ଉପକୂଳ ଅଞ୍ଚଳ ଛାରଖାର

ଭୋଗରାଇ, ୨୧।୫(ଡି.ଏନ.ଏ.)-ବାତ୍ୟା ଅମ୍ଫନ ପ୍ରଭାବରେ ଓଡ଼ିଶା ସୀମାନ୍ତ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱରରେ ବ୍ୟାପକ କ୍ଷତି ହୋଇଛି। ଏହି ସାମୁଦ୍ରିକ ଝଡ଼ ବୁଧବାର ଅପରାହ୍ନରେ ବାଲେଶ୍ୱର ଅତିକ୍ରମ କଲାବେଳେ ଭୋଗରାଇ ତଥା ଏହାର ଆଖପାଖ ଅଞ୍ଚଳରେ ଘଣ୍ଟାକୁ ୧୦୦ କି.ମି. ଊର୍ଦ୍ଧ୍ୱ ବେଗରେ ପବନ ବହି ସମଗ୍ର ଅଞ୍ଚଳକୁ ଛାରଖାର କରିଦେଇଛି। ବିଭିନ୍ନ ସ୍ଥାନରେ ବହୁ ପୁରୁଣା ଘଛକୁ ଉପାଡ଼ି ପକାଇଛି। ମୁଖ୍ୟ ରାସ୍ତା ସହ ବିଭିନ୍ନ ଗାଁ ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ସ୍ଥାନୀୟ ଲୋକେ ଭଭୀତ ହୋଇ ପକ୍କା ଘର ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି। ଭୋଗରାଇ, ବାଲିଆପାଳ ସମେତ ପୂର୍ବ ମେଦିନପୁର ଜିଲାରେ ପାନବରଜ ଭାଙ୍ଗି ଛିନଛତର ହୋଇଯାଇଛି। ନଡ଼ାଛପର ଘର, ଆଜବେଷ୍ଟସ୍‌ ଓ ଟିଣଛପର ଘର ବତାଶମାଡ଼ରେ ଉଡ଼ିଯାଇଛି। ଏହାସହିତ ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସାମୁଦ୍ରିକ ଝଡ଼ ଉପକୂଳମୁହଁା ହେବାବେଳେ ସମୁଦ୍ର ଜୁଆର ୧୦ ମିଟର ଊର୍ଦ୍ଧ୍ୱକୁ ଉଠି ପଥରବନ୍ଧରେ ମାଡ଼ କରିଛି। ସହସ୍ରାଧିକ ଝାଉଁଗଛ ଧରାଶାୟୀ ହୋଇଛି। ପଶ୍ଚିମବଙ୍ଗ ଦୀଘା, ଶଙ୍କରପୁର, ତାଜପୁର, ମନ୍ଦାରମଣିଠାରେ ସମଦ୍ର ଢେଉ ପଥରବନ୍ଧ ଡେଇଁ ଜନବସତି ଆଡକୁ ପ୍ରବେଶ କରିଛି। ପାଚିଲା ଧାନ ପାଣିରେ ଭାସୁଛି।


All Right Reserved By Dharitri.Com

ଚାଷୀଙ୍କ ଉପରେ କରୋନା ଚଡ଼କ: ଜମିରେ ସଢୁଛି ପନିପରିବା

ଛତ୍ରପୁର,୧୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଚଡ଼କ ଚାଷୀ, ମୂଲିଆ ଓ କୃଷି ଶ୍ରମିକଙ୍କ ଉପରେ ଅଧିକ ପଡ଼ିଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ ଓ ପ୍ରତ୍ୟହ ୧୯ଘଣ୍ଟିଆ ସଟ୍‌ଡାଉନ...

