କଫକାରକ ଖାଦ୍ୟ

ମାନେକା ଗାନ୍ଧୀ

କରୋନା ମହାମାରୀର ଅନେକ ପ୍ରଭାବ ଏବେ ପରିଦୃଶ୍ୟ। ସେଥିମଧ୍ୟରୁ ଗୋଟିଏ ହେଉଛି, ଏହା ତୁମକୁ ଫୁସ୍‌ଫୁସ୍‌ ଓ ଶ୍ୱାସକ୍ରିୟା ଉପରେ ଚିନ୍ତା କରିବାକୁ ବାଧ୍ୟ କରିଛି। ତୁମେ ସହଜରେ ଶ୍ୱାସପ୍ରଶ୍ୱାସ ନେଇପାରୁଛ ତ? ଏଥିପାଇଁ ଫୁସ୍‌ଫୁସ୍‌କୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କେତେକ କାର୍ଯ୍ୟ ରହିଛି ଯାହାକୁ ତୁମେ ବ୍ୟକ୍ତିଗତ ସ୍ତରରେ ନିୟନ୍ତ୍ରଣ କରିପାରିବ ନାହିଁ। ବାୟୁ ପ୍ରଦୂଷଣ ଫୁସ୍‌ଫୁସ୍‌ ପାଇଁ କ୍ଷତିକାରକ, କିନ୍ତୁ ଯେ ପର୍ଯ୍ୟନ୍ତ ପ୍ରଦୂଷଣ ସୃଷ୍ଟିକାରୀ କାରଖାନା ବନ୍ଦ ନ ହୋଇଛି ତୁମେ ପ୍ରଦୂଷଣକୁ ନିୟନ୍ତ୍ରଣ କରିପାରିବ ନାହିଁ। କେବଳ ବାୟୁ ପ୍ରଦୂଷଣ ନୁହେଁ, ଦୈନିକ ଖାଦ୍ୟ ବି ଫୁସ୍‌ଫୁସ୍‌ ଉପରେ ବିପଦ ସୃଷ୍ଟି କରେ। କ୍ଷୀର ହେଉ କି ଦହି, ଛେନା, ପନିର, ଘିଅ, ଲହୁଣି ଅବା ଆଇସକ୍ରିମ୍‌, ଏହା ଫୁସ୍‌ଫୁସ୍‌କୁ କ୍ଷତି ପହଞ୍ଚାଏ। ଏହାବାଦ୍‌ ଚା’, ହାଲଓ୍ବା ,ବିସ୍କୁଟ୍‌ କିମ୍ବା ମିଠା ଯେଉଁଥିରେ ଦୁଗ୍ଧଜାତୀୟ ଉପତ୍ାଦ ରହିଛି ତାହା ମଧ୍ୟ ଫୁସ୍‌ଫୁସ୍‌ ପ୍ରତି କ୍ଷତିକାରକ। ତୁମେ ଅସୁସ୍ଥ ଥିତ୍ବାବେଳେ କାହିଁକି ଡାକ୍ତର ଏହିସବୁ ଖାଦ୍ୟ ବନ୍ଦ କରିବାକୁ ପରାମର୍ଶ ଦେଇଥାନ୍ତି ତାହା ଜାଣ ତ? ଏହି ସମୟରେ ଶ୍ୱାସକ୍ରିୟାକୁ ସହଜ କରିବା ପାଇଁ ଡାକ୍ତର ଏଭଳି ପରାମର୍ଶ ଦେଇଥାନ୍ତି। ଏହି ଖାଦ୍ୟ ଯୋଗୁ ବୃଦ୍ଧି ପାଉଥିବା କଫ ଯଦି ଶ୍ୱାସନଳୀ ରୁଦ୍ଧ କରିଦେବ ତେବେ ତୁମେ ଶ୍ୱାସ ଗ୍ରହଣ କରିବାକୁ ସକ୍ଷମ ହୋଇପାରିବନାହିଁ। ନାକ, ଗଳା ,ସାଇନସ ଓ ଫୁସ୍‌ଫୁସ୍‌ର ବ୍ରୋକ୍ନାଇରେ ମ୍ୟୁକସ ସେଲ୍‌ (କଫ ସୃଷ୍ଟିକାରୀ କୋଷ) ଦ୍ୱାରା ମ୍ୟୁକସ୍‌ ବା କଫ ସୃଷ୍ଟି ହୋଇଥାଏ। ଟର୍ଚ୍ଚିୟା ବା ଶ୍ୱାସନଳୀ ସ୍ମଲ୍‌ ଇଣ୍ଟେଷ୍ଟାଇନ୍‌ ଏବଂ ଲାର୍ଜ ଇଣ୍ଟେଷ୍ଟାଇନ୍‌ ( କ୍ଷୁଦ୍ରନ୍ତ୍ର ଏବଂ ବୃହଦନ୍ତ୍ର)ଏବଂ ଆଖିର ଉପର ପଟଳରେ ଥିବା କନଜକ୍‌ଟିଭାରେ କଫ ସୃଷ୍ଟି ହୁଏ। କଫ ଶରୀର ଭିତରେ ଥିବା ତନ୍ତୁ ଉପରେ ଏକ ପରସ୍ତ ଭଳି ରହି ତାକୁ ଶୁଖିବାକୁ ଦିଏନାହିଁ। କଫ ଗାଢ ଅଠାଳିଆ ଓ ଦୁର୍ଗନ୍ଧଯୁକ୍ତ।
ସାଧାରଣତଃ ଶରୀରରେ ଦିନକୁ ପ୍ରାୟ ୧ ଲିଟର କଫ ସୃଷ୍ଟି ହୋଇଥାଏ। କିନ୍ତୁ ଆମେ ଯେତେବେଳେ କିଛି ଶାରୀରିକ ଯନ୍ତ୍ରଣା ବା ପୀଡା ଉପରେ ପ୍ରତିକ୍ରିୟା ପ୍ରକାଶ କରୁ ସେତେବେଳେ ଅଧିକ କଫ ସୃଷ୍ଟି ହୁଏ । ଏହି କଫ ବେଶି ଅଠାଳିଆ ବି ହୋଇଥାଏ। ଅଧିକ କଫ କାରଣରୁ ନାକରୁ ତରଳ ବାହାରେ। ଯଦି ଦୀର୍ଘଦିନ ଧରି ହେଉଥିବା କାଶ ଭଲ ହେଉ ନ ଥାଏ,ସକାଳୁ ଉଠିଲା ବେଳେ ଆଖି ଫୁଲିଯାଉଥାଏ କିମ୍ବା ଦିନସାରା ନାକ ରୁନ୍ଧି ହୋଇ ଶ୍ୱାସରେ ଦୁର୍ଗନ୍ଧ ବାହାରୁ ଥାଏ ତେବେ ଜାଣିବ ଯେ ଅତ୍ୟଧିକ କଫ ଯୋଗୁ ଏହା ହେଉଛି। ଶରୀରରେ ଯନ୍ତ୍ରଣା ଲାଗି ରହିଲେ ଜାଣିବ ଯେ ଏହା ଅଧିକ କଫ ଯୋଗୁ ହିଁ ହେଉଛି। ଏହି ସ୍ଥିତିରେ ଶରୀର ପ୍ରଦୂଷିତ କଣିକା, ଖାଦ୍ୟ ତଥା ଆଲର୍ଜି ପ୍ରତି ନକାରାମତ୍କ ପ୍ରତିକ୍ରିୟା ପ୍ରକାଶ କରେ। ଲସିକା, ଜଠରାନ୍ତ୍ର ଓ ଶ୍ୱାସକ୍ରିୟାରେ ମଧ୍ୟ ବିପରୀତ ପ୍ରତିକ୍ରିୟା ଦେଖିବାକୁ ମିଳେ। ଡାଇଜେଷ୍ଟିଭ ଟ୍ରାକ୍ଟ (ପାଚନନଳୀ)ରେ ଲକ୍ଷ ଲକ୍ଷ ମାଇକ୍ରୋଭିଲି ରହିଛି। ଏହା ଖାଦ୍ୟରୁ ପୋଷକ ତତ୍ତ୍ୱ ଅବଶୋଷଣ କରେ। ସାଧାରଣତଃ ୮୦ ପ୍ରତିଶତ ଅବଶୋଷଣ କ୍ରିୟା କ୍ଷୁଦ୍ରାନ୍ତ୍ରରେ ସଂଗଠିତ ହୋଇଥାଏ। ଅନ୍ତନଳୀରେ ଅତ୍ୟଧିକ କଫ ସୃଷ୍ଟି ହେଲେ ଏହା ଲାଳ ସୃଷ୍ଟି କରେ ଓ ତାହା ଅନ୍ତନଳୀରେ ସ୍ତର ସ୍ତର ହୋଇ ଜମିରହେ। ଏହାଦ୍ୱାରା ଅବଶୋଷଣ କ୍ରିୟା ପୂରା ପ୍ରଭାବିତ ହୁଏ, ପାଚନରେ ସମସ୍ୟା ଦେଖାଦିଏ ଏବଂ ଶରୀରର କାର୍ଯ୍ୟ ଦକ୍ଷତା କମିଯାଏ।
ଶରୀରରେ ଅଧିକ କଫ ସୃଷ୍ଟି ହେବାର ମୁଖ୍ୟ କାରଣ ଖାଦ୍ୟ। ଦୁଗ୍ଧ ଓ ଗହମ ଜାତୀୟ ଖାଦ୍ୟ ବେଶି କଫ ସୃଷ୍ଟି କରନ୍ତି। ଏହି କାରଣରୁ କ୍ଷୀରରେ ଥିବା ପ୍ରୋଟିନ କେସିନ ଓ ଗହମରେ ଥିବା ପ୍ରୋଟିନ ଗ୍ଲୁଟେନ ପାଚନ ପାଇଁ ଅଧିକ ଷ୍ଟୋମାକଏସିଡ୍‌ ଆବଶ୍ୟକ କରନ୍ତି। ଯେଉଁ ଖାଦ୍ୟରେ ଏହି ପ୍ରୋଟିନ ଥିବ ସେହି ଖାଦ୍ୟ ଖାଇବା ଦ୍ୱାରା ପାକସ୍ଥଳୀରେ ଏହା ପୂରା ହଜମ ହୋଇପାରେନି। କିଛି ଖାଦ୍ୟ କଣିକା ରହିଯାଏ । ଆଂଶିକ ହଜମ ହୋଇଥିବା ଏହି ଖାଦ୍ୟ କଣିକା ପଚିଯାଏ ଓ ସେଥିରୁ ଦୁର୍ଗନ୍ଧ ବାହାରେ। ଏହି ଖାଦ୍ୟ କଣିକା ଆଉ ଅଧିକ ନ ଶଢିବା ପାଇଁ ଏହାକୁ କଫ ଆବରଣ କରି ରଖେ ଓ ଏଥିପାଇଁ ଶରୀର ଅଧିକ କଫ ସୃଷ୍ଟି କରିଥାଏ।
ଏବେ ଦେଖିବା କଫର ଶ୍ୱାସପ୍ରଶ୍ୱାସ ଉପରେ କ’ଣ ପ୍ରଭାବ ରହିଛି। କ୍ଷୀର ଏକ ଏମୁଲଶନ (ତରଳ ଦବ୍ର୍ୟର ମିଶ୍ରଣ)। କ୍ଷୀରରେ ଫ୍ୟାଟ୍‌ ବୁନ୍ଦା ସବୁ ଭାସମାନ ଅବସ୍ଥାରେ ଥାଏ। କ୍ଷୀର ପିଇବା ବେଳେ ଏହା ପାଟିରେ ଲାଳ ସହ ମିଶେ। କ୍ଷୀରରେ ଥିବା ପ୍ୟାଟ୍‌ ଓ ଲାଳରେ ଥିବା ଅଠାଳିଆ ଉପାଦାନ କ୍ଷୀରକୁ ବହଳିଆ ଓ ଅଧିକ ଅଠାଳିଆ କରିଦିଏ। ଏପରି କି କ୍ଷୀର ଢୋକିବା ପରେ ଏହି ବହଳିଆ କ୍ଷୀର ପାଟିରେ ପରସ୍ତ ଭଳି ଲାଗିରହେ। ଏଣୁ ଯେକୌଣସି ଦୁଗ୍ଧଜାତୀୟ ଖାଦ୍ୟ ଖାଇବା ପରେ ଗଳାରେ ଥିବା କଫ ବୃଦ୍ଧି ପାଇବା ସହ ଗାଢ ହୋଇଯାଏ । ପରେ ଏହା ଗଳାରେ ଜ୍ୱଳନ ସୃଷ୍ଟି କରେ। ଏହାଦ୍ୱାରା ତୁମେ ବାରମ୍ବାର ଗଳା ସଫା କରିବାକୁ ଚେଷ୍ଟା କରିବା ସହ ସୁରୁଖୁରୁରେ ଶ୍ୱାସନେବା ପାଇଁ ବାୟୁମାର୍ଗ (ଏୟାର ପାସେଜ)କୁ ସଫା କରିବାକୁ କାଶିଥାଅ। କ୍ଷୀର ପିଇବା କାରଣରୁ ଅଧିକ କଫ ନାକରେ ସୃଷ୍ଟି ହୋଇ ଗାଢ ଓ ଶୁଖିଲା କଫ ଜମାଟ ବାନ୍ଧିିଯାଏ, ଯାହାକୁ ସଫା କରିବା କଷ୍ଟକର ହୋଇଯାଏ। ଖାଦ୍ୟ ଓ କଫ ସମ୍ପର୍କିତ ତଥ୍ୟ ଏବକାର ଆବିଷ୍କାର ନୁହେଁ। ଦ୍ୱାଦଶ ଶତାବ୍ଦୀରେ ବିଶିଷ୍ଟ ଦାର୍ଶନିକ ତଥା ଡାକ୍ତର ମୋସେସ ମୟିମୋନିଡେସ୍‌ (୧୧୩୫-୧୨୦୪) ଆଜମା,ଡାଇବେଟିସ, ହେପାଟାଇଟିସ ଏବଂ ନ୍ୟୁମୋନିଆ ଉପରେ ବର୍ଣ୍ଣନା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, କ୍ଷୀର ମୁଣ୍ଡରେ କଫ ଜମାଟ କରେ। ଶରୀରରେ ଗାଢ କଫ ଓ ଆଦ୍ରୀକରଣ ପ୍ରଭାବ ସହ କ୍ଷୀର ପିଇବାର ସମ୍ପର୍କ ରହିଛି ବୋଲି ପାରମ୍ପରିକ ଚାଇନିଜ ମେଡିକାଲ ଟେଷ୍ଟ ପ୍ରକାଶ କରିଛି (ବାଲ୍‌ଫୋର-ଲିନ: ଆର୍କାଇଭ୍‌ସ ଅଫ୍‌ ଡିଜିଜ୍‌ ଇନ୍‌ ଚାଇଲ୍ଡ)। ୧୯୪୬ରେ ଶିଶୁ ଯନତ୍ ଉପରେ ଆଧାରିତ ପୁସ୍ତକ ‘ଡକ୍ଟର ସ୍ପୋକସ୍‌ ବେବି ଆଣ୍ଡ୍‌ ଚାଇଲ୍ଡ କେୟାର’ ଦୁଗ୍ଧଜାତୀୟ ଉପତ୍ାଦ ଅଧିକ କଫ ଜନିତ ସମସ୍ୟାକୁ ଆମନ୍ତ୍ରଣ କରିବା ସହ ନାକ, ଗଳାରେ ବେଶି ପୀଡା ସୃଷ୍ଟି କରେ ବୋଲି ଜୋର ଦେଇଛି। ଏହି ପୁସ୍ତକ ପ୍ରକାଶ ପାଇବା ପରେ ଏବେ ସୁଦ୍ଧା ୫୦ ଲକ୍ଷ କପି ବିକ୍ରି ହୋଇସାରିଲାଣି। ଅନ୍ୟପକ୍ଷରେ କ୍ଷୀର ଖାଇବା ଦ୍ୱାରା କଫ ସୃଷ୍ଟି ହୁଏନାହିଁ ବୋଲି ପ୍ରମାଣ କରିବା ଲାଗି ଡାଏରୀ ଇଣ୍ଡଷ୍ଟ୍ରି ଗବେଷଣା ଭିତ୍ତିକ ଶହଶହ ପ୍ରବନ୍ଧ ଉପସ୍ଥାପନ କରିଛିି। କ୍ଷୀର ପିଇବା ଓ କଫ ସୃଷ୍ଟି ହେବା ମଧ୍ୟରେ କ’ର ସମ୍ପର୍କ ରହିଛି ତାହା ଜାଣିବା ପାଇଁ ପିନ୍ନକ,ଗ୍ରାହାମ, ମିଲଭାଗନମ୍‌ ଓ ଡୋଗଲାସ ଦ୍ୱାରା ନିକଟରେ ରିନୋଭାଇରସ-୨ (ଥଣ୍ଡାରେ) ପୀଡିତ ବୟସ୍କମାନଙ୍କୁ ନେଇ ଅନୁଧ୍ୟାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୧ ଜଣଙ୍କୁ ପ୍ରତିଦିନ ଶୂନରୁ ୧୧ ଗ୍ଲାସ ମଧ୍ୟରେ କ୍ଷୀର ପିଇବାକୁ ଦିଆଯାଇଥିଲା। ପ୍ରତିଦିନ ଶ୍ୱାସକ୍ରିୟାରେ ଦେଖାଯାଉଥିବା ଲକ୍ଷଣ,ସେମାନେ ଖାଉଥିବା ଦୁଗ୍ଧଜାତୀୟ ଖାଦ୍ୟ ଓ ପିଉଥିବା ଦୁଗ୍ଧର ରେକର୍ଡ ୧୦ ଦିନ ଯାଏ ରଖାଯାଇଥିଲା। ପରେ ଏହି ତଥ୍ୟକୁ ଅନୁଧ୍ୟାନ କରାଯିବା ପରେ ଜଣାପଡିଥିଲା ଯେ, କ୍ଷୀର ପିବା ଦ୍ୱାରା ନାକରେ କୌଣସି ତରଳ କ୍ଷରଣ ହୁଏ ନାହିଁ । ଅନୁଧ୍ୟାନରେ ସାମିଲ ସ୍ବେଚ୍ଛାସେବୀମାନଙ୍କ ମଧ୍ୟରୁ ମାତ୍ର ୫ ପ୍ରତିଶତଙ୍କଠାରେ କାଶ ଓ ନାକ ରୁନ୍ଧି ହେବା ଭଳି ଲକ୍ଷଣ ପ୍ରକାଶ ପାଇଥିଲା। ଏପରି କି ଗବେଷକମାନେ ସ୍ବୀକର କରିଥିଲେ ଯେ,ଦୁଗ୍ଦଜାତୀୟ ଖାଦ୍ୟ ଶରୀରରେ ଅଧିକ କଫ ସୃଷ୍ଟି କରି ନ ଥାଏ, ବରଂ ଏହା ଶରୀରରେ ଥିବା କଫକୁ ବହଳିଆ କରିବା ସହ ଗଳାରେ ଉତ୍ତେଜନା ବା ପୀଡା ସୃଷ୍ଟି କରିଥାଏ। ଏହା ଶ୍ୱାସକ୍ରିୟା ସମସ୍ୟା ଓ କାଶ ବଢ଼ାଇଦିଏ। ‘କ୍ଷୀର କ’ଣ ଅଧିକ କଫ ସୃଷ୍ଟି କରେ’ଏଭଳି ଯୁକ୍ତିକୁ ପ୍ରମାଣ କରିବା ଲାଗି ଆଉ ଏକ ଗବେଷଣା କରାଯାଇଛି। ଗବେଷଣାରେ ସାମିଲ ଗବେଷକ ବାର୍ଟଲେରିଡ୍‌ ଏବଂ ମ୍ୟାକଗ୍ଲାଶାନ୍‌ ଲେଖିଛନ୍ତି ଯେ, ଶ୍ୱାସନଳୀରେ କଫ ସୃଷ୍ଟି ହେବା ଏବଂ ଶ୍ୱାସ ରୋଗର ସମ୍ପର୍କ ଅତ୍ୟଧିକ କ୍ଷୀର ପିଇବା ସହ ରହିଛି। ଏହି ସମ୍ପର୍କକୁ ପାରମ୍ପରିକ ଆଲର୍ଜି ସମ୍ବନ୍ଧିତ ଗବେଷଣା ଦ୍ୱାରା ପ୍ରମାଣ କରାଯାଇପାରି ନ ଥିଲେ ବି ଏହି ସମସ୍ୟା ଯୋଗୁ ମୃତ୍ୟୁ ହୋଇଥିବା ସମ୍ପର୍କରେ ସୀମିତ ଚିକିତ୍ସାଗତ ପ୍ରମାଣ ରହିଛି ବୋଲି କୁହାଯାଇଛି। ମାନବ କୋଲୋନ (ବୃହଦନ୍ତ୍ର)ରେ ବିଟା- କାସୋମର୍ଫିନ-୭(ବିଟା-ସିଏମ୍‌-୭) ଏକ ପ୍ରକାର ଏକ୍ସୋର୍ଫିନ(କ୍ଷୀରରୁ ନିର୍ଗତ ହୋଇଥିବା ଖାଦ୍ୟ କଣିକା) ଅନ୍ତ୍ରନଳୀରେ ଏମ୍‌ୟୁସି୫ଏସି ଗ୍ରନ୍ଥିରୁ ଅଧିକ କଫ ସୃଷ୍ଟି କରେ। ଶରୀରରେ ପୀଡା କିମ୍ବା ଯନ୍ତ୍ରଣା ଦେଖାଦେଲେ ଶ୍ୱାସନଳୀରେ ବି ଏହି ଗ୍ରନ୍ଥି ଏପ୍ରକାର କଫ ସୃଷ୍ଟି କରିଥାଏ। ରକ୍ତରେ ଥିବା ବିଟା-ସିଏମ୍‌-୭ ଏହି ଗ୍ରନ୍ଥିରୁ କଫ କ୍ଷରଣ କରିବାକୁ ପ୍ରେରିତ କରେ। ଶ୍ୱାସନଳୀରେ କଫ ଅଧିକ ସୃଷ୍ଟି ହୋଇ ଶ୍ୱାସ ଆଦି ସମସ୍ୟାର ଲକ୍ଷଣ ପ୍ରକାଶ ପାଉଥିବା ଲୋକମାନେ ଦୁଗ୍ଧଜାତୀୟ ଖାଦ୍ୟ ଛାଡିଦେଲେ କାହିଁକି ସେଥିରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତାହା ଏହିସବୁ ତଥ୍ୟରୁ ବୁଝାପଡେ। ଅତି ସରଳ କଥା