Posted inଫୁରସତ

‘ରାନୀପୁର ଟେରିକଟ୍‌’ ଏବେ ଇତିହାସ

ଝାନ୍ସୀ: ‘କେବେ ଆମେ ବି ମାଲିକ ଥିଲୁ। ଆମ ପାଖରେ ଅନେକ ଲୋକ କାମ କରୁଥିଲେ। ହେଲେ ଭାଗ୍ୟ ଆମକୁ ମାଲିକରୁ ଶ୍ରମିକ କରିଦେଲା। ପେଟପାଟଣା ପାଇଁ ବାହାରକୁ ପଳାଇଥିଲୁ। ଏବେ କରୋନା ପୁଣି ଗଁାକୁ ଫେରାଇ ଆଣିଛି। ହେଲେ ଏଠାରେ ଆସି ଦେଖିବା ବେଳକୁ ଆଉ କିଛି ନାହିଁ। ଜାଣିନୁ ଆଗକୁ ବିଧାତା ଆମ ପାଇଁ କ’ଣ ରଖିଛି’। ଏ ହେଉଛି ଝାନ୍ସୀ ରାନୀପୁରର ଶ୍ୟାମ ଲାଲ୍‌ ଏବଂ ଦୀନେଶ ଆର୍ଯ୍ୟଙ୍କ ମନର ଗହନ କଥା। ବୁଣାକାର ବୃତ୍ତିର ପୁରୁଣା ଦିନକୁ ସାଉଁଟିବା ବେଳେ ଛଳଛଳ ହୋଇଯାଇଥିଲା ଦୁହିଁଙ୍କ ଆଖି, ଯେଉଁଥିରୁ ବାରି ହୋଇପଡୁଥିଲା କରୋନା ଦେଇଯାଇଥିବା ତାଜା ତାଜା କ୍ଷତର ଯନ୍ତ୍ରଣା।
ଦୀନେଶ ଏବଂ ଶ୍ୟାମଲାଲଙ୍କ ସମେତ ଗ୍ରାମର ଅନ୍ୟ ୧୨ଜଣ ପ୍ରବାସୀ ବୁଧବାର ହରିଦ୍ୱାରରୁ ଗାଡ଼ି ଭଡ଼ା କରି ଫେରିଛନ୍ତି। ଏଥିଲାଗି ସେମାନଙ୍କୁ ଦେବାକୁ ପଡ଼ିଛି ପାଖାପାଖି ୩୦,୦୦୦ ଟଙ୍କା। ସମସ୍ତେ ସେଠାରେ ମୋତି ହାର ଦୋକାନରେ କାମ କରୁଥିଲେ। ସବୁଠାରୁ ବଡ଼କଥା ହେଉଛି, ଏକଦା ସ୍ବାବଲମ୍ବୀ ଥିଲେ ସମ୍ପୃକ୍ତ ବୁଣାକାର ଏବଂ ସେମାନଙ୍କ ପରିବାର। ହେଲେ ପ୍ରତିକୂଳ ସମୟ ସେମାନଙ୍କୁ କୌଳିକ ବୃତ୍ତିରୁ ଦୂରେଇଦେଲା। ସୁରଟ ଏବଂ ଚାଇନା ପୋଷାକର ଚାହିଦା ସେମାନଙ୍କ କ୍ଷୁଦ୍ର ଉଦ୍ୟୋଗକୁ ଧୂଳିସାତ୍‌ କରିଦେଲା। ବାହାର ସାମଗ୍ରୀର ପ୍ରବେଶ ପରେ ସ୍ଥାନୀୟ ବୁଣାକାରଙ୍କ ଉତ୍ପାଦିତ ସାମଗ୍ରୀର ଚାହିଦା କମିଗଲା। ସରକାର, ସ୍ଥାନୀୟ ପ୍ରଶାସନ, ରାଜନେତା ସମସ୍ୟାକୁ ଅଣଦେଖା କରିଚାଲିଲେ। ଏପରି ଉଦାସୀନତା ବୁଣାକାର ଗ୍ରାମ ପାଇଁ ପାଲଟିଗଲା ଅଭିଶାପ।
ଦୀନେଶଙ୍କ କହିବା କଥା, ଏକଦା ଝାନ୍ସୀର ‘ଛୋଟ ମାଞ୍ଚେଷ୍ଟର’ ଭାବେ ପରିଚିତ ଥିଲା ରାନୀପୁର। ‘ରାନୀପୁର ଟେରିକଟ୍‌’ ନାମରେ ସୁନାମ ଅର୍ଜିଥିଲା ଏହି ବୁଣାକାର ଗ୍ରାମ। ସ୍ଥାନୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଗାଲିଚା, ଚାଦର, କପଡ଼ା, ଗାମୁଛା ହାଟବଜାରକୁ ଯାଉଥିଲା। ହୋଲ୍‌ସେଲରମାନେ ଏହାକୁ କିଣି ନିଜ ନିଜ ଅଞ୍ଚଳରେ ବିକ୍ରି କରୁଥିଲେ। ୧୯୯୯ ଯାଏ ଭଲ ବ୍ୟବସାୟ ହେଉଥିଲା। ହେଲେ ସୁରଟ୍‌ର ପୋଷାକ ବଜାରକୁ କବ୍‌ଜା କରିବାପରେ ‘ରାନୀପୁର ଟେରିକଟ୍‌’ ଚମକ ହରାଇଲା। ସୂତା ସମେତ ଅନ୍ୟ କଞ୍ଚାମାଲର ଦରବୃଦ୍ଧି କାରବାରକୁ ପ୍ରଭାବିତ କଲା। ଉତ୍ପାଦିତ ସାମଗ୍ରୀକୁ ହୋଲ୍‌ସେଲରମାନେ କିଣିବା ବନ୍ଦ କରିଦେଲେ। କାମ କମିଯିବା ସହ ଧୀରେ ଧୀରେ ଲୁଗାବୁଣା ମେଶିନ ଖରାପ ହୋଇଗଲା। ବୁଣାକାର ଶ୍ରମିକ ପାଲଟିଗଲେ। ସେମାନେ ସୁରଟ ସମେତ ଅନ୍ୟ ସହରକୁ ପଳାଇଗଲେ। ଏବେ କରୋନା ଲାଗି ୨୦୦୦ ମସିହା ପରେ ସେମାନେ ଗଁାକୁ ଫେରିଛନ୍ତି। ନିଜର ଜମିବାଡ଼ି ନ ଥିବାରୁ ଆଗାମୀ ଦିନରେ ପେଟପାଟଣା ଚିନ୍ତା ଆହୁରି ବଢ଼ିବ ବୋଲି ଦୀନେଶ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସେହିପରି ଶ୍ୟାମଲାଲ୍‌ କୁହନ୍ତି, ୨୦ ବର୍ଷ ତଳେ ୮୦ ହଜାର ପରିବାରକୁ ନେଇ ବେଶ୍‌ ସମୃଦ୍ଧ ଥିଲା ରାନୀପୁର। ବାର୍ଷିକ କୋଟି କୋଟି ଟଙ୍କାର ବ୍ୟବସାୟ ହେଉଥିଲା। ହେଲେ ଏବେ ପରିସ୍ଥିତି ବଦଳିଯାଇଛି। ‘ରାନୀପୁର ଟେରିକଟ୍‌’ କେବଳ ଇତିହାସ ହୋଇ ରହିଯାଇଛି। କରୋନା ଲାଗି ଯଦିଓ କାରିଗରମାନେ ଫେରିବା ଆରମ୍ଭ କରିଛନ୍ତି, ହେଲେ ପୂର୍ବର କପଡ଼ା ବଜାର ଆଉ ନାହିଁ। ଭିତ୍ତିଭୂମି ନଷ୍ଟ ହୋଇଯାଇଛି। ପୁଞ୍ଜି ଖଟାଇ ପୁନର୍ବାର ପୋଷାକପତ୍ର ଉତ୍ପାଦନ ଆରମ୍ଭ କରିବା ବଡ଼କଥା ନୁହେଁ, ଉତ୍ପାଦିତ ସାମଗ୍ରୀ କିପରି ବିକ୍ରି ହେବ ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏବେ ‘ରାନୀପୁର ଟେରିକଟ୍‌’କୁ ଲୋକେ ଭୁଲିଗଲେଣି। ଏପରିସ୍ଥିତିରେ କିଏ ଆଉ କାହିଁକି ଆମ ହାତ ତିଆରି ପୋଷାକ କିଣିବାକୁ ଆଗ୍ରହୀ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଦ୍ରୁତ ଶିଳ୍ପାୟନ ଦେଶର ଆର୍ଥିକ ବିକାଶରେ ସହାୟକ ହୋଇଛି। ହେଲେ ଏହାର ପ୍ରତିକୂଳ ପ୍ରଭାବ କୁଟୀରଶିଳ୍ପକୁ ଧ୍ୱଂସ କରିଦେଇଛି। ବୁଣାକାରଙ୍କ ଗଁ। ରାନୀପୁର ଏହାର ଏକ ଉଦାହରଣ। ଦୁର୍ଦ୍ଦିନରେ ଥିବା ସମ୍ପୃକ୍ତ ବୁଣାକାର ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।