ଆଠମଲ୍ଲିକରୁ ଗଲା ତୁଳସୀ, ପଦ୍ମଫୁଲ

ଆଠମଲ୍ଲିକ, ୧୯ା୪(ଡି.ଏନ.ଏ.)- ଲକଡାଉନ ଯୋଗୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ତୁଳସୀ ପତ୍ର ଓ ଫୁଲର ଅଭାବ ଦେଖା ଯାଉଥିବାବେଳେ ରବିବାର ଏକ କାର୍ ଆଠମଲ୍ଲିକରୁ...

୩ଦିନରୁ ଭୋକିଲା ପେଟରେ ଶ୍ରମିକ

କେନ୍ଦୁଝର,୨।୪(ସ୍ବ.ପ୍ର.): ପଶ୍ଚିମବଙ୍ଗ ଓ ବିହାରରୁ ପାଖାପାଖି ୩୦ଜଣ ନିର୍ମାଣ ମିସ୍ତ୍ରୀ, ତୁଳା କାମ ଓ କାଠ କାମ ମିସ୍ତ୍ରୀ କାର୍ଯ୍ୟ ସକାଶେ କେନ୍ଦୁଝରକୁ ଆସିଥିଲେ। ଲକ୍‌ଡାଉନ୍‌...

ଉଚ୍ଛେଦ ପୂର୍ବରୁ ଦୋକାନ ହଟାଇଲେ:  ଥଇଥାନ କରା ନ ଗଲେ ଆନ୍ଦୋଳନ

ଗଞ୍ଜାମ,୧୨ା୩(ଡି.ଏନ.ଏ.)- ଗଞ୍ଜାମ ସହର ସାନବଜାର ଠାରୁ ତ୍ରିବେଣୀ ମଠ ଛକ ଯାଏ ରାସ୍ତା ସମ୍ପ୍ରସାରଣ ପାଇଁ ଜବରଦଖଲ ଉଛେଦ କରାଯିବ। ଏଥିପାଇଁ ତହସିଲ ପ୍ରଶାସନ ପକ୍ଷରୁ...

ଟ୍ରାକ୍ଟର-ଟ୍ରଲି ଚାପି ହୋଇ ଯୁବକଙ୍କ ଜୀବନ ଗଲା

ଝରିଗାଁ,୨ା୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଚିତାବେଡ଼ା ଗ୍ରାମରେ ରବିବାର ସକାଳେ ଟ୍ରାକ୍ଟର – ଟ୍ରଲି ଚାପି ହୋଇ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ...

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଯାପିତ, ପୁରୀ ଜିଲାକୁ ଦୁର୍ଘଟଣାମୁକ୍ତ କରିବା ଲାଗି ଆହ୍ବାନ

ପୁରୀ ଅଫିସ,୧୭।୧: ପୌର ସଦନଠାରେ ଶୁକ୍ରବାର ୩୧ତମ ସଡକ ସୁରକ୍ଷା ସପ୍ତାହ ଉଦ୍‌ଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇଙ୍କ...

ବାଲିଅନ୍ତା ଗାନ୍ଧୀ ସ୍ମୃତି ପୀଠରେ ଗାନ୍ଧୀଜୟନ୍ତି ପାଳିତ

ବାଲିଅନ୍ତା, ୨।୧୦(ଡି.ଏନ୍‌.ଏ.): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଭୁବନେଶ୍ୱର ବାଲିଅନ୍ତାସ୍ଥିତ ପବିତ୍ର ଗାନ୍ଧି ସ୍ମୃତି ପୀଠରେ ପାଳିତ ହୋଇଯାଇଛି। ଗାନ୍ଧୀ ପଦଯାତ୍ରା ସ୍ମୃତି...

୧୨ ରାଉଣ୍ଡ: ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ ଆଗରେ

ନୀଳଗିରି, ୨୩।୫(ଡି.ଏନ.ଏ.)-୧୧ରାଉଣ୍ଡ ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ୩୦ହଜାର ୪୪୦, ଭାଜପା ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକଙ୍କୁ ୨୭ହଜାର ୭୬୮ ଭୋଟ ମିଳିଛି।...

Leave a comment

Your email address will not be published. Required fields are marked *