ଋଣ ଗ୍ୟାରେଣ୍ଟି ଯୋଜନାର ସଂଶୋଧନକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୧।୫-ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ଲାଗି ସରକାର ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ଯୋଗାଇ ଦେବେ। କେନ୍ଦ୍ର କ୍ୟାବିନେଟ ଏହି ଯୋଜନାକୁ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟିଂ ସ୍କିମ୍‌ (ଇସିଏଲ୍‌ଜିଏସ୍‌) ଦ୍ୱାରା ୯.୨୫% ସୁଧହାରରେ ଏହି ଋଣ କ୍ଷୁଦ୍ର ଶିଳ୍ପଗୁଡିକୁ ଯୋଗାଇ ଦିଆଯିବ। କରୋନା ପ୍ରଭାବ ଯୋଗୁ ଦେଶର ଏମ୍‌ଏସ୍‌ଏମ୍‌ଇ କ୍ଷତିଗ୍ରସ୍ତ ହୋଇଥିବାରୁ ଶିଳ୍ପଗୁଡିକୁ ସହାୟତା କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ୨୦ ଲକ୍ଷ କୋଟି ଟଙ୍କାର କୋଭିଡ୍‌-୧୯ ପ୍ୟାକେଜ ମଧ୍ୟରେ ଏହି ଯୋଜନା ପ୍ରମୁଖରେ ରହିଛି। ସେହିଭଳି ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପଗୁଡିକୁ ସଙ୍ଗଠିତ ରୂପ ପ୍ରଦାନ କରିବା ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାବାଦ ପ୍ରଧାନମନ୍ତ୍ରୀ ବୟୋବନ୍ଧନ ଯୋଜନାର ମିଆଦ ବୃଦ୍ଧିକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି। ୨୦୨୦ ମାର୍ଚ୍ଚ ୩୧ ଯାଏ ରହିଥିବା ଏହି ଯୋଜନାକୁ ୩ ବର୍ଷ ବୃଦ୍ଧି କରାଯାଇ ୨୦୨୩ ମାର୍ଚ୍ଚ ୩୧ କରାଯାଇଥିବା ଜଣାପଡିଛି।


All Right Reserved By Dharitri.Com

ସବ୍‌ସିଡିରେ ମିଳିବ ଅତିରିକ୍ତ ୨ କେଜି ଖାଦ୍ୟଶସ୍ୟ

ମୁମ୍ବାଇ,୨୬। ୩: ତାଲାବନ୍ଦ ସମୟରେ ଲୋକଙ୍କୁ ଯେଭଳି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଉପଲବ୍ଧ ହୁଏ ସେ ପ୍ରସଙ୍ଗକୁ କେନ୍ଦ୍ର ସରକାର ଧ୍ୟାନରେ ରଖିଛନ୍ତି। ରାଶନ ଦୋକାନଗୁଡିକରେ...

ରେନୋ ଇଣ୍ଡିଆର ନୂଆ ଡଷ୍ଟର ବଜାରରେ

ନୂଆଦିଲ୍ଲୀ,୧୦-୭: ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଡଷ୍ଟର ମଡେଲର ବଜାର ପ୍ରବେଶ ହୋଇଛି। ଏଥିରେ ୨୫ ନୂଆ ଫିଚର ଏବଂ ଟେକ୍ନୋଲୋଜି ରହିଛି। ମଡେଲଟିରେ ଆକର୍ଷଣୀୟ...

କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ କରିବେ ସରକାର

ନୂଆଦିଲ୍ଲୀ,୧୯-୮: କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ ଲାଗି ଏକ ଯୋଜନା କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି। ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଅଧୀନରେ କ୍ଷୁଦ୍ର ଋଣଗ୍ରହୀତାଙ୍କ...

କୋଲ ଇଣ୍ଡିଆକୁ ଭାଙ୍ଗି ଗଠନ ହେବ ୫ କମ୍ପାନୀ

ନୂଆଦିଲ୍ଲୀ,୧୮-୭: କୋଇଲା ଖନନ କ୍ଷେତ୍ରରେ କାର୍ଯ୍ୟରତ ବିଶ୍ୱର ସର୍ବବୃହତ କୋଇଲା କମ୍ପାନୀ କୋଲ୍‌ ଇଣ୍ଡିଆ ଲିମିଟେଡକୁ ଭାଙ୍ଗି ୫ କମ୍ପାନୀ ଭାବେ ଏହାକୁ ଷ୍ଟକ ଏକ୍ସଚେଞ୍ଜରେ...

ମାଲ୍ୟାଙ୍କୁ ୟୁକେ ହାଇକୋର୍ଟ ଝଟକା

ଲଣ୍ଡନ,୨୬।୫: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ଜୋର୍‌ ଝଟକା ଲାଗିଛି। ବ୍ରିଟେନର ଏକ ପାନୀୟ କମ୍ପାନୀ ଡିଆଜିଓକୁ ସେ ୧୩.୫ କୋଟି ଡଲାର...

ଅଧିକାରୀଙ୍କ କାର୍‌ନାମା; ପ୍ରତି ମାସରେ ଡିଜିସିଏ,ଏୟାର ଇଣ୍ଡିଆରୁ ନେଉଛନ୍ତି ଦରମା

ନୂଆଦିଲ୍ଲୀ,୨୧-୭: ଋଣରେ ବୁଡ଼ି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ କ୍ରମାଗତ ଏଭଳି ଜଣେ ଅଧିକାରୀଙ୍କୁ ପ୍ରତିବର୍ଷ ୨ କୋଟିରୁ ଊଦ୍ଧ୍ୱର୍ର୍ ଟଙ୍କା ଦରମା...

ହିରୋ ଚ୍ୟାଲେଞ୍ଜ-୨୦୧୯ ଘୋଷଣା

ନୂଆଦିଲ୍ଲୀ,୧୮-୪: ଇଂଲଣ୍ଡର ଲିଭରପୁଲ ଓ୍ବାଟର ପ୍ରିନ୍ସ ଡକ୍‌ରେ ଦି ହିରୋ ଚ୍ୟାଲେଞ୍ଜ-୨୦୧୯ ଗଲ୍ଫ ନାଇଟ୍‌ ଅନୁଷ୍ଠିତ ହେବ। ବିଶ୍ୱରଖ୍ୟାତି ସମ୍ପନ୍ନ ଗଲ୍ଫର ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ...

ମାନ୍ଦାବସ୍ଥା ପ୍ରଭାବ;ଟାଟା ମୋଟର୍ସ, ଅଶୋକ ଲେଲ୍ୟାଣ୍ଡ, ହିରୋ ଉତ୍ପାଦନ ବନ୍ଦ କଲା

ନୂଆଦିଲ୍ଲୀ,୧୭ -୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଶେଷ ହେବାର କୌଣସି ଚିହ୍ନବର୍ଣ୍ଣ ଦେଖାଯାଉନାହିଁ। ବାଧ୍ୟ ହୋଇ କମ୍ପାନୀମାନେ ନିଜର ଉତ୍ପାଦନ ବନ୍ଦ କରିବା ଲାଗି ନିଷ୍ପତ୍ତି...

Leave a comment

Your email address will not be published. Required fields are marked *