କଣ୍ଟେନମେଣ୍ଟ ଜୋନ୍‌ରୁ ହଟିଲା ରେଣୁକା ଗଳି

ପୁରୀ ଅଫିସ,୨୧।୫: ପୁରୀ ସହରସ୍ଥ ରେଣୁକା ଗଳି ଅଞ୍ଚଳରୁ ଗତ ୧୦ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗୋଟିଏ ପରିବାର ଦୁଇ ସଦସ୍ୟ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ଅଞ୍ଚଳକୁ ବିଶୋଧନ କରାଯାଇଥିଲା। ଜିଲାପାଳ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟନ ଜୋନ (ଆବଦ୍ଧ ଅଞ୍ଚଳ) ଘୋଷଣା କରିଥିଲେ। ବୁଧବାର ଏହି କଟକଣା ହଟାଇ ଦିଆଯାଇଛି। ରେଣୁକା ଗଳି ଏବଂ ଏହା ସଂଲଗ୍ନ ଅଞ୍ଚଳ କଣ୍ଟେନମେଣ୍ଟ ନିର୍ଦ୍ଦେଶନାମା ପ୍ରତ୍ୟାହାର କରିଛି ପ୍ରଶାସନ। ସୂଚନାଯୋଗ୍ୟ, ପ୍ରଶାସନ ପକ୍ଷରୁ ବେଳାଭୂମି ମାର୍ଗ ଛକରୁ ଭୋଳାନାଥ କୁଟୀର ଛକ ଭାୟା ରେଣୁକା ଲେନ୍‌ ଏବଂ ଭୋଳାନାଥ କୁଟୀର ଛକରୁ ବେଳାଭୁମି ମାର୍ଗ ଛକ ଭାୟା ମହୋଦଧି ଭବନ ଲେନ୍‌କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ୧୧ ତାରିଖ ସକାଳ ୭ଟାରୁ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବା ସହ ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଥିଲା।


All Right Reserved By Dharitri.Com

ମଣିଷ ଦେହରେ କରୋନା ଟିକା :ପ୍ରଥମ ପ୍ରୟୋଗ ସଫଳ

ଓ୍ବାଶିଂଟନ,୨୦ା୫: ମହାମାରୀ କରୋନା ସଂକ୍ରମଣରୁ ମୁକ୍ତି ପାଇଁ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଟିକା ଖୋଜିବାରେ ଲାଗିଛନ୍ତି। ବୈଜ୍ଞାନିକମାନଙ୍କ ୮୦ଟି ଟିମ୍‌ ମଧ୍ୟରୁ ଅନୂ୍ୟନ ୮ଟି ଟିକା...

ବିଜୁବାବୁଙ୍କ ଜୟନ୍ତୀରେ ଶପଥପାଠ

ଜୟପୁର,୫।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଅବସରରେ ନିର୍ବାଚନମଣ୍ଡଳୀ କର୍ମକର୍ତ୍ତା ଏବଂ କର୍ମୀମାନଙ୍କୁ ନେଇ ଏକ ସଭାର ଆୟୋଜନ...

ରଥରେ ଯାନ୍ତି ଦଶାବତାର ଦିଅଁ

ପୁରୀ ଅଫିସ, ୩୦ା୬: ଆସନ୍ତା ୪ ତାରିଖରେ ରଥଯାତ୍ରା। ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବେ ମହାପ୍ରଭୁ। ଏଥିପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ରଥଖଳାରେ ତିନିରଥ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଏନ୍‌ସିସି ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ/ପଦ୍ମପୁର,୨।୭- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବରଗଡ଼ ଜିଲା ପଦ୍ମପୁରସ୍ଥିତ ରାଜବୋରାସମ୍ବର ହାଇସ୍କୁଲର ଏନ୍‌ସିସି ଶିକ୍ଷକ ମୋହନ...

ଆଜି ଜାଗର: ଚଳଚଞ୍ଚଳ କପିଳାସ

ଢେଙ୍କାନାଳ ଅଫିସ, ୨୧।୨ – ପ୍ରସିଦ୍ଧ ମହାଶିବରାତ୍ରି ଏବଂ ଜାଗରଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି କପିଳାସ କ୍ଷେତ୍ରାଧିପତି ମହାପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କ ପୀଠ। ଜାଗରଯାତ୍ରା ଅବ୍ୟବହିତ...

ନିୟମ ଉଲ୍ଲଂଘନ ଅଭିଯୋଗରେ ୩ ଦୋକାନୀ ଗିରଫ

ଭଦ୍ରକ ଅଫିସ,୨୧।୪: ଭଦ୍ରକ ଜିଲାରେ ୮ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି। ଭଣ୍ଡାରିପୋଖରୀ ବ୍ଲକରେ ୨ଜଣ କରୋନା ରୋଗୀ...

ମାଲବାହୀ ଟ୍ରକ୍‌ ଚାଳକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ଢେଙ୍କାନାଳ ଅଫିସ, ୧୨।୪-କରୋନା ବିପତ୍ତି ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଥିବା ଟ୍ରକ୍‌ ଚାଳକଙ୍କୁ ଢେଙ୍କାନାଳ ଛାତ୍ର ବିଜେଡି ପକ୍ଷରୁ ୫୫ନଂ. ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ...

କରୋନା ମୁକାବିଲା: ସରପଞ୍ଚଙ୍କ ପାଇଁ ୫୦ ଲକ୍ଷ

ଭୁବନେଶ୍ୱର,୧୪ା୫(ବ୍ୟୁରୋ)- କରୋନା(କୋଭିଡ-୧୯) ସଂକ୍ରମଣ ରୋକିବା କ୍ଷେତ୍ରରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହେଲେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର...

Leave a comment

Your email address will not be published. Required fields are marked *