All Right Reserved By Dharitri.Com

୬୧ ବର୍ଷ ବୟସରେ ଯୁବ ମଡେଲଙ୍କୁ ପଛରେ ପକାଇଛନ୍ତି ଏହି ଭାରତୀୟ

ମଡେଲିଂ କରିବାର ଏକ ବୟସ ଥାଏ ବୋଲି କୁହାଯାଏ ବିଶେଷ କରି ଯୁବକ ଯୁବତୀମାନେ ଏହି କ୍ଷେତ୍ରରେ ଆଗକୁ ଆସୁଥିବା ବେଳେ ଏମିତି ମଡେଲଙ୍କୁ ପ୍ରାୟ...

ମାଛ ପାଇଁ ପ୍ରଫେସର ଚାକିରି ଛାଡ଼ିଲେ ଏହି ବ୍ୟକ୍ତି

ଚେନ୍ନାଇ: ପ୍ରଫେସର ଏମିତି ଏକ ପଦବୀ ଯେଉଁଠି ପହଞ୍ଚିବାକୁ ହେଲେ ବହୁ କଷ୍ଟ କରିବାକୁ ପଡ଼ିଥାଏ। କିନ୍ତୁ ଜଣେ ପ୍ରଫେସର ଲକ୍ଷାଧିକ ଟଙ୍କା କମାଉଥିଲେ ମଧ୍ୟ...

ସ୍କାଏ ପୁଲ୍‌

ଖରାଦିନେ ସୁଇମିଂ ପୁଲ୍‌ର ମଜା ଉଠାଇବାକୁ କିଏ ବା ନ ଚାହାନ୍ତି। ପ୍ରବଳ ତାତିରୁ ନିସ୍ତାର ଦିଏ ପୁଲ୍‌। ତେବେ ବ୍ରିଟେନରେ ନିର୍ମାଣ ହେଉଥିବା ଏକ...

ବିଗ୍‌ବାଙ୍ଗ୍‌ ଭଳି ପୁଣି ଥରେ ମହାକାଶରେ ହେଲା ପ୍ରଚଣ୍ଡ ବିସ୍ଫୋରଣ !

ମେଲବୋର୍ନ,୨୯।୨: ମହାକାଶରେ ପୁଣିଥରେ ବିଗ୍‌ବାଙ୍ଗ୍‌ ଭଳି ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହା ପୃଥିବୀଠାରୁ ୩୯ କୋଟି ଆଲୋକ ବର୍ଷ ଦୂରରେ ହୋଇଥିବା ମହାକାଶ ବିଜ୍ଞାନୀ...

ସେନ୍‌ସରରୁ ଜାଣିହେବ ହୃଦ୍‌ରୋଗ

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି, ହାଇଦ୍ରାବାଦର ଗବେଷକମାନେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଗବେଷଣା ସଂସ୍ଥାମାନଙ୍କ ସହଯୋଗରେ ଏବେ ବିକାଶ କରିଛନ୍ତି ଏକ ନୂତନ ସେନ୍‌ସର। ଏହା...

୧୦ ଦେଶ ନିକଟରେ ରହିଛି ବିପୁଳ ପରିମାଣର ସୁନା, ଏହି ସ୍ଥାନରେ ରହିଛି ଭାରତ

ଆମ ପାଇଁ ସୁନା ସୁବଠୁ ମୂଲ୍ୟବାନ ଧାତୁ। କହିରଖୁଛୁ, ଯେଉଁ ଦେଶର ରିଜର୍ଭ ବ୍ୟାଙ୍କ ନିକଟରେ ଯେତେ ଅଧିକ ସୁନା ଗଚ୍ଛିତ ଥାଏ, ସେ ଦେଶ...

ବିଶ୍ୱର ସବୁଠୁ ଉଚ୍ଚରେ ଥିବା ହ୍ରଦ

ଲାମଜୁଙ୍ଗ: ନେପାଳର ମାନାଙ୍ଗ ଜିଲାରେ ଏବେ ନୂତନ ଭାବେ ସନ୍ଧାନ ମିଳିଥିବା କାଜିନ ସାରା ହ୍ରଦ ବିଶ୍ୱର ଉଚ୍ଚତମ ହ୍ରଦ ବୋଲି କୁହାଯାଉଛି। ଏହା ପୂର୍ବରୁ...

ଜଣାପଡ଼ିବ ମହାଭାରତ ଯୁଦ୍ଧର ସତ୍ୟାସତ୍ୟ: ମିଳିଲା ୩୮୦୦ ବର୍ଷ ତଳର ଅନ୍ତିମ ସଂସ୍କାର ଗୁପ୍ତ ଗୃହ

ନୂଆଦିଲ୍ଲୀ, ୨୮।୧: ଏବେ ମହାଭାରତ ଯୁଦ୍ଧର ସତ୍ୟାସତ୍ୟ ଏବେ ଜଣାପଡ଼ିବ ବୋଲି କୁହାଯାଉଛି। ଉତ୍ତରପ୍ରଦେଶ ବାଗପତ୍‌ ଅଞ୍ଚଳରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କରାଯାଉଥିବା ଖନନ ସମୟରେ...

Leave a comment

Your email address will not be published. Required fields are marked *