ବାହାର ରାଜ୍ୟରୁ ଆସିବା କାଳ ହେଲା : କରୋନା କଟକଣା ଯୋଗୁ ଆଖିବୁଜିଲେ ଯାଆଁଳା ଶିଶୁ

ବାରିପଦା ଅଫିସ,୨୦ା୫- ବର୍ଷକ ତଳେ ବିବାହ କରିଥିବା ଦମ୍ପତି ପ୍ରଥମ ସନ୍ତାନ ପାଇଁ କେତେ ସ୍ବପ୍ନ ଦେଖିଥିଲେ। ମାତ୍ର କରୋନା କଟକଣା ଯୋଗୁ ସବୁ ଖୁସି ପାଣି ଫୋଟକା ପରି ମିଳେଇଗଲା। ଦୁନିଆର ଆଲୋକ ଦେଖିବା ଆଗରୁ ଯମଜ ଶିଶୁପତ୍ର ଆଖି ବୁଜିଲେ। ବାହାର ରାଜ୍ୟରୁ ଓଡ଼ିଶା ମାଟିକୁ ଫେରିବା ସେମାନଙ୍କ ପାଇଁ କାଳ ହେଲା। ଭାଗ୍ୟକୁ ଦୋଷ ଦେଇ ନୀରବ ରହିଥିବା ଏହି ଦମ୍ପତିଙ୍କ ପ୍ରତି ଅବହେଳା କରିଥିବା ବ୍ୟକ୍ତିବିଶେଷ ମାନବକିତା ଭୁଲିଯିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଏହିଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ।
ଏହି ବ୍ଲକ ଗାଁମରଦା ପଞ୍ଚାୟତ ଚିରୁକୁଇପଦା ଗ୍ରାମର ରବୀନ୍ଦ୍ର ବେହେରା ଗୁଜୁରାଟର ଏକ ଟାୟାର କମ୍ପାନୀରେ କାମ କରୁଥିଲେ। ଲକ୍‌ଡ଼ାଉନ ଯୋଗୁ ସେ ଓ ତାଙ୍କ ଗର୍ଭବତୀ ସ୍ତ୍ରୀ କୁନି ଟ୍ରେନ୍‌ରେ ଆସି ସୋମବାର ଅପରାହ୍ନରେ ବାଲେଶ୍ୱରରେ ଓହ୍ଲାଇଥିଲେ। ପରେ ବସ୍‌ରେ ବସି ରାସଗୋବିନ୍ଦପୁର ଆସିବା ସମୟରେ କୁନିଙ୍କ ପ୍ରସବ ବେଦନା ହୋଇଥିଲା। ଫଳରେ ରବୀନ୍ଦ୍ର ନିକଟସ୍ଥ ବାଲେଶ୍ୱର ମେଡ଼ିକାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ତାଙ୍କୁ ମେଡ଼ିକାଲ୍‌ରେ ଆଡ଼ମିଶନ କରିବା ପାଇଁ କହିଥିଲେ। ହେଲେ ସେଠାରେ ସେଦିନ ଡ୍ୟୁଟିରେ ଥିବା ନର୍ସ ତୁମ ଘର ମୟୂରଭଞ୍ଜ ଜିଲାରେ ତୁମେ ସେଠାରେ ଚିକିତ୍ସା ହେବ କହି ଫେରାଇ ଦେଇଥିଲେ। ସନ୍ଧ୍ୟାରେ ବାଧ୍ୟ ହୋଇ ରବୀନ୍ଦ୍ର ତାଙ୍କ ସ୍ତ୍ରୀଙ୍କୁ ଧରି ବସ୍‌ଷ୍ଟାଣ୍ଡକୁ ଆସିଥିଲେ। ପ୍ରବାସୀମାନଙ୍କୁ ସମସ୍ତ ବସ୍‌ ନେଇ ପଳାଇଯାଇଥିବା