‘ଓଲା’ରୁ ଛଟେଇ ହେଲେ ୧୪ଶହ କର୍ମଚାରୀ

ନୂଆଦିଲ୍ଲୀ,୨୧।୫: କରୋନା ମହାମାରୀ ସଂକ୍ରମଣ ଭୟାବହତାକୁ ନଜରରେ ରଖି ସରକାର ଦେଶରେ ଘରୋଇ ଯାନବାହନ ଚଳାଇବା ଉପରେ ରୋକ ଲଗାଇଥିଲେ। ଫଳରେ କ୍ୟାବ୍‌ ସେବା ଯୋଗାଣକାରୀ କମ୍ପାନୀ ଓଲା ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଛି। ଓଲା ଗତ ୨ମାସ ମଧ୍ୟରେ ୯୫% ରାଜସ୍ବ ହରାଇବା ଯୋଗୁ ସମସ୍ୟାରେ ରହିଛି। କମ୍ପାନୀ ବିଭିନ୍ନ କାରଣ ଦର୍ଶାଇ ବର୍ତ୍ତମାନ ଏହାର ପ୍ରାୟ ୧୪ଶହ କର୍ମଚାରୀ ଛଟେଇ କରିଛି । କିଛି ମାସ ହେଲା ଯାତ୍ରୀସେବା ଯୋଗାଣରେ ସମସ୍ୟା ଉପୁଜୁଥିବାରୁ କମ୍ପାନୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କମ୍ପାନୀର ସିଇଓ ଭାବେଶ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ଲକ୍‌ଡାଉନ ଜାରି ଥିବାରୁ ବର୍ତ୍ତମାନ କାରବାରରେ ଅସ୍ଥିରତା ଦେଖାଦେଇଛି । କୋଭିଡ୍‌ ସଂକ୍ରମଣ ଥମୁ ନ ଥିବାରୁ ଘରୋଇ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି । ଗ୍ରାହକ ମଧ୍ୟ ପୂର୍ବପରି ଆଉ ଗାଡ଼ି ବୁକିଂ କରୁନାହାନ୍ତି । କମ୍ପାନୀ ବ୍ୟାପକ କ୍ଷତିରେ ଚାଲୁଥିବାରୁ କର୍ମଚାରୀମାନଙ୍କ ବେତନଠାରୁ ଆରମ୍ଭକରି ଅନ୍ୟାନ୍ୟ ସୁବିଧା ଯୋଗାଣରେ ଅସୁବିଧା ସୃଷ୍ଟି ହେଉଛି। ସେ ଆହୁରି କହିଛନ୍ତି ଯେ, ଆସନ୍ତା ୬ମାସ ଯାଏ କମ୍ପାନୀର ସ୍ଥିରତା ନ ଆସିବା ପର୍ଯ୍ୟନ୍ତ ବେତନ ପ୍ରଦାନ ଓ ଅନ୍ୟାନ୍ୟ ସୁବିଧା ଯୋଗାଣରେ ସମସ୍ୟା ରହିବ। ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ କର୍ମଚାରୀମାନଙ୍କୁ ମେଲ୍‌ ମାଧ୍ୟମରେ ସୂଚାଇ ଦିଆଯାଇଛି । ସେହିଭଳି ଗତ ସପ୍ତାହ ମଧ୍ୟରେ ଉବେର, ଜମାଟୋ, ସ୍ବିଗି ଭଳି ଅନେକ ସଂସ୍ଥା ବିଭିନ୍ନ କାରଣ ଦର୍ଶାଇ କର୍ମଚାରୀ ଛଟେଇ କରିଥିବା ଜଣାପଡିଛି।


All Right Reserved By Dharitri.Com

ଅର୍ଥନୀତିକୁ ପ୍ରୋତ୍ସାହନ;ପ୍ରଧାନମନ୍ତ୍ରୀ-ସୀତାରାମନ୍‌ ଆଲୋଚନା

ନୂଆଦିଲ୍ଲୀ,୧୭-୮: ଅର୍ଥନୀତିରେ ମାନ୍ଦାବସ୍ଥା ମାଡି ଆସୁଥିବା ବେଳେ ଏହାକୁ ରୋକିବା ଲାଗି ଉପାୟ ସ୍ଥିର କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ...