ବି। ପାଚନ କ୍ରିୟାରେ ଯେତେବେଳେ କ୍ଷୀର ବିଭାଜିତ ହୁଏ ସେତେବେଳେ ଏହା ଏକ ପ୍ରକାର ପ୍ରୋଟିନ କ୍ଷରଣ କରେ, ଯାହା ଅତ୍ୟଧିକ କଫ ସୃଷ୍ଟିକାରୀ ଜିନ୍‌କୁ ସକ୍ରିୟ କରିଦିଏ। ଏହି କଫ ଅନ୍ତକୁ ପ୍ରଭାବିତ କରେ। ଯଦି ସଂକ୍ରମଣ ଯୋଗୁ ଅନ୍ତ ଦୁର୍ବଳ ହୋଇଯାଏ ଓ ଯନ୍ତ୍ରଣା ହୁଏ ତେବେ ଏହା ଶ୍ୱାସନଳୀକୁ ପ୍ରଭାବିତ କରିବାର ସମ୍ଭାବନା ରହିଥାଏ। ଏହାଦ୍ୱାରା ଶରୀରର ଯେ କୌଣସି ଅଂଶକୁ କଫ ଚାଲିଯିବା ପାଇଁ ପଥ ପରିଷ୍କାର କରିଦିଏ।
ଲଙ୍ଗ୍‌ ହେଲ୍‌ଥ ଇନ୍‌ଷ୍ଟିଚ୍ୟୁଟ ମୁତାବକ ଯଦି କ୍ରୋନିକ ଅବଷ୍ଟ୍ରକ୍ଟିଭ୍‌ ପଲୋମୋନାରି ଡିଜିଜ୍‌(ସିଓପିଡି) ସମସ୍ୟା ଥାଏ ତେବେ ଶରୀରରେ ଅଧିକ କଫ ସୃଷ୍ଟି ହେବା ଭାରି ବିପଜ୍ଜନକ। ଏହି ରୋଗଗ୍ରସ୍ତ ବ୍ୟକ୍ତିମାନଙ୍କର ଶ୍ୱାସନଳୀରେ ଥିବା ସିଲିଆ ଭଲ ଭାବେ କାମ ନ କରିବା ଏବଂ ଶ୍ୱାସକ୍ରିୟା ସହ ଜଡିତ ଦୁର୍ବଳ ମାଂସପେଶୀ ଓ ବାୟୁପଥ ବନ୍ଦହେବା ଯୋଗୁ ସମସ୍ୟା ଆହୁରି ସାଂଘାତିକ ହୋଇଯାଏ। ଏଣୁ କଫ ବଢାଉଥିବା ଖାଦ୍ୟ ରେଡ୍‌ ମିଟ, କ୍ଷୀର, ଛେନା, ଲହୁଣି, ଆଇସକ୍ରିମ୍‌, ଦହି, ଅଣ୍ଡା, ପାଉଁରୁଟି, ପିସ୍ତା, ମିଠାଇ, କ୍ୟାଣ୍ଡି, କଫି, ଚା’, ସୋଡା ଓ ମଦଠାରୁ ଦୂରେଇ ରହିବା ପାଇଁ ଲଙ୍ଗ ହେଲ୍‌ଥ ଇନ୍‌ଷ୍ଟିଚ୍ୟୁଟ୍‌ ପରାମର୍ଶ ଦେଇଛି। ଅନ୍ୟପକ୍ଷରେ କଫ ସୃଷ୍ଟି ନ ହେବା ପାଇଁ ସବୁ ପ୍ରକାର ଶାଗ, ମୂଳା, ଫୁଲକୋବି, କଖାରୁ, କାମୋମାଇଲ, ଓ୍ବାଟରକ୍ରେସ, ସପୁରି, ପିଆଜ, ରସୁଣ, ଅଲିଭ୍‌ ଅଏଲ, ସୁପ ଓ ଡିକେଫ୍‌ ଚା’, ମହୁ, ଅଦା, ଲାଲ ଲଙ୍କା, ଖାଇବା ଆବଶ୍ୟକ।