ବେଳେ ସେଠାରେ ଆଉ କୌଣସି ବସ୍‌ ନ ଥିଲା। ଫଳରେ ସେ ଏକ କାର୍‌ ଭଡ଼ା କରି ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ଡାକ୍ତର କୁନିଙ୍କୁ ଦେଖି ଇଞ୍ଜେକଶନ୍‌ ଏବଂ ଔଷଧ ଦେଇଥିଲେ। ହେଲେ ତୁମେ ଅନ୍ୟ ରାଜ୍ୟରୁ ଆସିଛ କାଳେ କିଛି ହେବ କହି ସେଠାକାର କର୍ମଚାରୀମାନେ ତୁମେ ମେଡ଼ିକାଲ୍‌ରେ ନ ରହି କ୍ୱାରାଣ୍ଟାଇନ କେନ୍ଦ୍ରରେ ରହିବା ପାଇଁ କହିଥିଲେ। କ୍ୱାରାଣ୍ଟାଇନରେ ରହିଲେ ତାଙ୍କ ସ୍ତ୍ରୀଙ୍କ କିପରି ଚିକିତ୍ସା ହେବ ଭାବି ରବୀନ୍ଦ୍ର ମେଡ଼ିକାଲ୍‌ରେ ରହିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ କେହି କିଛି କଥା ନ ଶୁଣି ତାଙ୍କୁ କ୍ୱାରାଣ୍ଟାଇନ କେନ୍ଦ୍ରକୁ ପଠାଇ ଦେଇଥିଲେ। ସୋମବାର ରାତିରେ ରବୀନ୍ଦ୍ର ଓ କୁନି ରାସଗୋବିନ୍ଦପୁର ବିଦ୍ୟାଳୟରେ ଖୋଲିଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ରହିଥିଲେ। ରାତି ୧୧ଟାରେ କୁନିଙ୍କ ଅଧିକ ପ୍ରସବ ବେଦନା ହୋଇଥିଲା। ରବୀନ୍ଦ୍ର କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିବା କର୍ମଚାରୀଙ୍କୁ କହିବା ପରେ ଜଣେ ଡାକ୍ତର ଆସି କୁନିଙ୍କୁ ଇଞ୍ଜେକଶନ ଦେଇଥିଲେ। ମଙ୍ଗଳବାର ସକାଳ ୧୦ଟା ସମୟରେ କେତେକ ଲୋକ କହିବା ପରେ ଏକ ସ୍ବତନ୍ତ୍ର ଗାଡ଼ିରେ କୁନିଙ୍କୁ ବାରିପଦା ପିଆରଏମ୍‌ ମେଡ଼ିକାଲ୍‌କୁ ପଠାଯାଇଥିଲା। ପରେ କୁନି ଅପରାହ୍ନ ୧ଟା ୧୪ରେ ଗୋଟିଏ ଓ ୧ଟା ୩୦ରେ ଆଉ ଏକ ଶିଶୁକୁ ଜନ୍ମ ଦେଇଥିଲେ। ହେଲେ ଦୁଇଟି ଯାକ ସନ୍ତାନ ତାଙ୍କର ମୃତ୍ୟୁବରଣ କରିଥିଲେ। ଗୁଜରାଟରୁ ଆସିଥିବାରୁ ତାଙ୍କ ପ୍ରତି ସମସ୍ତେ ଅବହେଳା କରିବାରୁ ତାଙ୍କ ଦୁଇ ଶିଶୁ ପୁତ୍ରଙ୍କ ଜୀବନ ଗଲା ବୋଲି ରବୀନ୍ଦ୍ର ଅଭିଯୋଗ କରିଛନ୍ତି।


