ବାତ୍ୟା ‘ଅମ୍ଫନ’ର ପ୍ରଭାବ: ଖଇରାରେ ଶତାଧିକ କଚ୍ଚାଘର ଭାଙ୍ଗିଲା

ଖଇରା,୨୦।୫(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ର ପ୍ରଭାବରେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ବହୁ କ୍ଷତିଗ୍ରସ୍ତ ହୋଇଛି। ଝଡ଼ବର୍ଷା ସହ ପବନରେ ବେଗ ବଢ଼ିବାରେ ଲାଗିଛି। ବହୁ ଚାଳଛପର ଓ ଆଜବେଷ୍ଟସ୍‌ ଘର ଭାଙ୍ଗିପଡ଼ିଛି। ସେହିପରି ବହୁ ଗଛ ଉପୁଡିବା ସହ ରାସ୍ତା ଉପରେ ପଡିବା କାରଣରୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଅଚ୍ୟୁତପୁର ପଞ୍ଚାୟତ ଓହଡ଼ ଗ୍ରାମର ଦାମୋଦର କରଙ୍କ ଅସ୍ଥାୟୀ ଚାଳଘର ପବନରେ ଉଡିଯିବା ଯୋଗୁ ସେ ବାସହୀନ ହୋଇପଡିଛନ୍ତି।ସେହିଭଳି ଗଛ ଭାଙ୍ଗି ପଡ଼ିବା କାରଣରୁ ବଣପାରିଆ ଗ୍ରାମ, ନୁଆସାହି ଗ୍ରାମ, ନନ୍ଦୁର ବ୍ରହ୍ମଚାରୀ ଗ୍ରାମର ବହୁ ପରିବାରଙ୍କ ବାସଗୃହ ଭାଙ୍ଗିଯାଇଥିବା ଜଣାପଡ଼ିଛି। ଗଣ୍ଡିବେଡ ବଜାରରେ ଗଛପଡି ଅନେକ ଦୋକାନ ଗୃହ ମଧ୍ୟ ନଷ୍ଟ ହୋଇଛି। ପବନ କମିବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ତହସିଲଦାର ପ୍ରଦୀପ ସାହୁ କହିଛନ୍ତି।


All Right Reserved By Dharitri.Com

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ବିଭ୍ରାଟ

ଖଇରା, ୧୮।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ବିଭ୍ରାଟ ଦେଖାଦେଇଛି । ଏଥିଯୋଗୁ ଅସ୍ତ୍ରୋପଚାର ପାଇଁ ଆସିଥିବା...

ଓଲଟି ପଡ଼ିଲା ତେଲ ବୋଝେଇ ଟ୍ୟାଙ୍କର: ତେଲ ବୋହି ନେଲେ ଲୋକେ

ବଇଣ୍ଡା,୩୧।୭(ଡି.ଏନ.ଏ.): କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ହଣ୍ଡପା ଥାନା ବଇଶିଣା ନିକଟରେ ବୁଧବାର ସକାଳେ ଏକ ପେଟ୍ରୋଲ ଓ ଡିଜେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ...

ପୋଲିସ ଇନ୍‌ଫର୍ମର ସନ୍ଦେହରେ ପୁଣି ହତ୍ୟା: ୧୨ ଘଣ୍ଟା ମଧ୍ୟରେ ମାଓବାଦୀଙ୍କ ଦ୍ୱିତୀୟ ନରସଂହାର

ଲାଞ୍ଜିଗଡ,୨୨।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ପଦରରେ ରବିବାର ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ବଜାରରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଗୁଳିକରି ମାଓବାଦୀମାନେ ହତ୍ୟା...

କଖାରୁ ଲଟାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାଟଣା,୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ମାନପୁର ଗ୍ରାମର ଡେଣୁଆ ରାସ୍ତା ପାର୍ଶ୍ୱରେ ଥିବା ବଗିଚାର କଖାରୁ ଲଟା ମଧ୍ୟରୁ ରବିବାର ସକାଳୁ...

ସୁଧାର ଗୃହରେ ଫସିଛନ୍ତି ୧୩ ମହିଳା

ଖୋର୍ଦ୍ଧା ଅଫିସ,୨୧ା୩ : ସାରା ବିଶ୍ୱରେ ଲାଗି ରହିଛି କରୋନା ଆତଙ୍କ। ଏ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା...

ବିନା ଭକ୍ତରେ ସରିଲା ତାରାତାରିଣୀଙ୍କ ଚୈତ୍ରଯାତ୍ରା

ପୁରୁଷୋତ୍ତମପୁର,୭ା୪(ଡି.ଏନ.ଏ.)- ଗଞ୍ଜାମ ଜିଲା ତଥା ଓଡିଶାର ପ୍ରସିଦ୍ଧ ଦୈବିପୀଠ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉଦ୍‌ଯାପିତ ହୋଇଯାଇଛି। ଚଳିତବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ଗଞ୍ଜାମ...

ବିଲରେ ବିଦ୍ୟୁତ ତାର ଲାଗି ଯୁବକଙ୍କ ଦେହ ପୋଡ଼ିଗଲା

ମନମୁଣ୍ଡା, ୧୬।୪ (ଡି.ଏନ.ଏ):ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଧୀନ ରତାଖଣ୍ଡିର ଲବ ପାଣ୍ଡେ(୨୨) ଗୁରୁବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ତାଙ୍କ ଶରୀରର...

ଆର୍ମି ଏଡି କଲେଜ ଦୀକ୍ଷାନ୍ତ ସମାରୋହ ଆଜି : ପହଞ୍ଚିଲେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଗୋପାଳପୁର,୨୮ା୯-ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଆର୍ମି ଏଡି କଲେଜ ପରିସରରେ ଆୟୋଜିତ ହେବାକୁ ଥିବା ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ରାଷ୍ଟ୍ରପତି ଶୁକ୍ରବାର ବାୟୁସେନାରେ ସ୍ବତନ୍ତ୍ର ବିମାନରେ...

Leave a comment

Your email address will not be published. Required fields are marked *