୨୫ରୁ ଘରୋଇ ବିମାନ ସେବା

ନୂଆଦିଲ୍ଲୀ,୨୧।୫-ଦେଶ ମଧ୍ୟରେ କରୋନା ପ୍ରଭାବ କମୁ ନ ଥିବାରୁ ବର୍ତ୍ତମାନ ଉଭୟ ଡୋମେଷ୍ଟିକ ଏବଂ ଅନ୍ତର୍ଜାତୀୟ ଉଡାଣ ବନ୍ଦ ରହିଛି। ଏଭଳି ସ୍ଥିତିରେ ମେ ୨୫ରୁ ପୁଣି ଥରେ ଦେଶ ମଧ୍ୟରେ ବିମାନ ସେବା ଧୀରେ ଧୀରେ ସ୍ବାଭାବିକ ହେବାକୁ ଯାଉଛି। ଅର୍ଥାତ୍‌ ଆସନ୍ତା ସୋମବାରଠାରୁ ଲୋକମାନେ ବିମାନ ସେବା ଲାଭକରିବାକୁ ସକ୍ଷମ ହେବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏ ସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି। ଟୁଇଟର ଯୋଗେ ସୂଚନା ଦେଇ ସେ କହିଛନ୍ତି ଯେ, ସେବା ଆରମ୍ଭ ନେଇ ବିମାନ ବନ୍ଦର ଏବଂ ସେବା ଯୋଗାଣକାରୀ କମ୍ପାନୀଗୁଡିକୁ ବର୍ତ୍ତମାନ ଅବଗତ କରାଯାଉଛି। ବିମାନ ଯାତ୍ରୀଙ୍କ ଲାଗି ମନ୍ତ୍ରଣାଳୟ ପକ୍ଷରୁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜ୍ୟୁର(ଏସ୍‌ଓପି) ଜାରି କରାଯିବ। ମାର୍ଚ୍ଚ ଶେଷ ଭାଗରୁ ବିମାନ ସେବାକୁ ବନ୍ଦ ରଖାଯାଇଛି। ସଂକ୍ରମଣକୁ କମ୍‌ କରିବା ଲାଗି ଲକ୍‌ଡାଉନରୁ ଭାରତୀୟ ବିମାନ ସେବା ଯୋଗାଣକାରୀ କମ୍ପାନୀଗୁଡିକୁ ୧.୭୫ ବିଲିୟନ ଡଲାର କ୍ଷତି ସହିବାକୁ ପଡିବ ବୋଲି ଇଣ୍ଟରନ୍ୟାଶନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏଶନ(ଆଇଟିଏ) ପକ୍ଷରୁ ସୂଚନା ଦିଆଯାଇଛି।


All Right Reserved By Dharitri.Com

ପିଏମ୍‌ କେୟାର୍ସ ପାଣ୍ଠି ଦାନରେ ଟିକସ ରିହାତି

ନୂଆଦିଲ୍ଲୀ, ୨।୪:କୋଭିଡ-୧୯ ଯୋଗୁ ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ସାରା ବିଶ୍ୱର ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍‌ ହୋଇଥିବା ବେଳେ ପିଏମ୍‌ କେୟାର୍ସ...

ବନ୍ଦ ହୋଇଯିବ ଗରିବ ରଥ ଏକ୍ସପ୍ରେସ

ନୂଆଦିଲ୍ଲୀ,୧୯-୭: ଗରିବଙ୍କୁ ଶସ୍ତାରେ ଏସି ଟ୍ରେନରେ ଯାତ୍ରା କରିବାର ଆନନ୍ଦ ଦେବା ଲାଗି ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପକ୍ଷରୁ ଗରିବ ରଥ ଏକ୍ସପ୍ରେସ୍‌କୁ...

ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ: ଶକ୍ତିକାନ୍ତ

ମୁମ୍ବାଇ,୧୪।୪: ବର୍ତ୍ତମାନର କୋଭିଡ୍‌-୧୯ ଯୋଗୁ ଉପୁଜିଥିବା ଚ୍ୟାଲେଞ୍ଜିଂ ସ୍ଥିତିକୁ ସାମ୍ନା କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଛି। ଦେଶର ଅଭିବୃଦ୍ଧିକୁ...

ଜଲାନ କମିଟି ସୁପାରିସ୍‌ ବୋର୍ଡରେ ଗୃହୀତ;ସରକାରଙ୍କୁ ୧.୭୬ ଲକ୍ଷ କୋଟି ଦେବ ଆର୍‌ବିଆଇ

ମୁମ୍ବାଇ,୨୭-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କେନ୍ଦ୍ର ସରକାରଙ୍କୁ ବଳକା ପାଣ୍ଠିରୁ ଲାଭାଂଶ ବାବଦରେ ୧.୭୬ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ସୋମବାର ଆର୍‌ବିଆଇର କେନ୍ଦ୍ରୀୟ...

ଏକା ସମୟରେ କାମ ଆରମ୍ଭ କରିବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ,୧୧-୮: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଆଗାମୀ ଦିନରେ ସମାନ ସମୟରେ କାମ ଆରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ସଂସ୍କାରମୂଳକ କାର୍ଯ୍ୟକ୍ରମ ଅଧୀନରେ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି।...

ପିଏମ୍‌ କିଷାନ ଯୋଜନା;ଡିସେମ୍ବର ସୁଦ୍ଧା ଯୋଡି ହେବେ ୧୦କୋଟି ଚାଷୀ

ନୂଆଦିଲ୍ଲୀ,୧୦-୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନା ଅଧୀନରେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୧୦ କୋଟି ଚାଷୀଙ୍କୁ ସାମିଲ କରାଯିବ ବୋଲି କେନ୍ଦ୍ର...

ବିଶ୍ୱ ସ୍ତରରେ ବଢିବେ ୨୫ ଲକ୍ଷ ବେକାରୀ

ଜାତିସଂଘ,୨୨-୧: ସାରା ବିଶ୍ୱରେ ବେକାରୀ ସମସ୍ୟା ଏବେ ଉତ୍କଟ ହେଉଛି। ୨୦୨୦ରେ ବେକାରୀ ହାର ବଢିବା ସହ ଏହି ସଂଖ୍ୟାରେ ଆଉ ୨୫ ଲକ୍ଷ ବେକରୀ...

ଗ୍ରାହକ ସମ୍ପର୍କ ବୃଦ୍ଧି ଲାଗି ଏଲ୍‌ଜିର ପଦକ୍ଷେପ

ଭୁବନେଶ୍ୱର,୧୦-୬: ପ୍ରମୁଖ କମ୍ପାନୀ ଏଲ୍‌ଜି ପକ୍ଷରୁ ଗ୍ରାହକ ସମ୍ପର୍କ ବୃଦ୍ଧି କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥି ଲାଗି କମ୍ପାନୀ ଇନଫୋବିପ ସହ...

Leave a comment

Your email address will not be published. Required fields are marked *