ଏଇ ଭାରତରେ

ଜଣେ ମହିଳା ୩୦୦ ପ୍ରାଣୀଙ୍କୁ ନେଇ ଗଠିତ ପରିବାରକୁ ସମ୍ଭାଳିବା କଥା କେବେ ଶୁଣିଛନ୍ତି କି। ଏମିତି ଜଣେ ମହିଳା ରହିଛନ୍ତି ମୁମ୍ବାଇରେ। ତାଙ୍କ ନାମ ଫିଜା ଶାହା। ତାଙ୍କୁ ବର୍ତ୍ତମାନ ବୟସ ୫୪। ୨୦ ବର୍ଷ ପୂର୍ବେ ସେ ତାଙ୍କ ପୋଷା କୁକୁରକୁ ହରାଇବା ପରେ ଏଭଳି ଏକ ବଡ଼ ପରିବାର ଗଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ପରେ ରାସ୍ତା ଦୁର୍ଘଟଣାରେ ଆହତ ଓ ରୋଗଗ୍ରସ୍ତ କୁକୁର, ବିଲେଇ, ଛେଳି, ଠେକୁଆ, ଘୋଡ଼ା, ଗାଈ, ବଳଦ, ନେଉଳ, କୁକୁଡ଼ା ଆଦି ପ୍ରାଣୀଙ୍କୁ ଉଦ୍ଧାରକରି ତାଙ୍କ ଫାର୍ମରେ ରଖିଛନ୍ତି। ମୁମ୍ବାଇର ଭିରାର୍‌ ଅଞ୍ଚଳରେ ୬ ଏକର ବିଶିଷ୍ଟ ଫାର୍ମରେ ଏହି ପ୍ରାଣୀମାନଙ୍କୁ ସେ ରଖିଛନ୍ତି। ଅନେକ ସମୟରେ ପୋଷା ଜୀବ ବୁଢ଼ା ହୋଇଗଲେ ତାକୁ ଲୋକମାନେ ରାସ୍ତାରେ ଛାଡିଦିଅନ୍ତି। ଏମାନଙ୍କୁ ମଧ୍ୟ ସେ ଉଦ୍ଧାର କରି ସେବା କରୁଛନ୍ତି। ପ୍ରାଣୀଙ୍କ ଦେଖାରଖା କରିବା ପାଇଁ ଫାର୍ମରେ ୧୫ ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନେ ଦିନରାତି ପ୍ରାଣୀଙ୍କ ସେବାରେ ଲାଗିଛନ୍ତି। ଫିଜା ସେମାନଙ୍କ ଚିକିତ୍ସା, ଖାଦ୍ୟ ତଥା ଅନ୍ୟାନ୍ୟ ଖର୍ଚ୍ଚ ନିଜେ ବହନ କରୁଛନ୍ତି। କର୍ମଚାରୀଙ୍କ ଦରମା ମଧ୍ୟ ନିଜ ପକେଟରୁ ଦେଉଛନ୍ତି।


All Right Reserved By Dharitri.Com

ଏଇ ଭାରତରେ

ସେବା କରିବାର ଇଚ୍ଛାଶକ୍ତି ଅନେକଙ୍କୁ ପଦପଦବୀ ଓ ଅର୍ଥ ଉପାର୍ଜନର ମୋହରୁ ଦୂରକୁ ନେଇଯାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ଜଣେ ମହିଳା...

ଗାଁ ମହମହ ବାସୁଛି

ସଂଗ୍ରାମ କେଶରୀ ପୃଷ୍ଟି ଅଧରାତିରେ ଦାଣ୍ଡ ଦରଜାରେ ଠକ୍‌ଠକ୍‌ ଶବ୍ଦ ପରିବାର ଲୋକଙ୍କ ନିଦ ଭାଙ୍ଗିଦେଲା। ନିଶାର୍ଦ୍ଧ କରୋନା ରାତିରେ ଖେଳିଗଲା ଏକ ଅଜଣା ଆତଙ୍କ।...

ଭିନ୍ନ ପ୍ରକାର ପୁନଃଚକ୍ରୀକରଣ

ଡ. ଚିନ୍ତାମଣି ପଣ୍ଡା ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଦୈନ୍ୟ ଅଙ୍ଗଭଙ୍ଗୀ ପ୍ରଦର୍ଶନ ପୂର୍ବକ ଅତ୍ୟନ୍ତ ଆକୁଳ ଚିତ୍ତରେ ଭୋଜନାର୍ଥୀମାନଙ୍କୁ ନିଜର କ୍ଷୁଧା...

ସମ୍ପର୍କର ଫାଇଦା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଗତମାସରେ କ୍ଷମତା ଅଳିନ୍ଦରେ ଦେଖିବା ଭଳି ଏକ କାର୍ଯ୍ୟ ନଜରକୁ ଆସିଥିଲା। ଜଣେ ବାବୁ ତାଙ୍କ ଝିଅ ପାଇଁ ମୁଣ୍ଡନ...

ଧନୁରାଶିକୁ ବୃହସ୍ପତି ଚଳନ

ଦୋଳଗୋବିନ୍ଦ ପଣ୍ଡା ଦେବଗୁରୁ ବୃହସ୍ପତି ଆଜି ଭୋର ୫ଟା ୧୭ରେ ବିଛାରାଶିରୁ ମୂଳା ନକ୍ଷତ୍ର ଧନୁ ରାଶିକୁ ଚଳିଛନ୍ତି। ଏହା ପୂର୍ବରୁ ସେ ୨୨ା୦୪ା୧୯ ରାତ୍ରି...

ଗରିବଙ୍କୁ ବିପଦ ଆଧାର

ସମୀତ ପଣ୍ଡା ଓ ବିପୁଲ କୁମାର ଧନକର ବେମାଲ, ବୟସ ଅଶୀ। କଳାହାଣ୍ଡି ଜିଲାର ଗୋଲାମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ବଡ଼ଚେରଗଁା ଗ୍ରାମପଞ୍ଚାୟତର କର୍ଲା ଗ୍ରାମରେ ବସବାସ...

ସମ୍ପାଦକୀୟ/ ପିମ୍ପୁଡ଼ି ଦଳିଦେଲୁ

ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ୧୬ ଜୁନ୍‌ରେ ହୋଇଥିବା ବିଶ୍ୱକପ୍‌ କ୍ରିକେଟ୍‌ର ଏକ ମ୍ୟାଚରେ ପାକିସ୍ତାନକୁ ଭାରତ ୮୯ ରନ୍‌ରେ ପରାସ୍ତ କରିଛି। ବିଶ୍ୱକପ୍‌ ଆରମ୍ଭ ହେବା ଦିନରୁ...

ସମସ୍ତଙ୍କ ବିଶ୍ୱାସଭାଜନ

ସପ୍ତଦଶ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ୩୦୩ ଆସନ ପାଇ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ସହଯୋଗୀଙ୍କୁ ନେଇ ଏନ୍‌ଡିଏ...

Leave a comment

Your email address will not be published. Required fields are marked *