ତେଲଙ୍ଗାନାରୁ ଆସିଲେ ୧୬୦ ପ୍ରବାସୀ ଓଡ଼ିଆ

ରାୟଗଡ଼ା ଅଫିସ,୨୦ା୫: ତେଲଙ୍ଗାନା ରାଜ୍ୟକୁ ରୋଜଗାର କରିବା ପାଇଁ ଓଡ଼ିଶାର ଗଜପତି, ରାୟଗଡ଼ା,କୋରାପୁଟ, ନବରଙ୍ଗପୁର,କନ୍ଧମାଳ ଓ ମାଲକାନଗିରି ଜିଲାର କିଛି ଲୋକ ଯାଇଥିଲେ। କରୋନା ପାଇଁ ଲକ୍‌ଡାଉନ ହେବାରୁ ବିଭନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଫଳରେ ସେଠାରୁ ସତନ୍ତ୍ର ଟ୍ରେନ୍‌ ଯୋଗେ ବୁଧବାର ସେମାନେ ରାୟଗଡ଼ାରେ ପହଞ୍ଚିଛନ୍ତି। ଗଜପତିର ୪୦, ରାୟଗଡ଼ାର ୧୫,କୋରାପୁଟ ୨୪, ନବରଙ୍ଗପୁରର ୩୧, କନ୍ଧମାଳର ୭ଜଣ ଓ ମାଲକାନଗିରି ଜିଲାର ୪୩ଜଣ ମିଶି ସର୍ବମୋଟ ୧୬୦ଜଣ ଶ୍ରମିକ ଆଜି ରାୟଗଡ଼ାରେ ପହଞ୍ଚିଛନ୍ତି। ସେହି ପ୍ରବାସୀ ଶ୍ରମିକମାନଙ୍କୁ ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡିଡିଆରଡିଏ ଅମିତ ଋତୁରାଜ, ଗୁଣପୁର ଉପଜିଲାପାଳ ବିଏସ୍‌ ବଳରାମ, ଉପଜିଲାପାଳ ରାୟଗଡ଼ା ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ବାଗତ କରିଥିଲେ। ଅନ୍ୟରାଜ୍ୟରୁ ଆସି ରାୟଗଡ଼ାର ବିଭିନ୍ନ ଅଭ୍ୟର୍ଥନା କେନ୍ଦ୍ରରେ ରହିଥିବା ବଲାଙ୍ଗୀର ଓ ନୂଆପଡ଼ା ଶ୍ରମିକମାନଙ୍କୁ ନିଜ ନିଜ ଜିଲାକୁ ୧୩ଟି ବସ୍‌ରେ ପଠାଯାଇଥିଲା। ବଲାଙ୍ଗୀରକୁ ୧୨ଟି ବସ୍‌ ଓ ନୂଆପଡ଼ାକୁ ଗୋଟିଏ ବସ୍‌ରେ ପ୍ରବାସୀମାନଙ୍କୁ ପଠାଯାଇଛି।


All Right Reserved By Dharitri.Com

ଦୁର୍ଘଟଣାରେ ଗୁରୁତରଙ୍କୁ ସହାୟତାର ହାତ ବଢ଼ାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲା ପାଟଣାଗଡ଼ ପୋଲିସ

ପାଟଣାଗଡ଼,୨୦।୩ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ଦ୍ୱାରା ନିଃସ୍ବାର୍ଥପର ସେବା ପାଇଁ ଶୁକ୍ରବାର ଜଣେ ଯୁବକଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ହେଉଥିବା ଭଲ ମଣିଷ...

ବସ୍‌ରେ ବିଦ୍ୟୁତ୍‌ ତାର ଲାଗି ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାର ପିଛା ମିଳିବ ୨ ଲକ୍ଷ ଟଙ୍କା ଅନୁକମ୍ପା

ଭୁବନେଶ୍ୱର,୯।୨(ବ୍ୟୁରୋ)- ଗଞ୍ଜାମ ଜିଲାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟିଥିବା ବସ୍‌ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଭୀର ଶୋକ ପ୍ରକାଶ...

