ଅଗ୍ନିଶମ ଗାଡ଼ିରେ ଜନ୍ମ ନେଲା ଶିଶୁକନ୍ୟା

ମହାକାଳପଡ଼ା,୨୧।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବାତ୍ୟା ଅମ୍ଫନ୍‌ ସମୟରେ ବୁଧବାର ଅଗ୍ନିଶମ ବିଭାଗ ଗାଡ଼ିରେ ଏକ ଶିଶୁକନ୍ୟା ଜନ୍ମ ହୋଇଛି। ବାତ୍ୟା ପବନ ଚାଲିଥିବା ସମୟରେ ବ୍ଲକ ଅନ୍ତର୍ଗତ ଜହ୍ନରା ଗଁାର ଜାନକୀ ସେଠୀ(୨୦)ଙ୍କ ପ୍ରସବଜନିତ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ମାତ୍ର ବାଟରେ ଗଛ ପଡ଼ିଥିବାରୁ ଆମ୍ବୁଲାନ୍ସ ଆସିପାରି ନ ଥିଲା। ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗରେ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ରାସ୍ତାରେ ପଡ଼ିିଥିବା ୨୨ଟି ଗଛ କାଟି ଜାନକୀଙ୍କ ପାଖରେ ପହଞ୍ଚତ୍ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ନେବା ବାଟରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ନେଇଥିଲା। ଏହାପରେ କର୍ମଚାରୀମାନେ ଅତି ସତର୍କତାର ସହ ଉଭୟଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ଏବେ ଉଭୟ ମା’ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ଅଗ୍ନିଶମ ବିଭାଗର ଏପରି ଉତ୍ସଗୀକୃତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧୁବାଦ ଜଣାଇବା ସହ ନବଜାତ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।


All Right Reserved By Dharitri.Com

କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କଲେ ଶିଳ୍ପୀ

ଛେଣ୍ଡିପଦା,୧୪।୪(ସ୍ବ.ପ୍ର.)- କରୋନା ଯୋଦ୍ଧା ସାଜିଥିବା ରାଜ୍ୟ ପୋଲିସର ମନୋବଳ ବୃଦ୍ଧି ପାଇଁ ଛେଣ୍ଡିପଦା ବ୍ଲକ ଖମାର ଗ୍ରାମର ଶିଳ୍ପୀ ବୀରବର ବେହେରା ଓଡ଼ିଶା ପୋଲିସର ଏକ...

ବାର୍ଦ୍ଧକ୍ୟ ଭତ୍ତାରୁ ରୋଗିଣା ବୃଦ୍ଧା ବାଦ୍‌:ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ସପରିବାରର ଧାରଣା

ଯାଜପୁର ଟାଉନ,୧୧|୯(ଡି.ଏନ୍‌.ଏ.)- ଦଶରଥପୁର ବ୍ଲକ ଅନ୍ତର୍ଗତ ଇଜାପୁର ପଞ୍ଚାୟତ ଇଜାପୁର ଗ୍ରାମର ଜନୈକା ୬୪ ବର୍ଷିୟା ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚତ୍ତ ହୋଇଛନ୍ତି। ସେ ଅତ୍ୟନ୍ତ...

କେବଳ ଜାତୀୟକରଣ ବ୍ୟାଙ୍କରେ ହିଁ ରହିବ ଶ୍ରୀମନ୍ଦିର ପାଣ୍ଠି: କ୍ରିଷନ କୁମାର

ପୁରୀ ଅଫିସ, ୫।୨: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି...

ଜାତୀୟ ସ୍କେଟିଂ ପ୍ରତିଯୋଗିତା: ସ୍ବର୍ଣ୍ଣ, ବ୍ରୋଞ୍ଜ ଜିଣିଲେ ବ୍ରହ୍ମପୁର ଖେଳାଳି

ବ୍ରହ୍ମପୁର ଅଫିସ,୧୩ା୧୦-ଛତିଶଗଡ଼ ରାୟପୁରରେ ଅନୁଷ୍ଠିତ ହେଉଥିବା ଜାତୀୟସ୍ତରୀୟ ରୋଲର ସ୍କେଟିଂ ପ୍ରତିଯୋଗିତାର ପ୍ରଥମ ଦିନରେ ବ୍ରହ୍ମପୁର ସ୍କେଟର ସଫଳତା ହାସଲ କରିଛନ୍ତି। ୩୦୦ ମିଟର ଟାଇମ...

ବନ୍ୟଜନ୍ତୁକୁ ଗିଳିଲା ବୋଡ଼ା ସାପ

ବୁଗୁଡ଼ା,୧୫ା୮(ଡି.ଏନ୍‌.ଏ.)- ବୁଗୁଡ଼ା ଥାନା ମୋଟାବାଡ଼ି ନିକଟସ୍ଥ ପଡ଼ିଆରେ ବୁଧବାର ସନ୍ଧ୍ୟାରେ ଏକ ବନ୍ୟଜନ୍ତକୁ ଗିଳିବା ଅବସ୍ଥାରେ ବୋଡ଼ା ସାପକୁ ଦେଖିବାକୁ ମିଳିଛି। ଲୋକେ ବିଲରେ କାମ...

ସାହିତ୍ୟ ବଞ୍ଚାଇବାକୁ ହେଲେ ଭାଷା ବଞ୍ଚିବା ଜରୁରୀ

ଫୁଲବାଣୀ ଅଫିସ,୧୦ା୨-ଆମ ସାହିତ୍ୟ, ସଂସ୍କୃତି ଓ ପରମ୍ପରା ବଞ୍ଚାଇବାକୁ ହେଲେ ଆମ ମାଟି ମା’ର ଭାଷାକୁ ବଞ୍ଚାଇବାକୁ ପଡ଼ିବ। ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ପରିସରରେ...

ଚୋରାଚାଲାଣ କରୁଥିବା ଗାଡ଼ି ରେଜିଷ୍ଟ୍ରେଶନ ରଦ୍ଦ ହେବ

ଛତ୍ରପୁର,୧୨ା୬(ଡି.ଏନ.ଏ)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା...

ନୀଳମାଧବ ମନ୍ଦିରରେ ହବିଷିଆଳିଙ୍କ ଭିଡ଼

ଖଣ୍ଡପଡ଼ା,୧୫।୧୦(ସ୍ବ.ପ୍ର.)-ସୋମବାରଠାରୁ ନୟାଗଡ ଜିଲା ଖଣ୍ଡପଡ଼ା ଅଞ୍ଚଳର ବିଭିନ୍ନ ଦେବଦେବୀ ମନ୍ଦିର ସମେତ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ ନୀଳମାଧବ ଜୀଉଙ୍କ ମନ୍ଦିରରେ କାର୍ତ୍ତିକ ବ୍ରତ...

Leave a comment

Your email address will not be published. Required fields are marked *