All Right Reserved By Dharitri.Com

ସେଲ୍‌ଫି ହେଲା କାଳ: ମହାନଦୀ ବ୍ରିଜ୍‌ରୁ ଖସିପଡ଼ିଲେ ଯୁବକ

ସୋନପୁର,୨୭।୧୨(ନି.ପ୍ର.): ମୋବାଇଲରେ ସେଲ୍‌ଫି ନେବା ଯୁବକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗୁରୁବାର ସକାଳେ ସୋନପୁର ସହର ପଟାଭାଡି ଅଞ୍ଚଳର ଜିତୁ ନାଏକ(୨୪) ମହାନଦୀ ବ୍ରିଜ୍‌ ଉପରେ...

ଇନରହ୍ବିଲ୍‌ କ୍ଲବ ପରିଦର୍ଶନ କଲେ ଜିଲା ଅଧ୍ୟକ୍ଷା

ଧର୍ମଶାଳା,୫।୯(ଡି.ଏନ୍‌.ଏ.)- ଜାରକା ଇନରହ୍ବିଲ୍‌ କ୍ଲବର ବିଭିନ୍ନ ଜନହିତକର କାର୍ଯ୍ୟକୁ ବୁଧବାର ଇନରହ୍ବିଲ୍‌ କ୍ଲବ ୩୨୬ ଜିଲାର ଅଧ୍ୟକ୍ଷା ଜାଗୃତି ଯୋଶୀ ପରିଦର୍ଶନ କରି ତଦାରଖ କରିଛନ୍ତି।...

ସେବା ଆଳରେ ଶୋଷଣ

ଶିଶୁ ଅଧିକାର ଆଇନକୁ କଡ଼ାକଡ଼ି କରାଯାଇଛି। ଶିଶୁମାନଙ୍କ ସୁରକ୍ଷା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ମାତ୍ର ସୁନ୍ଦରଗଡ଼ ଜିଲାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହାୟତାରେ ପରିଚାଳିତ...

ଅଟୋ ଚଳାଚଳ ଉପରେ କଟକଣା: ଭଦ୍ରକ, ବାଲେଶ୍ୱର ଲକ୍‌ଡାଉନ

ଭଦ୍ରକ ଅଫିସ/ବାଲେଶ୍ୱର ଅଫିସ,୨୧।୩: ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜିଲା ଓ ୮ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ପରେ ଭଦ୍ରକ ଓ ବାଲେଶ୍ୱର ଜିଲା...

ଆଦାୟ ହେଉଛି ରାଜସ୍ବ, ସୁଧୁରୁନି ହାଟର ଅବସ୍ଥା

ରସୁଲପୁର,୩୧-୧(ଡିଏନଏ):ସାପ୍ତାହିକ ହାଟ ଗ୍ରାମାଞ୍ଚଳ ଲୋକଙ୍କ ବିକାକିଣାର ମାଧ୍ୟମ ହୋଇଆସୁଛି। ଚାଷୀ, ବ୍ୟବସାୟୀ, ଖାଉଟି ସଭିଏଁ ଗାଁ ହାଟରେ ଏକାଠି ହୁଅନ୍ତି। ନିଜ ଆବଶ୍ୟକତା ମୁତାବକ ଜିନିଷ...

୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଜୋର୍‌ ଧରିଲା: ନିର୍ଭୁଲ ମାର୍କିଂ ପାଇଁ ଡିଜିପିଏସ୍‌ ସର୍ଭେ;ଖୋଲିଲା କଣ୍ଟ୍ରୋଲ ରୁମ୍‌, ସିଧା ସଳଖ କଥା ହେବେ କ୍ଷତିଗ୍ରସ୍ତ

ପୁରୀ ଅଫିସ, ୧୭ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ଥିବା ମଠ, ହୋଟେଲ, ଲଜିଂ, ଧର୍ମଶାଳା, ଦୋକାନ...

ମନେପଡ଼େ କଳାବେଠିଆଙ୍କ ସେବା

ପୁରୀ ଅଫିସ,୧୯।୪: ଶାସ୍ତ୍ରରେ ରହିଛି ରଥେ ତୁ ବାମନଂ ଦୃଷ୍ଟ୍ବା, ପୁନର୍ଜନ୍ମ ନ ବିଦ୍ୟତେ। ଅର୍ଥାତ୍‌ ରଥ ଉପରେ ମହାପ୍ରଭୁଙ୍କୁ ବାମନ ରୂପରେ ଦର୍ଶନ କଲେ...

ଏଯାଏ ଆଧାର ଲିଙ୍କ୍‌ କରିନାହାନ୍ତି ୭୮୫୫ କାର୍ଡଧାରୀ

ଭଦ୍ରକ ଅଫିସ, ୧୩।୮ – ରାଶନ କାର୍ଡ ସହ ଆଧାର ଲିଙ୍କ୍‌କୁ ବାଧ୍ୟତାମୂଳକ କରାଯାଇଛି। ଆଧାର ଲିଙ୍କ୍‌ ନ ଥିଲେ ସେପ୍ଟେମ୍ବର ମାସରୁ ହିତାଧିକାରୀଙ୍କୁ ଖାଉଟି...

Leave a comment

Your email address will not be published. Required fields are marked *