ଭାରତର ବିକାଶ ଅନୁମାନ କମାଇଲା ଫିଚ୍‌

ନୂଆଦିଲ୍ଲୀ,୨୧-୩: ଫିଚ୍‌ ରେଟିଂ ଶୁକ୍ରବାର ଭାରତର ବିକାଶ ଅନୁମାନକୁ କମାଇଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତର ବିକାଶ ହାର ୫.୧% ରହିବ ବୋଲି ଏହି ଏଜେନ୍ସି...

ଜୁନ୍‌ରେ ଔଦ୍ୟୋଗିକ ଉତ୍ପାଦନ ବୃଦ୍ଧି ହାର ୨%କୁ ହ୍ରାସ

ନୂଆଦିଲ୍ଲୀ,୧୦-୮: ଦେଶର ଅର୍ଥନୀତି ଦିନକୁ ଦିନ ଦୂରାବସ୍ଥା ଆଡକୁ ଗତି କରୁଛି। ମାନ୍ଦାବସ୍ଥା କାରଣରୁ ଅର୍ଥନୀତି ଏବେ ଆଣ୍ଠେଇଲାଣି। ଆର୍ଥିକ ବିକାଶ ଦର୍ଶାଉଥିବା ସମସ୍ତ ତଥ୍ୟ...

ଅଭିବୃଦ୍ଧି ଆକଳନ ୬%କୁ ହ୍ରାସ କଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ,୧୪-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବିଶ୍ୱବ୍ୟାଙ୍କ ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ପୂର୍ବାନୁମାନ ୬%କୁ ହ୍ରାସ କରିଛି। ନିକଟରେ ଅନ୍ତର୍ଜାତୀୟ...

ପାଇକାରୀ ମୁଦ୍ରାସ୍ଫୀତି ହାର ୧.୦୮%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୧୭-୯: ଅଗଷ୍ଟରେ ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ପ୍ରାୟ ୨୫ ମାସର ସର୍ବନିମ୍ନ ସ୍ତର ୧.୦୮%ରେ ଅପରିବର୍ତ୍ତିତ ରହିଛି। ଜୁଲାଇ ମୁକାବିଲାରେ ଏଥିରେ କୌଣସି...

ଜମ୍ମୁ-କଶ୍ମୀରରେ ହେବ ନିଯୁକ୍ତି ବର୍ଷା;ସରକାରଙ୍କୁ ସମର୍ଥନ ଜଣାଇଲା ସିଆଇଆଇ

ନୂଆଦିଲ୍ଲୀ,୧୦-୮: ଦେଶର ଉଦ୍ୟୋଗ ସଂଗଠନ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ଜମ୍ମୁ-କଶ୍ମୀରରେ ନିବେଶ ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସକୁ ସମର୍ଥନ ଜଣାଇଛି। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା...

ଅଭିବୃଦ୍ଧିରେ ସହାୟକ ସ୍ଥିର ସରକାର:ଶିଳ୍ପ ଜଗତ

ନୂଆଦିଲ୍ଲୀ,୨୪-୫- ଦେଶରେ ସ୍ଥିର ସରକାର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବ। ସେହିଭଳି ଘରୋଇ ବଜାରକୁ ବିଦେଶୀ ପୁଞ୍ଜି ଆଗମନରେ ଏହା ସହାୟକ ହେବ। କେନ୍ଦ୍ରରେ ଏନ୍‌ଡିଏ ସରକାର...

ପିଏନ୍‌ବି ମହାଦୁର୍ନୀତି;ନୀରବ ମୋଦିଙ୍କ ଭାଇ ବିରୋଧରେ ରେଡକର୍ନର ନୋଟିସ

ନୂଆଦିଲ୍ଲୀ,୧୪-୯: ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତି ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି...

Leave a comment

Your email address will not be published. Required fields are marked *