮୩-୧୯୫୫) ବିଂଶ ଶତାବ୍ଦୀର ବହୁଳ ଭାବେ ବିସ୍ମୃତ ବିଚାରକ। ସ୍ପେନ୍‌ର ଏହି ରୂଢ଼ି ବିରୋଧୀ ଦାର୍ଶନିକଙ୍କ ସବୁଠୁ...

କରିସ୍ମା କହିଲେ, ପିଲାଦିନେ ଏମିତି ଥିଲେ କରୀନା

ସେଲିବ୍ରିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ବିଚାରପତି ଭାବେ କରୀନା କପୁର, ବାସ୍କୋ ଏବଂ ରଫ୍‌ତାର ଉପସ୍ଥିତ ଥିଲେ। କିନ୍ତୁ ଏହି ସପ୍ତାହରେ କରୀନାଙ୍କ ସ୍ଥାନରେ...

ବାଜି ମାରିଲା ‘ମିଶନ ମଙ୍ଗଳ’

ମୁମ୍ବାଇ: ବଲିଉଡ୍‌ ଦୁନିଆ ପାଇଁ ଚଳିତ ବର୍ଷର ସ୍ବାଧୀନତା ଦିବସ ଭଲ ଦିନ ଭାବେ ପରିଗଣିତ ହୋଇଛି। କାହିଁକିନା ଅଗଷ୍ଟ ୧୫ରେ ବଲିଉଡ୍‌ର ୨ଟି ବଡ...

ମ୍ୟୁଜିକାଲ ଫିଲ୍ମ ‘୯୯ ସଙ୍ଗସ୍‌’ର ଟ୍ରେଲର ରିଲିଜ

ସଂଗୀତ ମାଧ୍ୟମରେ ସାରା ବିଶ୍ୱକୁ ଦିଓ୍ବାନା କରିଥିବା ସଂଗୀତକାର ଏ.ଆର୍‌ ରହମାନଙ୍କ ସିନେମା ‘୯୯ ସଙ୍ଗ୍‌ସ’ର ଟ୍ରେଲର ରିଲିଜ୍‌ ହୋଇଛି। ଏହା ଏକ ମ୍ୟୁଜିକାଲ ରୋମାଣ୍ଟିକ୍‌...

ଲକ୍‌ଡାଉନ୍‌ ନ ମାନି ୪ ଗିରଫ

ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ନେଇ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ...

ସୁହାନାଙ୍କୁ ପ୍ରଶଂସା କଲେ ଅନନ୍ୟା

ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା କେବେ ବଲିଉଡ୍‌ରେ ଏଣ୍ଟ୍ରି ମାରିବେ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ସୁହାନାଙ୍କ ଡେବ୍ୟୁ ଶର୍ଟ ଫିଲ୍ମ ‘ଦ ଗ୍ରେ...

Leave a comment

Your email address will not be published. Required fields are marked *