ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଧୂମକେତୁ ସ୍ବାନ୍‌: ମେ ୨୭ରେ ହେବ ନିକଟବର୍ତ୍ତୀ, ଆକାଶର ରଙ୍ଗ ପାଲଟିବ ହଳଦିଆ

ଓ୍ବାଶିଂଟନ,୨୧ା୫: ପୃଥିବା ଆଡ଼କୁ ଦ୍ରୁତ ଗତିରେ ଧୂମକେତୁ ସ୍ବାନ୍‌ ମାଡ଼ିଆସୁଛି। ମେ ୨୭ରେ ଏହା ପୃଥିବୀର ନିକଟବର୍ତ୍ତୀ ହେବ। ସେ ସମୟରେ ଏହାକୁ ଭୋର୍‌ ସମୟରେ ଖାଲି ଆଖିରେ ଦେଖିହେବ। ସୂର୍ଯ୍ୟଠାରୁ ଏହା ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ସ୍ବାନ୍‌ ଧୂମକେତୁ ସମ୍ପର୍କରେ ନାସାର ଟୁଇଟର ହ୍ୟାଣ୍ଡେଲ୍‌ରେ ସୂଚନା ଦିଆଯାଇଛି। ଏହାର ପଛରେ ଥିବା ଏକ ଲକ୍ଷ ମାଇଲ୍‌ରୁ ଅଧିକ ଲମ୍ବା ବିଶିଷ୍ଟ ଆଲୋକିତ ଲାଞ୍ଜ ସଦୃଶ ଅଂଶରେ ଧୂଳିକଣା, ଛୋଟ ଛୋଟ ପଥର ଟୁକୁଡ଼ା, ଗ୍ୟାସ୍‌, ମହାକାଶ ବର୍ଜ୍ୟ ପଦାର୍ଥ ରହିଥିବା ନାସା କହିଛି। ସାଧାରଣତଃ ଧୂମକେତୁର ପଛରେ ଥିବା ପଦାର୍ଥ ଉପରେ ସୂର୍ଯ୍ୟାଲୋକ ପଡ଼ିବାରୁ ସେସବୁ ଚମକି ଉଠି ମହାକାଶରେ ଏକ ସୁନ୍ଦର ଦୃଶ୍ୟ ସୃଷ୍ଟି କରିଥାଏ। ସ୍ବାନ୍‌ ଧୂମକେତୁ ପ୍ରଭାବରେ ପୃଥବୀର ଆକାଶ ହଳଦିଆ ରଙ୍ଗ ହୋଇଯିବ ବୋଲି ନାସା କହିଛି।


All Right Reserved By Dharitri.Com

ଲଣ୍ଡନରେ ଟ୍ରମ୍ପଙ୍କୁ ବିରୋଧ ପ୍ରଦର୍ଶନ

ଓ୍ବାଶିଂଟନ,୧।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବଙ୍କିମହାମ୍‌ ପ୍ୟାଲେସରେ ଆୟୋଜିତ ଏକ ରାଜକୀୟ ଭୋଜିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହାକୁ ବିରୋଧ...

ଡୋକଲାମ ବିବାଦ କଥାବାର୍ତ୍ତା ଦ୍ୱାରା ସମାଧାନ ସମ୍ଭବ: ଲୋଟେ ଶେରିଙ୍ଗ୍‌

ନୂଆଦିଲ୍ଲୀ, ୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଭୂଟାନ ଗସ୍ତରେ ଯାଇ ଭାରତ ଫେରିବା ପରେ ଭୂଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ଡୋକଲାମ ବିବାଦକୁ ନେଇ...

କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଚାହେଁନା ଭାରତ: ଜୟଶଙ୍କର

ଓ୍ବାଶିଂଟନ,୧।୧୦: କଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ସମସ୍ୟା। ଏହା ଦୁଇ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ଦ୍ୱାରା ସମ୍ଭବ। ଏଥିରେ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ...

ଦଳିତ ସମ୍ପ୍ରଦାୟର ବରଙ୍କ ଘୋଡା ଚଢାକୁ ବିରୋଧ: ପୋଲିସ ସହାୟତାରେ ବାହାରିଲା ବରଯାତ୍ରୀ

ବନାସକାଂଠା,୧୭।୨: ଦୀର୍ଘ ୭୩ ବର୍ଷ ହେବ ଦେଶ ସ୍ବାଧିନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଅନେକଙ୍କ ମନରୁ ଉଚ୍ଚନିଚ ମନୋଭାବ ଦୂର ହୋଇନାହିଁ। ଗୁଜରାଟର ବନାସକାଂଠା ଜିଲାରେ...

ସୋସିଆଲ ମିଡିଆରେ ‘ପାକିସ୍ତାନୀ ରୁଟି’

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ରୁମାଲି ରୁଟି ବା ତନ୍ଦୁରି ରୁଟି କଥା ଶୁଣିଥିବେ ଏବଂ ଖାଇଥିବେ। ହେଲେ କେବେ ଚାଦର ରୁଟି କଥା ଶୁଣିଛନ୍ତି କିମ୍ବା...

୨୦୨୦ କିଗ୍ରାର କେକ୍‌ ପ୍ରସ୍ତୁତ କରି କାଲାମ୍‌ଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଚେନ୍ନାଇ, ୨୪।୨: ତାମିଲନାଡୁରେ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବ୍ଦୁଲ କାଲାମ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୨୦୨୦ କିଗ୍ରାର ଏକ ବୃହତ କେକ୍‌ ପ୍ରସ୍ତୁତ କରାଯାଇଛି। ସ୍ଥାନୀୟ...

ମାଇନସ୍‌ ୫୨ ଡିଗ୍ରୀରେ ଦୌଡିଲେ ମାରାଥନ ଧାବକ: ଚେହେରାରେ ଜମିଗଲା ବରଫ

ବେଜିଂ,୨୮।୧୨: ଉତ୍ତର ଚାଇନାର ମଙ୍ଗୋଲିଆ ନିକଟରେ ଥିବା ଜେନେ ସହରରେ ୨୦୧୯ର ଚାଇନା ପୋଲ ଅଫ୍‌ କୋଲ୍ଡ ମାରାଥନର ଆୟୋଜନ କରାଯାଇଥିଲା। ଏଥିରେ ପାଖାପାଖି ୧୫ଶହ...

କୁଲଭୂଷଣଙ୍କୁ ଫାଶୀ ଦେଇପାରିବନି ପାକିସ୍ତାନ

ନୂଆଦିଲ୍ଲୀ,୧୭।୭: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ବୁଧବାର ଶୁଣାଣି କରିଛନ୍ତି। ଏହି ଶୁଣାଣି ଭାରତ ସପକ୍ଷରେ ଯାଇଛି। ଆଇସିଜେ...

Leave a comment

Your email address will not be published. Required fields are marked *