ବାଲେଶ୍ୱରରେ ‘ଅମ୍ଫନ୍‌’ର ତାଣ୍ଡବ: ଅପରାହ୍ନରୁ ୧୧୦ କିମି ବେଗରେ ବହୁଛି ପବନ, ଭାଙ୍ଗିଲା କଚ୍ଚାଘର; ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ମହିଳା ମୃତ

ବାଲେଶ୍ୱର ଅଫିସ,୨୦।୫: ବାଲେଶ୍ୱର ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍‌’। ଫଳରେ ଜିଲାରେ ବୁଧବାର ଅପରାହ୍ନରୁ ପବନର ବେଗ ବଢ଼ିବାରେ ଲାଗିଛି। ଖବର ଲେଖାଯିବା ବେଳେ ଘଣ୍ଟାପ୍ରତି ୧୦୦-୧୧୦ କିମି ବେଗରେ ପବନ ବହୁଛି। ସେହିଭଳି ବର୍ଷାର ପରିମାଣ ୨୯. ୪ ମିମି ରହିଛି। ତେବେ ଜିଲାର ଭୋଗରାଇ ଅଞ୍ଚଳରେ ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିସହ ବାତ୍ୟା ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଗ୍ରାମାଞ୍ଚଳରେ ଥିବା କଚ୍ଚା ଘର, ଆଜବେଷ୍ଟସ୍‌, ଟାଇଲ୍‌ ଘର ଆଦି ବହୁତ କ୍ଷତିଗ୍ରସ୍ତ ହୋିଥିବା ସୂଚନା ମିଳିଛି ।

ପ୍ରଶାସନର ପ୍ରାକ୍‌ ପ୍ରସ୍ତୁତି ଅନୁଯାୟୀ, ବାତ୍ୟାର ମୁକାବିଲା ଲାଗି ସମୁଦ୍ରକୂଳିଆ ଅଞ୍ଚଳରୁ ପ୍ରାୟ ୪୯୦୦୦ଜଣ ଲୋକଙ୍କୁ ୪୦୦ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ଜିଲାର ୧୨୫ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।


All Right Reserved By Dharitri.Com

ରାଏଜର ସୁଆର୍‌ଥ ଲାଗି ପଦଯାତ୍‌ରା: ଭଟଲିରେ ପୁହୁଁଚିଲେ ସତ୍ୟବ୍ରତ

ଭଟଲି,୨୦।୧୨ (ଡି.ଏନ୍‌.ଏ.)-ଆଏଜ୍‌କାଲିର ଜୀବନ୍‌ ଶଇଲିରେ ଆମେ ଯେଯାହାର କାମେ ବାଇ ରହୁଛୁଁ। ସଖାଲୁ ଉଠ୍‌ଲା ଖଟୁ ରାତିଥି ଖଟ୍‌କେ ଯିବାର ତକ୍‌ ଆମେ ସଭେ ଛୁଆପିଲାକୁଟୁମ,...

ନିଶା ଔଷଧ କାରବାର : ଜଣେ ଗିରଫ

ଯୋଡ଼ା,୨୧।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ସହରର ସହିଦ ନଗରଠାରେ ଯୋଡା ପୋଲିସ ଚଢାଉ କରି ନିଶା ଔଷଧ ଓ ମଦ କାରବାର କରୁଥିବା ଅଭିଯୋଗରେ ଅନଓ୍ବାର...

ସ୍କୁଲ ବ୍ୟାଗ୍‌ ଓଜନ ଯାଞ୍ଚ ପାଇଁ ସ୍କ୍ବାଡ ଗଠନ ହେଲା

କେନ୍ଦୁଝର, ୧୩ା୯(ସ୍ବ.ପ୍ର.)-ଛୋଟ ପିଲାଙ୍କ ବସ୍ତାନୀ ବୋଝ ହାଲୁକା କରିବା ପାଇଁ ହାଇକୋର୍ଟ ଜାରି କରିଥିବା ନିର୍ଦ୍ଦେଶାବଳୀକୁ କଡାକଡି ଲାଗୁ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା...

ଘରେ ‘ଗୁଡ୍‌ ଫ୍ରାଇଡେ’ ସେଲିବ୍ରେଶନ

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): କରୋନା କଟକଣା ପାଇଁ ସମଗ୍ର ଦେଶରେ ପୂଜାପାଠ, ପର୍ବପର୍ବାଣି ସବୁକିଛି ପ୍ରଭାବିତ ହୋଇଥିବାବେଳେ ମନ୍ଦିରରୁ ଆରମ୍ଭକରି ଚର୍ଚ୍ଚ ଓ ମସ୍‌ଜିଦ୍‌ ସବୁଠି ତାଲା...

ପରିଚଏ ବଲି କିଛି ନାଇଁ: ବିଦେଶୀ ପାଲଟିଛନ୍‌ ଦିବ୍ୟାଙ୍ଗ ଦୁର୍ଜନ

ଗଣ୍ଡତୁରୁମ, ୧୨ା୧୨(ଡି.ଏନ୍‌.ଏ.)- ସମାଜରେ ବାସ କରୁଥିବାର ଭିନେ ଭିନେ ବରଗର ଲୁକ୍‌କର ବିକାଶ ଲାଗି ସବୁ ସ୍ତରରେ ବେବସ୍‌ତା ରହିଛେ। ସେନ୍‌ତା ଗଁାରେ ଜନପରତିନିଧି ହିସାବେ...

ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି ହତ୍ୟା

ଉଦଳା,୧୫ା୨(ଡ଼ି.ଏନ୍‌.ଏ.)- ତରକାରୀ ଦେବାରେ ବିଳମ୍ବ ହେବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଖଡିକାଶୁଳ ଗ୍ରାମର ଜଣେ ବ୍ୟକ୍ତି ଗୁରୁବାର ତାଙ୍କ ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି...

ସାପ କାମୁଡ଼ାରେ ଛାତ୍ରୀଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୩୧।୭ (ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଫତେପୁର ଗ୍ରାମର ୯ ବର୍ଷର ଛାତ୍ରୀ ଶୁଭଶ୍ରୀ ଥାଟେଇ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି।...

ଖରସ୍ରୋତାରେ ଡଙ୍ଗା ବୁଡ଼ି, ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର

ସିଂହପୁର,୧୪।୮(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀଗ୍ରାମ ନଦୀ ଅପରପାର୍ଶ୍ୱ ମଧୁବନଠାରେ ଖରସ୍ରୋତାରେ ବୁଧବାର ଡଙ୍ଗା ବୁଡ଼ିଯାଇଥିଲା। ମାତ୍ର ସ୍ଥାନୀୟ ଲୋକଙ୍କ ଉପସ୍ଥିତି ବୁଦ୍ଧି...

Leave a comment

Your email address will not be published. Required fields are marked *