ଏଇ ଭାରତରେ

ଜଣେ କି ଦୁଇ ଜଣ ନୁହନ୍ତି, ଏକାଥରକେ ୩୦୦ ବରିଷ୍ଠ ନାଗରିକଙ୍କର ସେ ପୁଅ। ଏହି ପୁଅ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି କୋଲକାତା ବାରାନଗର ନିବାସୀ ଦେବ କୁମାର ମଲ୍ଲିିକ। ନିରାଶ୍ରୟ ବରିଷ୍ଠ ନାଗରିକମାନଙ୍କ ପାଇଁ ସେ ପାଲଟିଛନ୍ତି ଦେବଦୂତ। ଥରେ ତାଙ୍କ ଘରପାଖରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପାଇଁ ଖାଦ୍ୟ ମାଗିଲେ। ଦେବ ଏହି ଦମ୍ପତିଙ୍କ ସମ୍ପର୍କରେ ଜାଣିବା ପରେ ଏଭଳି ଅବସ୍ଥାରେ ରହୁଥିବା ଲୋକମାନଙ୍କ ସନ୍ଧାନରେ ଲାଗି ପଡ଼ି ଜଣକ ପରେ ଜଣଙ୍କୁ ଦେବ ନିଜର କରିବାରେ ଲାଗିଲେ। ଏବେ ଏଭଳି ସଂଖ୍ୟା ବୃଦ୍ଧିପାଇ ୩୦୦ରେ ପହଞ୍ଚିଛି। କହିବାକୁ ଗଲେ ଦେବଙ୍କ ପରିବାରରେ ୩୦୦ ଜଣ ଯୋଡି ହୋଇଯାଇଛନ୍ତି। ୨୦୧୫ରେ ସେ ତାଙ୍କ ଘରେ ପ୍ରଥମେ ଏଭଳି ବ୍ୟକ୍ତିମାନଙ୍କୁ ପ୍ରତ୍ୟହ ଦିନ ବେଳା ଥରେ ଖାଇବାକୁ ଦେବା ଆରମ୍ଭ କରିଥିଲେ। ଧୀରେ ଧୀରେ ସେମାନଙ୍କୁ ଦିନ ଓ ରାତିରେ ଖାଇବାକୁ ଦେଉଥିଲେ। କେବଳ ଏତିକି ନୁହେଁ, ସେମାନଙ୍କ ଚିକିତ୍ସା ଖର୍ଚ୍ଚ ବି ସେ ବହନ କରୁଛନ୍ତି। ୩୦୦ ଜଣ ନିରାଶ୍ରୟଙ୍କୁ ଖାଇବାକୁ ଦେବା ଲାଗି ଦେବଙ୍କୁ ୬୪ ଜଣ ସ୍ବେଚ୍ଛାସେବୀ ସହଯୋଗ କରୁଛନ୍ତି। ଏମାନଙ୍କୁ ମେଡିକାଲ ନେବା ଆଣିବା ପାଇଁ ସେ ଦୁଇଟି କାର୍‌ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହା ସହ ସେ ଅଞ୍ଚଳରେ ନିରାଶ୍ରୟମାନଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରୁଛନ୍ତି। ଏଥିପାଇଁ ସେ ୧ଟଙ୍କା ନେଉଛନ୍ତି।


All Right Reserved By Dharitri.Com

ଗ୍ୟାଙ୍ଗ ଯୁଦ୍ଧ

ଭାରତୀୟ ପରମ୍ପରା ସହିଷ୍ଣୁତାର ଶିକ୍ଷା ଦେଇଥାଏ। ଆମ ଦର୍ଶନ ଓ ସମ୍ବିଧାନରେ ସହିଷ୍ଣୁତାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ହେଲେ ଗତ କିଛି ବର୍ଷ ହେବ...

ଗାନ୍ଧିଜୀ: ହତ୍ୟା ନା ଦେହାବସାନ

ଡ. ରମେଶ ଚନ୍ଦ୍ର ପରିଡ଼ା ଗାନ୍ଧିଜୀଙ୍କୁ ସାମାନ୍ୟତମ ବୁଝିଥିବା ଲୋକଟିଏ କଦାପି ବିଶ୍ୱାସ କରିପାରିବ ନାହିଁ ଯେ ତାଙ୍କୁ ହତ୍ୟା କରିବା ସମ୍ଭବ ବୋଲି। ତାଙ୍କୁ...

ଏଣିକି ରକେଟ୍‌ ଗତିରେ…

ତୁଷାରକାନ୍ତ କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ନ୍ୟାୟାଧୀଶ, ମୁଖ୍ୟ ଶାସନ ସଚିବ ବା ପୋଲିସ ମୁଖ୍ୟ ଇତ୍ୟାଦି ପଦବୀରେ ଅଧିଷ୍ଠିତ ହେବା ଦିନ ପ୍ରଥମେ...

ଏକ ଅତିମାନସ ଅନୁଭବ

ବିମଳ ପ୍ରସନ୍ନ ଦାସ ଆଜି ମହାପ୍ରଭୁଙ୍କ ଉଭାଯାତ୍ରା, କାଲି ରଥଯାତ୍ରା। ତେବେ ରଥଯାତ୍ରା କୌଣସି ମୂର୍ତ୍ତିପୂଜାରୁ ସୃଷ୍ଟି ହୋଇନାହିଁ ବରଂ ଏହା ଏକ ଅତିମାନସ ଅନୁଭବ।...

ଅସ୍ବଚ୍ଛ ବଜେଟ

ଡ. ସନ୍ତୋଷ କୁମାର ମହାପାତ୍ର ସାଧାରଣତଃ ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ସରକାର କ’ଣ କ’ଣ ଆଲୋଚ୍ୟ ବର୍ଷରେ ହାସଲ କରିଛନ୍ତି, କେଉଁ ବିଫଳତାର ସମ୍ମୁଖୀନ ହୋଇଛନ୍ତି,...

ଝିଅର ନଖ ଓ ଦାନ୍ତ

ସୌମ୍ୟା ସାରସ୍ବତା ପଣ୍ଡା ଝିଅଟା ଏତେ ବେଳ ଯାଏ ଆସିନି! କହୁଥିଲି, ତାକୁ ଜୁଡୋ-କରାଟେ ଶିଖେଇବା। ଦରକାର ବେଳେ କାମରେ ଆସିବ। ବ୍ୟସ୍ତ ହୋଇ ସୁମତି...

ବଡ଼ବଡ଼ିଆଙ୍କ ଉତ୍ପାତ

ଡ. କୁଳାଙ୍ଗାର ଶୀର୍ଷକଟିକୁ ପଢ଼ି ଅନେକେ ଆମ ଉପରେ ବିରକ୍ତି ପ୍ରକାଶ କରି ସାରିବେଣି! କାରଣ ଆମେ ଅଧିକାଂଶ ନିଜକୁ ବଡ଼ଲୋକ ଭାବୁ। କିଏ ଭାବେ...

ଯଥାର୍ଥ ଶିକ୍ଷିତ

ଦ୍ୱିତୀ ଚନ୍ଦ୍ର ସାହୁ ଗାଁର ପ୍ରବେଶ ପଥରେ ବନ୍ଧା ହୋଇଛି ବାଉଁଶ ଠିକ୍‌ ଜଙ୍ଗଲ ବିଭାଗର ଅସ୍ଥାୟୀ ଫାଟକ ଭଳି ା କାଳେ କିଏ ଭିତରକୁ...

Leave a comment

Your email address will not be published. Required fields are marked *