ଅମ୍ଫନ୍‌ ବାତ୍ୟା ପ୍ରଭାବ: ବରୀ ପୋଲିସ ପ୍ରଶାସନ ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ରତ୍ନଗିରି,୨୧।୫(ଡି.ଏନ୍‌.ଏ): କରୋନା ସମୟରେ ମହାଯୋଦ୍ଧା ପାଲଟିଥିବା ପୋଲିସ ପ୍ରଶାସନ ଏବେ ଅମ୍ଫନ୍‌ ବାତ୍ୟାରେ ସଫେଇ କାର୍ଯ୍ୟକ୍ରମକୁ ନିଜ ହାତକୁ ନେଇଛି। ଗୁରୁବାର ବରୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପୋଲିସ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ବରୀ ଥାନାଧିକାରୀ ମାର୍କଣ୍ଡ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏଥିରେ ଥାନା ଅଧିନସ୍ଥ ସମସ୍ତ କର୍ମଚାରୀ ଯୋଗଦେଇଥିଲେ। ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତଃବିଭାଗ, ବର୍ହିବିଭାଗ ଓ ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ପୋଲିସ କର୍ମଚାରୀମାନେ ପରିଷ୍କାର କରିବା ପରେ ସାନିଟାଇଜେଶ୍‌ନ କରିଥିବା ଦେଖିବାକୁ ମିଳିଛି। ଏହି ସଫେଇ କାର୍ଯ୍ୟକ୍ରମରେ ବରୀ ତହସିଲଦାର ସରୋଜକାନ୍ତ ନାୟକ, ବରୀ ଥାନା ଏସ୍‌ଆଇ ନାରାୟଣ ପ୍ରସାଦ ବେହେରା, ପ୍ରଶାନ୍ତ ଗଡନାୟକ, ଶରତ ଚନ୍ଦ୍ର ବେହେରା, ଡ.କୌଶିକ ପାତ୍ର, ଡ. ଜିନ୍ନତ ଦାଶଙ୍କ ସମେତ ଥାନା ଓ ସ୍ବାସ୍ଥ୍ୟ କେନ୍ଦ୍ରର ବହୁ କର୍ମଚାରୀ ସାମିଲ ହୋଇଥିଲେ।


All Right Reserved By Dharitri.Com

ଧାନ ଅମଳ ସମୟରେ ହାତୀ ଉପଦ୍ରବ: ରାତି ଉଜାଗର ହେଉଛନ୍ତି ଚାଷୀ

କେନ୍ଦୁଝର,୧।୧୨(ସ୍ବ.ପ୍ର.) : ଜିଲାରେ ବର୍ତ୍ତମାନ ବିଲରୁ ଧାନ ଫସଲ ଅମଳ କରିବାର ସମୟ ହୋଇଛି। ଏହି ସମୟରେ ହାତୀ ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇଛି। ସ୍ଥାନୀୟ...

ମଝି ସମୁଦ୍ରରେ ଫସିଲା ଯାତ୍ରୀବାହୀ ଲଞ୍ଚ୍‌

ରାଜନଗର,୧୭।୧(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ତାଳଚୁଆ ଫେରିଘାଟରୁ ଚାନ୍ଦବାଲି ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ଲଞ୍ଚ୍‌ ଘନ କୁହୁଡି ଯୋଗୁ ମଝି ସମୁଦ୍ରରେ ଫସିଯାଇଛି। ଉକ୍ତ ଲଞ୍ଚ୍‌ରେ...

ଦୁଇ ଦିନରେ ୧୨ହଜାର ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୬ା୭-ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ବୁଧବାରଠାରୁ ଆରମ୍ଭ ହୋଇଯାଇଛି । ଗୁରୁବାର ରଥଯାତ୍ରା ଯୋଗୁ ସରକାରୀ କଲେଜଗୁଡ଼ିକ ଛୁଟି ଥିଲା। ଏଣୁ ନାମଲେଖା ବନ୍ଦ...

କର୍ନାଟକରୁ ପ୍ରାପ୍ୟ ନ ପାଇ ଫେରିଲେ ଶ୍ରମିକ: ଠିକାଦାର, ୩ ସହଯୋଗୀଙ୍କ ବିରୋଧରେ ଅଭିଯୋଗ

ହିଞ୍ଜିଳିକାଟୁ,୨୪ା୧୨(ଡ଼ି.ଏନ୍‌.ଏ.)- ଜଣେ ଠିକାଦାର ଓ ତାଙ୍କ ୩ ସହଯୋଗୀଙ୍କ କଥାରେ ଅଧିକ ଅର୍ଥ ଲୋଭରେ ପଡ଼ି ଜିଲାର ବିଭିନ୍ନ ଅଞ୍ଚଳରୁ ୬୦ରୁ ଉର୍ଦ୍ଧ୍ୱ ଶ୍ରମିକ କର୍ନାଟକ...

ଗୃହିଣୀ ହାତରେ ବନ୍ଧୁକ

ଭଦ୍ରକ ଅଫିସ, ୨୬।୫ – ଯେଉଁ ନାରୀ ହାତରେ ରୋଷେଇ କରି ଚାରିକାନ୍ଥ ମଧ୍ୟରେ ସୀମିତ ରହେ ସେହି ନାରୀ ବି ବନ୍ଧୁକ ଚାଳନା କରି...

ମୁଖ୍ୟରାସ୍ତା ହେଲା ନୋ ପାର୍କିଂ ଜୋନ୍‌

ଜୟପୁର,୨୯।୧(ନି.ପ୍ର./ଡି.ଏନ୍‌.ଏ.) – ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁର ମୁଖ୍ୟରାସ୍ତାରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛି...

କଫ ସିରପ କାରବାରରୁ ଅପହରଣ: ୧୧ ଅଭିଯୁକ୍ତଙ୍କୁ ଗିରଫ କଲା ବରଗଡ଼ ପୋଲିସ

ବରଗଡ଼ ଅଫିସ, ୧୪।୧୨: ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରୁ କଫ ସିରପ୍‌ କାରବାରରୁ ଉପୁଜିଥିବା ବିବାଦରୁ ୩ଜଣଙ୍କୁ ଅପହରଣ ଓ ମୁଣ୍ଡଜାମିନ ରଖି ଟଙ୍କା ଦାବି...

ଖଇରା ମହାବିଦ୍ୟାଳୟର ସାମ୍ବତ୍ସରିକ ଉତ୍ସବ: ମନ ମୋହିଲା ନାଟକ ‘ଡଷ୍ଟବିନର ଝିଅ’

ଖଇରା, ୧୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲାର ପ୍ରମୁଖ କଲେଜ ଖଇରା କଲେଜର ସାମ୍ବତ୍ସରିକ ଉତ୍ସବ ସଭା ସାଙ୍ଗକୁ ନୃତ୍ୟଗୀତ ଓ ଯାତ୍ରା ପରିବେଷଣ ମଧ୍ୟରେ ଶେଷ ହୋଇ ଯାଇଛି...

Leave a comment

Your email address will not be published. Required fields are marked *