ପାରାଦୀପରେ ତାଣ୍ଡବ ରଚିଲା ଅମ୍ଫନ୍‌: ୨୪ ଘଣ୍ଟା ବର୍ଷା ପବନରେ ଲୋକେ ଆତଙ୍କିତ

ପାରାଦୀପ,୨୦ା୫(ସ୍ବ.ପ୍ର.): ବଙ୍ଗୋପ ସାଗରରୁ ସୃଷ୍ଟ ବାତ୍ୟା ଅମ୍ଫାନ ପାରାଦୀପରେ ତାଣ୍ଡବ ରଚିଛି। ଏହାଦ୍ୱାରା ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ଘଣ୍ଟାପ୍ରତି ୧୦୬ କି.ମି. ବେଗରେ ପବନ ବହିବା ସହ ବୁଧବାର ଦିନ ୧୦ଟା ସୁଦ୍ଧା ୨୦୮ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୩୦ରୁ ଝିପିଝିପି ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଥିଲା। ବୁଧବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ବର୍ଷାପବନ ଲାଗି ରହିଥିଲା। ପ୍ରାୟ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ବାତ୍ୟା ପବନରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ କେତେକ କଚ୍ଚାଘର, ଟିଣ ଛପର ଦୋକାନ ଆଦି ଭାଙ୍ଗିଯାଇଛି। କେତେକ ସ୍ଥାନରେ ବର୍ଷା ପାଣି ଜମି ରହିବା ସହ ଖାଲୁଆ ଅଞ୍ଚଳରେ ଥିବା ଘର ଗୁଡ଼ିକରେ ପାଣି ପଶିଥିଲା। ଅପରପକ୍ଷେ ବାତ୍ୟା ଯୋଗୁ ପାରାଦୀପ ବନ୍ଦରରେ ପଣ୍ୟ କାରବାର ବନ୍ଦ ରହିଛି। ଅନ୍ୟ ସମସ୍ତ ଶିଳ୍ପ ସଂସ୍ଥାର ପଣ୍ୟ କାରବାର ଆଶିଂକ ପ୍ରଭାବିତ ହୋଇଛି। ବନ୍ଦରାଞ୍ଚଳକୁ ବାଦ୍‌ଦେଲେ ଅନ୍ୟ ଅଞ୍ଚଳରେ ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି। ଟେଲିକମ୍‌, କେବୁଲ ସେବା ଠପ୍‌ ହୋଇଯାଇଛି। ପାରାଦୀପ ମାଛଧରା ବନ୍ଦରରେ ଏକ ମାଛ ଧରା ଟ୍ରଲର ପବନରେ ପିଟିହୋଇ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ପରେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀ କାଟି ସଫା କରିଛନ୍ତି। ବେଳାଭୂମିରେ ଥିବା ଝାଉଁଗଛକୁ ଷଣ୍ଢକୁଦର କେତେକ ଲୋକେ କାଟି ନେବାରେ ଲାଗିଛନ୍ତି। ପାରାଦୀପର ୧୯ଟି ବାତ୍ୟା ଆଶ୍ରୟସ୍ଥଳରେ ପ୍ରାୟ ୧୩ଶହ ଲୋକଙ୍କୁ ରଖାଯାଇଥିଲା। ସେମାନେ ବୁଧବାର ସନ୍ଧ୍ୟାରେ ଘରକୁ ଫେରିଛନ୍ତି।
ସରକାରୀ ଭାବେ କେହି ମୃତାହତ ହୋଇଥିବା ସୂଚନା ମିଳି ନାହିଁ। ତଥାପି ଜଣେ ଚିକିତ୍ସାଧୀନ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ସାପ କାମୁଡ଼ାରେ ଗୁରୁତର ହୋଇଛନ୍ତି। ମୃତକ ହେଲେ ବଧୁବନ ଅଞ୍ଚଳର। ସେ କିଛିଦିନ ହେବ କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ବୁଧବାର ସକାଳେ ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପାରାଦୀପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାପ କାମୁଡ଼ାରେ ଗୁରତର ହୋଇଥିବା ବ୍ୟକ୍ତି ହେଲେ ଢିଙ୍କିଆ ଅଞ୍ଚଳର। ସେ ସୁରଟରୁ ଫେରି କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଏକ ବୋଲେରୋ ଗାଡ଼ିି ନେଇ ପାରାଦୀପ କୋଭିଡ୍‌ ହସ୍‌ପିଟାଲରେ ଛାଡ଼ି ପଳାଇଥିଲା। କୋଭିଡ୍‌ ହସ୍‌ପିଟାଲ ପକ୍ଷରୁ ତାଙ୍କୁ ସେହି ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କରୋନା ଭୟ ଓ ସାପକାମୁଡ଼ା ଯୋଗୁ ତାଙ୍କୁ କେହି ମେଡିକାଲ ନେବାକୁ ରାଜି ହୋଇ ନ ଥିଲେ। ଶେଷରେ ପ୍ରବୀର ଦାସ ନାମକ ଆମ୍ବୁଲାନ୍ସ ଚାଳକ ତାଙ୍କୁ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।