Email: gandhim@nic.in


All Right Reserved By Dharitri.Com

ବଢ଼ିଚାଲିଛି ସଡ଼କ ଦୁର୍ଘଟଣା

ଶେଖ୍‌ ଫରିଦ୍‌ଉଦ୍ଦିନ୍‌ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। କେନ୍ଦୁଝର, ସମ୍ବଲପୁର, ଯାଜପୁର, ବାଲେଶ୍ୱର, ଗଞ୍ଜାମ, ପୁରୀ ରାଜ୍ୟର ଦୁର୍ଘଟଣାପ୍ରବଣ ଜିଲା ପାଲଟିଛି।...

କ୍ଷୀରରେ କର୍କଟକାରକ ଆଫ୍ଲାଟକ୍ସିନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ କିଛିବର୍ଷ ପୂର୍ବେ ପଞ୍ଜାବ ସରକାର ପଟିୟାଲାରେ ଏକ ବେସରକାରୀ ଅନୁଷ୍ଠାନ (ଏନ୍‌ଜିଓ)କୁ ଗୋଟିଏ ଗୋଶାଳା ଚଳାଇବାକୁ କହିଥିଲେ। ସେମାନେ ଏ...

ଏଇ ଭାରତରେ

କ୍ଲିନିକ୍‌ ଶବ୍ଦ ଶୁଣିବା ମାତ୍ରେ ଚିକିତ୍ସା ସମ୍ବନ୍ଧିତ ଚିନ୍ତା ତଥା ଧଳା କୋଟ ପିନ୍ଧିଥିବା ଡାକ୍ତରଙ୍କ ଛବି ଆଗକୁ ଆସିଯାଏ। କିନ୍ତୁ ଏହା ଏମିତି ଏକ...

ମାଛିଙ୍କ ଶୂକଦ୍ୱାରା ଘାଆ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଦିନକୁ ଦିନ ଅଧିକରୁ ଅଧିକ ଲୋକ ଆଣ୍ଟିବାୟୋଟିକ୍ସ-ପ୍ରତିରୋଧୀ ହୋଇଉଠୁଛନ୍ତି। ଅର୍ଥାତ୍‌ ସେମାନଙ୍କ ଦେହରେ ଆଣ୍ଟିବାୟୋଟିକ୍ସ କାମ କରୁନାହିଁ। ସାମାନ୍ୟ ଘାଆ...

ପ୍ରେମ୍‌ଜୀଙ୍କ ବଦାନ୍ୟତା

ଆକାର ପଟେଲ ଧନୀ ଲୋକମାନେ ସେମାନଙ୍କ ଧନକୁ ସମାଜରେ ବାଣ୍ଟିଦେବା ଉଚିତ ଏବଂ ଧନୀ ଅବସ୍ଥାରେ ମୃତ୍ୟୁବରଣ କରିବା ଅନୁଚିତ- ଏହି ଚିନ୍ତାଧାରା ଆଣ୍ଡ୍ରୁ କାର୍ନେଗୀଙ୍କ...

ଅଧାଗ୍ଲାସ୍‌ ପାଣି

ପ୍ରକାଶ ତ୍ରିପାଠୀ ଆପଣଙ୍କୁ ଯେତିକି ଶୋଷ ଲାଗୁଛି, ସେତିକି ପାଣି ଗ୍ଲାସ୍‌ରେ ଢାଳି ପିଅନ୍ତୁ। ଅଯଥା ନଷ୍ଟ କରନ୍ତୁ ନାହିଁ। ଏଭଳି ଉପଦେଶ ଯଦି କେହି...

ନେତା ଚୟନର ଶାସ୍ତ୍ରୀୟ ବିଧି

ଡ. ଭାରତ ଭୂଷଣ ରଥ ରାଜତନ୍ତ୍ର ଏବଂ ଗଣତନ୍ତ୍ରକୁ ନେଇ ବିଶ୍ୱର ଶାସନ ବ୍ୟବସ୍ଥା ପ୍ରଚଳିତ। କେତେକ ଦେଶରେ ଏବେ ବି ରାଜତନ୍ତ୍ର ଚାଲିଛି। ତେବେ...

ଏଇ ଭାରତରେ

ଛତିଶଗଡ଼ ପତ୍ରାର ଏକ ସରକାରୀ ସ୍କୁଲ୍‌ ପିଲାମାନଙ୍କ ଭବିଷ୍ୟତ ନିଆରା ଢଙ୍ଗରେ ଗଢୁଛିି। ଏହି ସ୍କୁଲ୍‌ରେ ପିଲାମାନେ ସେମାନଙ୍କ ଆମତ୍ବିଶ୍ୱାସ ବଢାଇବା ଲାଗି ଖୋଲା ଆଲୋଚନା...

Leave a comment

Your email address will not be published. Required fields are marked *