ସ୍ନାନଯାତ୍ରା ପ୍ରସ୍ତୁତି : ଆଜି ୧୦ ନିଯୋଗ ସହ ବୈଠକ

ପୁରୀ ଅଫିସ,୨୧।୫: ଆସନ୍ତା ଜୁନ୍‌ ୫ତାରିଖରେ ସ୍ନାନଯାତ୍ରା। ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ଦାରୁଦିଅଁ। ତେଣୁ ସ୍ନାନଯାତ୍ରାକୁ କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ କରାଯିବ ସେ ନେଇ ବିଭିନ୍ନ ନିଯୋଗ ସହ ଆଲୋଚନା କରୁଛି ଶ୍ରୀମନ୍ଦିର ପ୍ରଶାସନ। ଗତ ୧୨ ତାରିଖରେ ଦଇତାପତି ନିଯୋଗ ସହ ଆଲୋଚନା ହୋଇଥିବାବେଳେ ଗୁରୁବାର ସ୍ନାନଯାତ୍ରା ସହ ସମ୍ପୃକ୍ତ ଅନ୍ୟ ୧୦ଟି ନିଯୋଗ ସହ ବୈଠକ ହେବ। ମଧ୍ୟାହ୍ନ ୧୨ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ସରକାରଙ୍କ କୋଭିଡ-୧୯ ଗାଇଡଲାଇନକୁ ମାନି କିପରି ଠାକୁରଙ୍କ ନୀତିକାନ୍ତି କରାଯିବ ସେନେଇ ଆଲୋଚନା ହେବ। ସେହିପରି ସାମାଜିକ ଦୂରତା ଉପରେ ଯେପରି ସମସ୍ତେ ଗୁରୁତ୍ୱ ଦେବେ ସେ ସମ୍ପର୍କରେ ସେବାୟତମାନଙ୍କୁ କୁହାଯିବ ବୋଲି ସୂଚନା ମିଳିଛି।


All Right Reserved By Dharitri.Com

ଶିଶୁ ଅପହରଣ କରି ବିକ୍ରି ଘଟଣା: ୨ ମହିଳାଙ୍କ ସମେତ ୬ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୪ା୯-ବ୍ରହ୍ମପୁର ସହରରେ ଶିଶୁ ଅପହରଣ ଓ ପରେ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି ଗୋଷାଣି ନୂଆଗାଁ ପୋଲିସ। ପୂରା ଘଟଣାକ୍ରମରେ ସମ୍ପୃକ୍ତ ଥିବା ୨...

୧୦ ଲକ୍ଷ ଟଙ୍କାର ଫସଲ ନଷ୍ଟ କଲେ ହାତୀପଲ

ଶେରଗଡ଼,୧୦।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଭୁଷୁଣ୍ଡା ଗ୍ରାମ ନିକଟ ପାକିଡି ପାହାଡ଼ରେ ହାତୀପଲ ୫୦୦ ଭରଣ ଜମିରେ ଲାଗିଥିବା ପନିପରିବା ଫସଲ ନଷ୍ଟ କରିଦେଇଛନ୍ତି।...

ଖାଦ୍ୟ କିଟ୍‌ ବଣ୍ଟନ

ଖଇରା, ୨୮।୪(ଡି.ଏନ.ଏ.)-ନୂଆଦିଲ୍ଲୀରେ ଆୟକର ବିଭାଗରେ ଡେପୁଟି କମିଶନର ଭାବେ କାର୍ଯ୍ୟରତ ବାଲେଶ୍ୱର ଜିଲା ଖଇରା ବ୍ଲକ ନୂଆଗାଁ ବଡ ଗ୍ରାମର ଆଶିଷ କୁମାର ପଣ୍ଡା ନିଜ...

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଆଜି ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ

ବଲାଙ୍ଗୀର ଅଫିସ,୧୬।୭: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ମଙ୍ଗଳବାର ଭୁବନେଶ୍ୱରରେ ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ କରାଯିବ। ବଲାଙ୍ଗୀର ଜିଲା ଓକିଲ ସଂଘ...

୨୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଛତ୍ରପୁର,୪ା୧୦(ଡି.ଏନ.ଏ.)- ଛତ୍ରପୁର ପୋଲିସ ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୋଗରେ ଜଣଙ୍କୁ ଗିରଫ କରିଛନ୍ତି। ସେ ହେଲେ ଗୋଳନ୍ଥରା...

ଭତ୍ତାକୁ ଚାହିଁଛନ୍ତି ଉତ୍ତରା: ୩୦କେଜି ଚାଉଳରେ ଚଳୁଛନ୍ତି ୪ ପ୍ରାଣୀ

ଭାପୁର,୨୬।୬(ଡି.ଏନ.ଏ.)- ଦୁଇବର୍ଷ ହେଲା ଆରପାରିରେ ସ୍ବାମୀ। ଘରେ ୨ ଝିଅ, ଜଣେ ପୁଅ। ମୂଲମଜୁରି ଲାଗିଲେ ସେମାନଙ୍କ ପେଟକୁ ଦାନା ଯୋଗାଡ଼ ହେଉଛି। ଭଙ୍ଗା କୁଡ଼ିଆରେ...

ଦନ୍ତା ଆକ୍ରମଣରେ ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ସମ୍ବଲପୁର, ୧।୪ (ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ଯୁଯୁମୁରା ଥାନା କୋଲଗାଁରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଦନ୍ତା ଆକ୍ରମଣରେ ୨ଜଣଙ୍କ ମୃତ ଘଟିଥିବା ବେଳେ ଜଣେ ଗୁରୁତର...

ହରିହର ଯୋର ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି : ବୀରମହାରାଜପୁର-ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି,୪।୯(ଡି.ଏନ୍‌.ଏ.) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ହୋଇଥିବାରୁ ସମଗ୍ର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ଅନେକ ଚାଷଜମି ଜଳମଗ୍ନ ହେବା...

Leave a comment

Your email address will not be published. Required fields are marked *