ବାତ୍ୟା ‘ଅମ୍ଫନ୍‌’ ପ୍ରଭାବ: ଭଦ୍ରକରେ ବଢୁଛି ପବନର ବେଗ, ୧୩ ହଜାର ଲୋକଙ୍କୁ ସ୍ଥାନାନ୍ତର କଲାଣି ପ୍ରଶାସନ

ଭଦ୍ରକ ଅଫିସ,୨୦।୫- ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍‌’। ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ଝଡ଼ବର୍ଷା ଲାଗି ରହିଛି। ଭଦ୍ରକ ଜିଲାରେ ମଧ୍ୟ ଧିରେ ଧିରେ ପବନର ବେଗ ବଢ଼ିବାରେ ଲାଗିଛି। ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟାରୁ ଜିଲାରେ ବର୍ଷା ଲାଗିରହିଥିବା ବେଳେ ବୁଧବାର ସକାଳ ୬ଟାରୁ ପବନର ବେଗ ୭୭ କିମି ଆକଳନ କରାଯାଇଥିଲା। ଏବେ ଏହା ପର୍ଯ୍ୟାୟ କ୍ରମେ ବଢ଼ିବାରେ ଲାଗିଛି। ଜିଲାର ସମୁଦ୍ର କୁଳିଆ ବ୍ଲକ କୁହାଯାଉଥିବା ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୭୨ଟି ଗାଁରେ ହାଇଆଲର୍ଟ ଜାରି କରାଯାଇଛ। ଖବର ଲେଖାଯିବା ସୁଦ୍ଧା ପ୍ରାୟ ୧୩ ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳୀରେ ରଖାଯାଇଛି। ସେହିଭଳି ଜିଲାରେ ଏନ୍‌ଡିଆର୍‌ଏଫ୍‌ର ୩ ଟି ଓ ଓଡ୍ରାଫ୍‌ର ୨ଟି ଟିମ୍‌ ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି। ପ୍ରମୁଖ ଶାସନ ସଚିବ ଏସ୍‌ କେ ଲୋହାନୀ ଓ ଆଇଜି ଘନଶ୍ୟାମ ଉପାଧ୍ୟାୟ ଭଦ୍ରକରେ ମଙ୍ଗଳବାର ରାତିରୁ ଡେରା ପକାଇଛନ୍ତି। ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସଙ୍କ ସହ ଏହି ଦୁଇ ଅଧିକାରୀ ଆଲୋଚନା କରି ପରିସ୍ଥିତି ଉପରେ ନଜର ରଖିଥିବା ସୂଚନା ମିଳିଛି।


All Right Reserved By Dharitri.Com

ଓଭରବ୍ରିଜ ତଳକୁ ଖସିଲା ଟ୍ରକ: ଡ଼୍ରାଇଭରଙ୍କ ଜୀବନ ଗଲା

କେନ୍ଦୁଝର,୨।୧(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ହରିଚନ୍ଦନପୁର- ବ୍ରାହ୍ମଣିପାଳ ରାସ୍ତାର ନରଣପୁର ନିକଟସ୍ଥ ରାମଚନ୍ଦ୍ରପୁର ରେଲୱେ ଓଭରବ୍ରିଜ ତଳକୁ ଏକ ୧୪ ଚକିଆ ଟ୍ରକ ତଳକୁ...

ପ୍ରବୀଣ କୁମାର ଆଇଜି ପର୍ସୋନେଲ

ଭୁବନେଶ୍ୱର,୧୨ା୫(ବ୍ୟୁରୋ)-୨୦୦୨ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଏସ. ପ୍ରବୀଣ କୁମାରଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆଇଜି ପର୍ସୋନେଲ ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେଶନରୁ ଫେରିବା ପରେ...

ପେଣ୍ଠକଟାର ସ୍ବଚ୍ଛତା ଉପରେ ଜିଲାପାଳଙ୍କ ଗୁରୁତ୍ୱ

ପୁରୀ ଅଫିସ, ୮ା୮:  ବାତ୍ୟା ଫନୀରେ ପୁରୀ ସହରସ୍ଥ ବସ୍ତିଗୁଡ଼ିକ ମଧ୍ୟରୁ ସମୁଦ୍ର ଉପକୂଳ ପେଣ୍ଠକଟା ବସ୍ତି ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏଠାରେ ବ୍ୟାପକ ସଂଖ୍ୟାରେ...

ସଫେଇ କାମକୁ ନେଇ ଲଙ୍କାକାଣ୍ଡ ଘଟଣା: ୨ ମାମଲାରେ ୩ ଗିରଫ, ୩ ଜେଜେବିରେ ହାଜର

ବ୍ରହ୍ମପୁର ଅଫିସ ,୨।୧୨: ବ୍ରହ୍ମପୁର ମହାନଗର ନିଗମ( ବିଏମ୍‌ସି)ର ସଫେଇ କାମକୁ ନେଇ ୨ ଜମାଦାର ଗୋଷ୍ଠୀ ମଧ୍ୟରେ ସଙ୍ଗଠିତ ଲଙ୍କାକାଣ୍ଡ ଘଟଣାରେ ବଡ଼ବଜାର ପୋଲିସ...

ପ୍ରଶ୍ନପତ୍ରରେ ରହିବ ସିକ୍ରେଟ୍‌ କୋଡ୍‌

ଭୁବନେଶ୍ୱର, ୨୨ା୫(ବ୍ୟୁରୋ): ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାକୁ କିପରି ରୋକାଯାଇପାରିବ ସେଥିପାଇଁ ଯୋଜନା କରିଛି ବିଦ୍ୟାଳୟ ଓ...

ମହିଳାଙ୍କ ତଣ୍ଟିକାଟି ହତ୍ୟା ଘଟଣାର ପର୍ଦ୍ଦାଫାଶ ଅର୍ଥ ଲୋଭ, ଋଣ ନ ଶୁଝିବାରୁ ହତ୍ୟା

ଶେରଗଡ଼,୮ା୧୨(ଡି.ଏନ୍‌.ଏ.) -ଶେରଗଡ ବ୍ଲକ ବାରସିଙ୍ଗି ଗ୍ରାମରେ ଗତ ୨୭ ତାରିଖ ରାତିରେ କବିତା ସେଠୀଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା। ଏହି ଘଟଣାର ଫର୍ଦ୍ଦାଫାସ କରିଛି...

ଆଞ୍ଚଳିକ ଯୁବ ପ୍ରଶିକ୍ଷଣ ଶିବିର

ଭବାନୀପାଟଣା,୧୭।୯(ଡି.ଏନ.ଏ.) ଏକତା ପରିଷଦ କଳାହାଣ୍ଡି ଶାଖା ପକ୍ଷରୁ ସ୍ଥାନୀୟ ଏସ୍‌ଏନ୍‌ କନଫ୍ରେନ୍ସ ହଲ୍‌ଠାରେ ୨ ଦିନିଆ ଆଞ୍ଚଳିକ ଯୁବ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଶିବିରକୁ...

ଅସହାୟଙ୍କୁ ସହାୟ ହୁଅ- ଭିଡିଓ କନ୍‌ଫରେନ୍ସରେ ଭାଜପା ନେତାଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ ଅଫିସ, ୧୩।୪- ଅନୁଗୋଳ ଜିଲାର ବରିଷ୍ଠ ଭାଜପା ନେତାମାନଙ୍କ ସହ ରବିବାର ଭିଡିଓ କନ୍‌ଫରେନ୍ସ (ଭିସି) ମାଧ୍ୟମରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।...

Leave a comment

Your email address will not be published. Required fields are marked *