ପାଠ, ପରିବାର ପାଇଁ ପେଟ୍ରୋଲ ପମ୍ପରେ ଚାକିରି ସହ ଟ୍ରାଫିକ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର

ଜୟପୁର,୩୦।୧(ଡି.ଏନ୍‌.ଏ.) ଅର୍ଥର ଅଭାବ ଥିଲା, ତା’ ସାଙ୍ଗକୁ ପରିବାରର ଗୁଜୁରାଣ ଚିନ୍ତା। ଘରର କେଉଁ ପୁରୁଷ ମୁଣ୍ଡକୁ ନୁହେଁ, ବରଂ ୨ ଜଣ କିଶୋରୀଙ୍କୁ ଘାରିଥିଲା ଏହି...

ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇବା ଲକ୍ଷ୍ୟ ୧୦୬ ଦେଶର ୪୪୧୪ ଖବରକାଗଜ ପ୍ରଦର୍ଶିତ

ଭୁବନେଶ୍ୱର,୧ା୧୨ (ବ୍ୟୁରୋ) ଖବରକାଗଜ ସଂଗ୍ରହ କରିବା ତାଙ୍କର ଏକ ସଉକ। ଏପରିକି ଭିନ୍ନ ଭିନ୍ନ ଦେଶର ସବୁ ଖବରକାଗଜ ସଂଗ୍ରହ ତାଙ୍କର ଏବେ ନିଶା ପାଲଟିଯାଇଛି।...

ଧନ୍ଦାମୂଳକ ଶିକ୍ଷାର ଚାହିଦା ନାହିଁ

ବ୍ରହ୍ମପୁର ଅଫିସ୍‌,୩ା୮-ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦକ୍ଷତା ବିକାଶ ଏବଂ ସେମାନଙ୍କୁ ଆମତ୍ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ କଲେଜଗୁଡ଼ିକରେ ରହିଛି ଧନ୍ଦାମୂଳକ ଶିକ୍ଷା । ଦଶମ ଶ୍ରେଣୀ ପାସ୍‌...

ବିନା ଲାଇସେନ୍ସରେ ଚାଲିଛି କରତକଳ :ଧ୍ୱଂସପାଉଛି ଗ୍ରାମ୍ୟ ଜଙ୍ଗଲ

ବାଲିଆପାଳ, ୨୪ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ ଛତୁ ଫୁଟିଲା ଭଳି ବିନା ଲାଇସେନ୍ସରେ ଏବେ କରତକଳମାନ ଚାଲୁଛି। ଫଳରେ ଗ୍ରାମ୍ୟଜଙ୍ଗଲ ଦିନକୁ ଦିନ...

ଗଛରେ ରାଖୀ ବାନ୍ଧିଲେ ଛାତ୍ରୀ, ଅତିଥି, ଶିକ୍ଷୟିତ୍ରୀ

ଚନ୍ଦାହାଣ୍ଡି, ୧୫।୮(ଡି.ଏନ୍‌.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଯାଦବ ମାଝି ବାଳିକା ବିଦ୍ୟାଳୟରେ ଗୁରୁବାର ସ୍ବାଧୀନତା ଦିବସ ଓ ରକ୍ଷାବନ୍ଧନ ପାଳନ କରାଯାଇଛି। ବିଦ୍ୟାଳୟ ପୂର୍ବତନ ସମ୍ପାଦକ...

କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟର ମାନ୍ୟତା

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ବିଶ୍ୱବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି । ଏଣିକି କଳାହାଣ୍ଡି ଜିଲାର ଛାତ୍ରୀଛାତ୍ର ସମ୍ବଲପୁର ନ ଯାଇ ଜିଲାରେ ଉଚ୍ଚ ଶିକ୍ଷା...

Leave a comment

Your email address will not be published. Required fields are marked *