କରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଲା ୫୦ ଲକ୍ଷ: ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୫ ହଜାର

ଓ୍ବାଶିଂଟନ,୨୦।୫: ପୃଥିବୀରେ କରୋନା ମହାମାରୀ ଜାରି ରହିଛି। ବୁଧବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୦ ଲକ୍ଷ ୨ ହଜାର ୫୯୯ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୫ ହଜାର ୧୭୨ ରହିଛି। ୧୯ ଲକ୍ଷ ୭୦ ହଜାର ୯୧୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଓ୍ବାଲର୍‌ଡ ମିଟର ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ୭୦ ହଜାର ୫୮୩ ଥିବାବେଳେ ମୃତକଙ୍କ ସଂଖ୍ୟା ୯୩ ହଜାର ୬୩୩ ଛୁଇଁଛି। ସେହିପରି ରୁଷ୍‌ରେ ୩ ଲକ୍ଷ ୮ ହଜାର ୭୦୫ ସଂକ୍ରମିତ ହୋଇଛନ୍ତି। ଏଠାରେ ମୃତକଙ୍କ ସଂଖ୍ୟା ୨,୯୭୨ ରହିିଛି। ସ୍ପେନ୍‌ରେ ୨ଲକ୍ଷ ୭୮ହଜାର ୮୦୩ ସଂକ୍ରମିତ ହୋଇଛନ୍ତି। ଏଠାରେ କରୋନା ସଂକ୍ରମଣରେ ୨୭ ହଜାର ୭୭୮ ଜଣଙ୍କ ଜୀବନ ଯାଇଛି। ବ୍ରାଜିଲ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୧ ହଜାର ୮୮୫ ରହିଥିବାବେଳେ ମୃତକଙ୍କ ସଂଖ୍ୟା ୧୭ ହଜାର ୯୮୩ ରହିଛି। ବ୍ରିଟେନରେ ମୋଟ ୨ ଲକ୍ଷ ୪୮ ହଜାର ୮୧୮ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୫ ହଜାର ୩୪୧ ରହିଛି। ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୨୬ ହଜାର ୬୯୯ ରହିଛି। ଏଠାରେ କରୋନା ସଂକ୍ରମଣରେ ୩୨ ହଜାର ୧୬୯ ଜଣଙ୍କକ ମୃତ୍ୟୁ ଘଟିଛି। ଫ୍ରାନ୍ସ୍‌ରେ ମୋଟ ଲକ୍ଷେ ୮୦ ହଜାର ୮୦୯ ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ଏଠାରେ ୨୮ ହଜାର ୨୨ ରହିଛି।


All Right Reserved By Dharitri.Com

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୪ ଛୁଇଁଲା

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ...

କ୍ୱାରାଣ୍ଟାଇନ ସେଣ୍ଟରରେ ଟଳିପଡ଼ିଲେ ପ୍ରବାସୀ

ନୟାଗଡ ଅଫିସ/ଓଡ଼ଗାଁ,୨୦।୫(ସ୍ବ.ପ୍ର.): ନୟାଗଡ଼ ଜିଲା ବାହାଡ଼ାଝୋଲା ବାଳିକା ଉଚ୍ଚ ବିଦ୍ୟାଳୟ କ୍ବାରାଣ୍ଟାଇନ ସେଣ୍ଟରରେ ବୁଧବାର ସକାଳେ ଜଣେ ପ୍ରବାସୀ ଗାଧୋଇବା ପାଇଁ ତେଲ ଲଗାଉଥିବା ବେଳେ...

ଲକ୍‌ଡାଉନ ପ୍ରଭାବ: ଅମଳ ଆଖୁ ବିକିପାରୁନି ଚାଷୀ

ଖପ୍ରାଖୋଲ, ୨୦ା୪(ଡି.ଏନ.ଏ.): କରୋନା ସଂକ୍ରମଣ ରୋକିବାକୁ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ଲୋକଙ୍କ ଜୀବନଜୀବିକା ଉପରେ ପଡିଛି। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ...

କୋଭିଡ୍‌-୧୯: ଆଡଭାଣୀଙ୍କ ୫ ଲକ୍ଷ ଟଙ୍କା ସହାୟତା

ଓ୍ବାଶିଂଟନ, ୬।୪ (ଏପି): ଭାରତୀୟ ପେସାଦାର ବିଲିୟାଡର୍‌ସ ଖେଳାଳି ପଙ୍କଜ ଆଡଭାନୀ କୋଭିଡ୍‌-୧୯ ମୁକାବିଲା ପାଇଁ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। କରୋନ ଭାଇରସ୍‌...

ଗାଁରେ ପ୍ରବେଶ ପାଇଁ ବାରଣ କରାଯିବାରୁ ନୌକାରେ କ୍ୱାରାଣ୍ଟାଇନ୍‌ରେ ରହିଲେ ବୃଦ୍ଧ

ମାଲଦା,୩।୪: ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଭାରତରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା...

କରୋନା ଭାଇରସ: ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଲା ଇଟାଲୀର ଭୋ ସହର

ରୋମ,୨୮।୩: କରୋନା ଭାଇରସ ଏବେ ଇଟାଲୀର ମେରୁଦଣ୍ଡକୁ ଭାଙ୍ଗି ଦେଇଛି କହିଲେ ଚଳେ। ଏବେ ଏଠାରେ କରୋନା ମୃତ୍ୟୁ ସଂଖ୍ୟା ୯ହଜାର ଅତିକ୍ରମ କରିଥିବା ବେଳେ...

୨୪ ଘଣ୍ଟାରେ ସର୍ବାଧିକ ଟେଷ୍ଟ: ଗୁରୁବାର ହେଲା ୨୦୨୭ ନମୂନା ପରୀକ୍ଷା

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ନମୁନା ପରୀକ୍ଷା ହୋଇଛି। ଗୁରୁବାର ୨୪୭୪ଟି ନମୁନା ପରୀକ୍ଷା ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

ଖାଇବା କମାଇଦେଲେଣି ଗ୍ରାମାଞ୍ଚଳର ୫୦% ପରିବାର

ନୂଆଦିଲ୍ଲୀ,୧୪ା୫(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ଗ୍ରାମାଞ୍ଚଳ ଜନସାଧାରଣ ଖାଇବା କମାଇଦେଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଲକ୍‌ଡାଉନ ସମୟରେ ୧୨ଟି ରାଜ୍ୟରୁ ୫୦୦୦ରୁ ଊର୍ଦ୍ଧ୍ୱ...

Leave a comment

Your email address will not be published. Required fields are marked *