All Right Reserved By Dharitri.Com

ପିଆଜ ପରେ ଆଳୁ ମାଡ: ୨ ଦିନ ମଧ୍ୟରେ ବଢିଲାଣି ୧୦ ଟଙ୍କା

କଟକ ଅଫିସ୍‌, ୧୮।୧୨: ପିଆଜ ପରେ ଏବେ ଆଳୁ ପାଳି। ପିଆଜର ଅହେତୁକ ମୂଲ୍ୟ ବୃଦ୍ଧିରେ ଗ୍ରାହକ ଅସନ୍ତୁଷ୍ଟ ଥିବାବେଳେ ଏବେ ଆଳୁ ମୂଲ୍ୟ ଧୀରେ...

ଚାଲି ଚାଲି ଆସି ଥକି ପଡ଼ିଲେ

ବାରିପଦା ଅଫିସ, ୧୦ା୫- କରୋନା ସଂକ୍ରମଣକୁ ରୋକିବା ପାଇଁ ତୃତୀୟ ପର୍ଯ୍ୟାୟରେ ହୋଇଥିବା ଲକ୍‌ଡାଉନ ସମୟରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନେ ଏବେ ଘରମୁହଁ।...

ଟ୍ରାଫିକ ନିୟମର ବାର୍ତ୍ତା ବାଣ୍ଟିଲେ ପିଲା

ବେଗୁନିଆ, ୧୩ା୨ (ଡି.ଏନ୍‌.ଏ): ବେଗୁନିଆ ସଦର ମହକୁମାରେ ବୁଧବାର ଟ୍ରାଫିକ ନିୟମର ବାର୍ତ୍ତା ଛୋଟ ପିଲାମାନେ ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା। ତେବେ ପିଲାମାନେ ବିଭିନ୍ନ ପ୍ରକାର...

ପର୍ଯ୍ୟଟନସ୍ଥଳୀର ମାନ୍ୟତା ଅପେକ୍ଷାରେ ମୀନାଝୋଲା

ଚନ୍ଦ୍ରପୁର, ୯ା୧୨ (ଡି.ଏନ୍‌.ଏ.) ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତରେ ରହିଛି ମୀନାଝୋଲା ଶୈବପୀଠ। ପ୍ରତିବର୍ଷ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି ା ଏମିତି...

ମାର୍କେଟ୍‌ ବିଲ୍ଡିଂ ଆତଙ୍କ ଘଟଣାରେ ୧୮ ଗିରଫ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ: ସିପି

ଭୁବନେଶ୍ୱର,୧୧।୧(ବ୍ୟୁରୋ): ସ୍ଥାନୀୟ ୟୁନିଟ-୨ ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ସାମିଲ ଥିବା ବେଳେ ୨୧ଜଣ ଚିହ୍ନଟ ହୋଇଛନ୍ତି। ପୋଲିସ ସେମାନଙ୍କ ମଧ୍ୟରୁ ୧୮...

କରୋନା ଛୁଟିକୁ ନେଇ ଚିନ୍ତାରେ ଶିକ୍ଷା ବିଭାଗ: ଦଶମ ପିଲାଙ୍କୁ ମିଳିପାରେ ଅନ୍‌ଲାଇନ ଶିକ୍ଷା

ଭୁବନେଶ୍ୱର,୬ା୪(ବ୍ୟୁରୋ): ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇଥିବା କରୋନା ବର୍ତ୍ତମାନ ସବୁକିଛି ଓଲଟପାଲଟ କରିଦେଇଛି। ସାଧାରଣ ଅବସ୍ଥା ଦେଇ କିଛି ଗତି କରୁନାହିଁ। ଏହାକୁ ରୋକିବା ଲାଗି...

ଅବେବସ୍‌ତା ଘେରରେ ଅଙ୍ଗନୱାଡି କେନ୍ଦ୍ର

ଲାଠୋର, ୨୪ା୬ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ମାଲପଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର ସମସିଆ ଘେରରେ ରହିଛେ। ହେଲେ ଇ ଦିଗେ ପରଶାସନ ତରଫୁ...

ପ୍ରସ୍ତୁତ ହେବ ବିକାଶମୂଳକ ଯୋଜନା:ବଦଳିବ ସହରାଞ୍ଚଳ କଳେବର

ଢେଙ୍କାନାଳ ଅଫିସ,୩୦।୫: ବଦଳିବ ଢେଙ୍କାନାଳ ଜିଲାର ପ୍ରମୁଖ ସହରାଞ୍ଚଳର କଳେବର। ସହରବାସୀ ଅତ୍ୟାଧୁନିକ ସୁବିଧା ହାତପାହାନ୍ତାରେ ପାଇବେ। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯିବ। ଏ...

Leave a comment

Your email address will not be published. Required fields are marked *