କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍‌ରେ ହେବ ପାଠପଢ଼ା

ଲଣ୍ଡନ,୨୦।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନ୍‌ର କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍‌ରେ ପାଠପଢ଼ା ହେବ ବୋଲି ଘୋଷଣା କରାଯାଇଛି। ଶିକ୍ଷାର୍ଥୀମାନେ ଏହା ଦ୍ୱାରା ସାମାଜିକ ଦୂରତା ବଜାୟ ରଖିପାରିବେ। ସେମାନଙ୍କ ମଧ୍ୟରେ କରୋନା ସଂକ୍ରମଣର ଆଶଙ୍କା ରହିବ ନାହିଁ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଅକ୍ଟୋବରଠାରୁ ଏଭଳି ପାଠପଢ଼ା ଆରମ୍ଭ ହେବ। ୮୦୦ ବର୍ଷ ପୁରାତନ କେମ୍ବ୍ରିଜ୍‌ ବିଶ୍ୱଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୨୦ ଅକ୍ଟୋବରଠାରୁ ୨୦୨୧ ଗ୍ରୀଷ୍ମଋତୁ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଟିଚିଂ ଗ୍ରୁପ୍‌ ମାଧ୍ୟମରେ ଶିକ୍ଷାଦାନ କରାଯିବ। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବ୍ରିଟେନ୍‌ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଆଧାରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି କରାଯାଉଥିବା କୁହାଯାଉଛି। ଏହା ପୂର୍ବରୁ ହାବାର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ୬୭ଟି ଅନ୍‌ଲାଇନ୍‌ ପାଠ୍ୟକ୍ରମକୁ ମାଗଣାରେ ପ୍ରଦାନ କରାଯାଉଛି। ଏସବୁ ପାଠ୍ୟକ୍ରମର ଅବଧି ଏକ ସପ୍ତାହରୁ ୧୨ ସପ୍ତାହ ରହିଛି। ଏଥିପାଇଁ ସାଧାରଣ ସମୟରେ ପାଠ୍ୟକ୍ରମ ଫି ୨୦୦୦ ଟଙ୍କାରୁ ଆରମ୍ଭ କରି ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଡ଼ିଥାଏ।


All Right Reserved By Dharitri.Com

ମଝି ଆକାଶରେ ଯାତ୍ରୀବାହୀ ବିମାନର ଭାଙ୍ଗିଲା ଡେଣା

ମସ୍କୋ,୧୫।୮: ରୁଷିଆରେ ଏକ ଯାତ୍ରୀବାହୀ ବିମାନର ଡେଣା ମଝି ଆକାଶରେ ଭାଙ୍ଗିଯିବାରୁ ଏହାର ଜରୁରୀ ଅବତରଣ କରାଯାଇଛି। ବିମାନରେ ୨୨୬ ଯାତ୍ରୀ ଥିବା କୁହାଯାଉଛି। ସେମାନଙ୍କ...

ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ହେବ ୭ବର୍ଷ ଜେଲ୍‌ ଦଣ୍ଡ: ମୋଦି ସରକାର ଆଣିଲେ ଅଧ୍ୟାଦେଶ

ନୂଆଦିଲ୍ଲୀ,୨୨।୪: କରୋନା ଭାଇରସ୍‌ ମହାସଙ୍କଟ ମଧ୍ୟରେ ଦେଶର ଡାକ୍ତର ଓ ନର୍ସଙ୍କ ଉପରେ କିଛି ଦିନରୁ ଆକ୍ରମଣ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ...

ମୋବାଇଲ୍‌ ଅଭ୍ୟାସରୁ ମୁକ୍ତି ଦେବ ଗୁଗଲ ଆପ୍ସ୍‌: ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ

ଓ୍ବାଶିଂଟନ,୨୪।୧୦: ମୋବାଇଲ୍‌ ଏବେ ସମସ୍ତଙ୍କର ଅତି ଆପଣାର ବସ୍ତୁ ପାଲଟିଛି। କେତେକ ବହୁ ସମୟ ଧରି ମୋବାଇଲ୍‌ ସହିତ ଜଡ଼ିତ ରହୁଛନ୍ତି। ଏହା ଦ୍ୱାରା ଦାମ୍ପତ୍ୟ...

ଲକଡାଉନ୍ ଯୋଗୁ ହୋଇପାରିଲାନି ଚିକିତ୍ସା: ଅନ୍ତିମ ସଂସ୍କାର ପାଇଁ ପିତାଙ୍କ ମୃତଦେହକୁ କାନ୍ଧ ଦେଲେ ୫ କନ୍ୟା

ଲକ୍ଷ୍ନୌ,୫ ।୪: ଭାରତରେ ଦେଖାଦେଇଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ ଆଲିଗଡ଼ରେ...

ଅପରାହ୍ନରେ ଅର୍ଥମନ୍ତ୍ରୀ କରିବେ ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଅପରାହ୍ନ ୪ଟାରେ କୋଭିଡ-୧୯ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ...

ହାଫିଜ୍‌ଙ୍କୁ ଖୁବ୍‌ଶୀଘ୍ର ଗିରଫ କରିବ ପାକିସ୍ତାନ:ଭୟରେ ଭୁଆଁ

ଲାହୋର/ନୂଆଦିଲ୍ଲୀ,୫।୭(ପି.ଟି.):ଭାରତର କୂଟନୀତି ଓ ଅନ୍ତର୍ଜାତୀୟ ସମୁଦାୟର ଚାପ ଆଗରେ ମୁଣ୍ଡ ନୁଆଁଇ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ୍‌ଙ୍କ ସମେତ ତାଙ୍କର ୧୨ ସହଯୋଗୀଙ୍କ...

ସ୍ଥାନାନ୍ତର ହେବ ଇଣ୍ଡୋନେସିଆ ରାଜଧାନୀ

ଜାକର୍ତ୍ତା,୧୮ା୮: ବିଶ୍ୱ ମାନଚିତ୍ରରୁ ହଜିବାକୁ ଯାଉଛି ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତା। ପରିବେଶ ବିଶେଷଜ୍ଞମାନଙ୍କ ମତରେ ଯଦି ବର୍ତ୍ତମାନ ହାରରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଏ ତେବେ...

କରତାରପୁର କରିଡର: ଦର୍ଶନ ପାଇଁ ଶିଖ ଶ୍ରଦ୍ଧାଳୁଙ୍କୁ ୨୦ ଡଲାର ମାଗୁଛି ପାକିସ୍ତାନ

ଇସ୍‌ଲାମାବାଦ,୧୫।୧୦: ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ଏବେ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କଠାରୁ ଚାନ୍ଦା ମାଗିବାକୁ ଯୋଜନା ପ୍ରସ୍ତୁତ କରି ସାରିଛି। ପାକିସ୍ତାନ କରତାରପୁର...

Leave a comment

Your email address will not be published. Required fields are marked *