୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କଲା ବ୍ଲକ ପ୍ରଶାସନ

ବନ୍ତ,୨୦ା୫(ଡି.ଏନ୍‌.ଏ.): ବାତ୍ୟା ‘ଅମ୍ଫନ୍‌’କୁ ନେଇ ଭଦ୍ରକ ଜିଲା ବନ୍ତ ବ୍ଲକବାସୀ ଭୟଭୀତ ଥିବା ବେଳେ ଏହାର ମୁକାବିଲା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ା ବୁଧବାର ମଧ୍ୟାହ୍ନ ସୁଦ୍ଧା ବ୍ଲକର ବିଭିନ୍ନ ବିଦ୍ୟାଳୟ, ପଞ୍ଚାୟତ ଗୃହ, ବାତ୍ୟା ଆଶ୍ରୟସ୍ଥଳରେ ଲୋକମାନଙ୍କୁ ଥଇଥାନ କରାଯାଇଛି ା ବିଟିପୁର ପଞ୍ଚାୟତର ହଳଦି ପୁହାଣି ପ୍ରାଥମିକ ବିଦ୍ୟାଳୟ, ବଡ଼ମହିଷଗୋଠ ପଞ୍ଚାୟତର ହରିପୁର ପ୍ରାଥମିକ ବିଦ୍ୟାଳୟ, କୁଆଁଶମଢ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାମପୁର ପଞ୍ଚାୟତର ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟ, କୌଶଲ୍ୟା ନୋଡାଲ ଉପ୍ରା ବିଦ୍ୟାଳୟ, କୁଣ୍ଡଳା ନୋଡାଲ ଉପ୍ରା ବିଦ୍ୟାଳୟ, ବଡ଼ବର୍ଚ୍ଚିକୟାଁ ପଞ୍ଚାୟତର ବିଶଲକଣା ପ୍ରାଥମିକ ବିଦ୍ୟାଳୟ, ଅଣିଜୋ ପଞ୍ଚାୟତର ନରିପୁର ଉପ୍ରା ବିଦ୍ୟାଳୟ, ଚାରିଗାଁ ପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ସମେତ କେନ୍ଦୁଆପଦା, ତୋଡଗାଁ, ଛୟାଳସିଂ ଆଦି ପଞ୍ଚାୟତ ଗୃହରେ ପ୍ରାୟ ୫୦୦ ଲୋକଙ୍କୁ ଥଇଥାନ କରାଯାଇଛି ା ସମସ୍ତ ଲୋକଙ୍କ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି।


All Right Reserved By Dharitri.Com

୩ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ରାଉରକେଲା ଅଫିସ,୧୪ା୧୧: ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସୁନ୍ଦରଗଡ଼ ସୀମାନ୍ତରେ ଦୀର୍ଘଦିନ ଧରି ପିଏଲ୍‌ଏଫ୍‌ଆଇ ନଁ।ରେ ଆତଙ୍କ ସୃଷ୍ଟି କରୁଥିବା ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାଉରକେଲା ପୋଲିସ...

ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ : ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଲେ

ହିଞ୍ଜିଳିକାଟୁ,୧୦।୧୧(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଦିଲୀପ କୁମାର ମହାନ୍ତି ରବିବାର ହିିଞ୍ଜିଳି ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ଅଧିକାରୀଙ୍କୁ ବହୁ...

ମେଡିକାଲ ଷ୍ଟୋରରୁ ଚୋରି ଘଟଣା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଭବାନୀପାଟଣା,୧୪।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ କ୍ରିଷ୍ଣା ମେଡିକାଲ ଷ୍ଟୋରରୁ ଚୋରି ଘଟଣାରେ ପୋଲିସ ରବିବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ...

ବାସି ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ୪୦ ଆକ୍ରାନ୍ତ: ଡାକ୍ତରଖାନାରେ ଭର୍ତ୍ତି, ଗାଁରେ ପହଞ୍ଚିଲେ ଡାକ୍ତରୀ ଦଳ

ବୈପାରୀଗୁଡ଼ା,୨।୨(ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରୀଗୁଡ଼ା ବ୍ଲକ ବୋଡାପୁଟ ପଞ୍ଚାୟତ କୁରୁକୁଟି ଗ୍ରାମରେ ଶୁକ୍ରବାର ଏକ ବିବାହ ଭୋଜି ହୋଇଥିଲା। ଶନିବାର ଭୋଜିର ବଳକା ତଥା ବାସି...

ଏନ୍‌ଏଲ୍‌ସି କମ୍ପାନୀକୁ ବିରୋଧ, ମାଟିଖୋଳା କାର୍ଯ୍ୟ ବନ୍ଦ କଲେ ଅଞ୍ଚଳବାସୀ

ସମ୍ବଲପୁର,୯।୧(ବ୍ୟୁରୋ): ସମ୍ବଲପୁର ରେଙ୍ଗାଳି ତହସିଲ ତଲାବିରା କୋଇଡ଼ା ଖଣି ୧ ଓ ୨ ନମ୍ବର ଏନ୍‌ଏଲ୍‌ସି କମ୍ପାନୀ କୋଇଲା ଉତ୍ତୋଳନ କରିବା ନେଇ ସ୍ଥାନୀୟ ଅଞ୍ଚଳବାସୀ...

ସାତ୍‌ସପନ ହେଇଛେ ବିଜଲିବତୀ ଉକିଆ: ମିଟର, ବୋର୍ଡରେ ସୀମିତ ଯୋଜନା

ପର୍ଲା, ୪।୧୨(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଧଅଁରପୁର ପଁଚେତ୍‌ କର୍ଲାପଡ଼ା ଗଁାରେ ବିପିଏଲ୍‌ ବିଦ୍ୟୁତ୍‌ ସଂଯୋଗ ପର୍‌ହସନ ପାଲଟିଛେ। ଗଲା ୩ ବଛର...

ରକ୍ତଦାନ କରି ପାଳିତ ହେଲା ରେଡ୍‌କ୍ରସ୍‌ ଦିବସ

ବୌଦ୍ଧ,୮।୫(ସ୍ବ.ପ୍ର.)-ଶୁକ୍ରବାର ବୌଦ୍ଧ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲା ରେଡକ୍ରସ ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ନିରାଡମ୍ବର ଭାବେ ପାଳିତ ହୋଇଥିଲା। ଏଥିରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର...

ପ୍ରସିଦ୍ଧ କାଳୀପୂଜା ପାଇଁ ସଜେଇ ହେଉଛି ଭଦ୍ରକ

ଭଦ୍ରକ ଅଫିସ, ୨୨।୧୦- ଆଉ ୫ ଦିନ ପରେ ଦୀପାବଳି। ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ପ୍ରସ୍ତୁତି ଜୋର ଧରିଛି। ବିଭିନ୍ନ ପୂଜା ମଣ୍ଡପରେ...

Leave a comment

Your email address will not be published. Required fields are marked *