ଅନ୍ତରୀଣ କମିଟି ଗଠନକୁ ବିରୋଧ

କଟକ ଅଫିସ୍‌,୨୦।୫: ଲକ୍‌ଡାଉନ୍‌ ଯୋଗୁ ହାଇକୋର୍ଟ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ସ୍ଥଗିତ ରଖିଛନ୍ତି। ଏଣୁ ଓକିଲ ସଂଘଗୁଡ଼ିକର ପରିଚାଳନା ପାଇଁ ଅନ୍ତରୀଣ କମିଟି ଗଠନ କରିବାକୁ ରାଜ୍ୟ ଆଇନଜୀବୀ ପରିଷଦର ସ୍ବତନ୍ତ୍ର କମିଟି ନିଷ୍ପତ୍ତି ନେଇଥିଲା। ସମସ୍ତ ଓକିଲ ସଂଘକୁ ଏନେଇ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ପରିଷଦର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ଓକିଲ ସଂଘ ହାଇକୋର୍ଟରେ ମାମଲା ରୁଜୁ କରିଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଓ ବିଚାରପତି ଜଷ୍ଟିସ୍‌ ବିଶ୍ୱଜିତ୍‌ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ଗୁରୁବାର (୨୧ ତାରିଖ) ଏହାର ପରବର୍ତ୍ତୀ ଶୁଣାଣି ହେବ।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗଣେଶ୍ୱର ରଥ ଯୁକ୍ତି ରଖିଥିଲେ ଯେ, ହାଇକୋର୍ଟ ଓକିଲ ସଂଘ ଓ ରାଜ୍ୟର ଅନ୍ୟ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ନାମାଙ୍କନ ପତ୍ର ଦାଖଲ ସରିଛି। ନିର୍ବାଚନ ପ୍ରକ୍ରିୟାକୁ ଅଟକାଇବା କ୍ଷମତା ରାଜ୍ୟ ଆଇନଜୀବୀ ପରିଷଦ ପାଖରେ ନାହିଁ। ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) କିମ୍ବା ରାଜ୍ୟ ଆଇନ୍‌ଜୀବୀ ପରିଷଦ ପାଖରେ କୌଣସି ଓକିଲ ସଂଘର ଅନ୍ତରୀଣ କମିଟି ଗଠନ କରିବାର କ୍ଷମତା ଅଛି କି ସେ ପ୍ରଶ୍ନ କରିଛନ୍ତି। ଓଲଟି ବିସିଆଇ ଓ ରାଜ୍ୟ ଆଇନଜୀବୀ ପରିଷଦକୁ ନିର୍ବାଚିତ ପ୍ରତିନିଧିଙ୍କ ବଦଳରେ ଏକ ଅନ୍ତରୀଣ କମିଟି ଚଳାଉଛି। ସେଠାରେ ମଧ୍ୟ ନିର୍ବାଚନ ହୋଇନି। ସେମାନେ କେମିତି ଓକିଲ ସଂଘ ନିର୍ବାଚନରେ ହସ୍ତକ୍ଷେପ କରିବେ ବୋଲି ଆଇନଜୀବୀ ରଥ ଯୁକ୍ତି ରଖିଥିଲେ।


All Right Reserved By Dharitri.Com

୯ବର୍ଷ ବିତିଲା: ସରୁନି ୩୦ ଫୁଟିଆ ରାସ୍ତା କାମ

ପୁରୁଣା ଭୁବନେଶ୍ୱର, ୯ା୧(ଡି.ଏନ.ଏ.): ଭୁବନେଶ୍ୱରର କଟକ-ପୁରୀ ରାସ୍ତାରୁ ଟ୍ରାଫିକ୍‌ ସମସ୍ୟା, ଦୁର୍ଘଟଣା କମ୍‌ କରିବା ଲକ୍ଷ୍ୟ ନେଇ ୨୦୧୦ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୟା...

ଭାଜପା ନେତା ରବି ନାରାୟଣ ପାତ୍ରଙ୍କ ପରଲୋକ

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭାଜପା ଶାଖାର ପୂର୍ବତନ ଉପସଭାପତି ତଥା ବରିଷ୍ଠ ଭାଜପା ନେତା ରବି ନାରାୟଣ ପାତ୍ରଙ୍କର ଗୁରୁବାର ପରଲୋକ ଘଟିଛି। ସ୍ବର୍ଗତଃ ପାତ୍ର...

କରୋନା କଟକଣା: ବନ୍ଦହେଲା ଛତ୍ରପୁର ସାପ୍ତାହିକ ହାଟ

ଛତ୍ରପୁର,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ଗୁରୁବାର ସାପ୍ତାହିକ ହାଟକୁ ପ୍ରଶାସନ ବନ୍ଦ କରିଦେଇଛନ୍ତି। ପୂର୍ବରୁ ଏନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା।...

ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ଘଟଣାର ପର୍ଦ୍ଦାଫାଶ: ଅଭିଯୁକ୍ତ ଭୁବନେଶ୍ୱରରୁ ଗିରଫ, କାର ଜବତ

ଯୋଡ଼ା, ୧୧।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରରେ ଥିବା ଏକ ବ୍ୟାଙ୍କର ଜଣେ ଗ୍ରାହକଙ୍କ ଆକାଉଣ୍ଟରୁ ଫୋନ ପେ ଆପ୍‌ ମାଧ୍ୟମରେ ଟଙ୍କା ଗାଏବ ଘଟଣାର...

ବିଜେଡିରୁ ବିଦା ହେଲେ ଅନୁପ ସାଏ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ଛତିଶଗଡ଼ ପୋଲିସ ଦ୍ୱାରା ଅଟକ ରଖାଯିବା ପରେ ଦଳରୁ ବହିଷ୍କୃତ ହେଲେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏ। ସଭାପତି ତଥା...

ଜାପାନୀ ଜ୍ୱର ଭୟ: ମଢିଆଳି ଗାଁରେ ପହଞ୍ଚିଲେ ଚିକିତ୍ସକ ଦଳ

ଭଣ୍ଡାରିପୋଖରୀ, ୨୨ା୧୦(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ-ମଢିଆଳି ପଞ୍ଚାୟତ ମଢିଆଳି ଗ୍ରାମରେ ଜଣେ ୧୭ ବର୍ଷର କଲେଜ ପଢୁଆ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇଥିବା...

ଶ୍ରୀକ୍ଷେତ୍ରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅବହେଳିତ

ପୁରୀ ଅଫିସ,୧୨।୧୦: ଶ୍ରୀକ୍ଷେତ୍ରର ବିକାଶ ଲାଗି ସରକାର ଗୁରୁତ୍ୱାରୋପ କରୁଛନ୍ତି। ଅନ୍ୟପଟେ ପୁରୀ ସହରରେ ଅବହେଳିତ ହୋଇପଡିଛନ୍ତି ମହାପୁରୁଷ। ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ...

ତେଲଙ୍ଗାନାରୁ ଫେରିଲେ ୩୬ ଶ୍ରମିକ

ଡାବୁଗାଁ,୪ା୫(ଡି.ଏନ୍‌.ଏ.): ତେଲଙ୍ଗାନାରୁ ୩୬ ଶ୍ରମିକ ଆସି ରବିବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁରେ ପହଞ୍ଚିଛନ୍ତି। ଡାବୁଗାଁ ବ୍ଲକ୍‌ ଅଧୀନ ଜବାଗୁଡ଼ା, ବୋରିଗାଁ ଓ ବଡ଼ଓଲମା ପଞ୍ଚାୟତର...

Leave a comment

Your email address will not be published. Required fields are marked *