ଜୁନ୍‌ରୁ ଗଡିବ ୨୦୦ ଅଣଏସି ଟ୍ରେନ

ନୂଆଦିଲ୍ଲୀ,୨୦।୫ – ଜୁନ୍‌ ପହିଲାରୁ ସାରା ଦେଶରେ ୨୦୦ ସ୍ବତନ୍ତ୍ର ଅଣ ଏସି ପାସେଞ୍ଜର ଟ୍ରେନ ଚଳାଚଳ କରିବ। କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଟୁଇଟ ଯୋଗେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହି ଟ୍ରେନଗୁଡିକ ଲାଗି ଲୋକମାନେ ଆଇଆର୍‌ସିଟିସି ଓ୍ବେବସାଇଟ କିମ୍ବା ଆପ୍ଲିକେଶନରୁ ଟିକେଟ ବୁକିଂ କରିପାରିବେ। ବର୍ତ୍ତମାନ ଷ୍ଟେଶନଗୁଡିକରେ ଟିକେଟ ବୁକିଂ କାଉଣ୍ଟର ବନ୍ଦ ଥିବାରୁ ସେଠାରେ କୌଣସି ଟିକେଟ ଉପଲବ୍ଧ ହେବ ନାହିଁ। ନୂଆ ଟ୍ରେନଗୁଡିକ ଲାଗି ଶୀଘ୍ର ଟିକେଟ ବୁକିଂ ଆରମ୍ଭ ହେବ। ସେହିଭଳି ଟ୍ରେନ ଚାଲିବା ନେଇ ସମୟ ସାରଣୀ ମଧ୍ୟ ଶୀଘ୍ର ଜାରି କରାଯିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ମେ ୧୨ଠାରୁ ସ୍ବତନ୍ତ୍ର ପାସେଞ୍ଜର ଟ୍ରେନ ପରିଚାଳନା ନେଇ ସରକାର ବ୍ୟବସ୍ଥା କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ୧୫ ଯୋଡା ଟ୍ରେନ ଚଳାଚଳ କରୁଛି। ଟ୍ରେନଗୁଡିକ ନୂଆଦିଲ୍ଲୀ ଷ୍ଟେଶନରୁ ଦିବ୍ରୁଗଡ, ଅଗରତାଲା, ହାଓଡା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ,ବାଙ୍ଗାଲୋର, ଚେନ୍ନାଇ, ଥିରୁଭାନନ୍ତପୁରମ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ, ଜମ୍ମୁ ତାଓ୍ବି ଭଳି ସ୍ଥାନଗୁଡିକୁ ଚଳାଚଳ କରୁଛି। ଟିକେଟ ବୁକିଂ ସମୟରେ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳର ଠିକଣା ସମ୍ପୂର୍ଣ୍ଣ ଭାବେ ଦିଆଯିବାକୁ କୁହାଯାଇଛି। କୋଭିଡ୍‌-୧୯ ଲାଗି କଣ୍ଟାକ୍ଟଟ୍ରେସିଂ ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ରହିଛି।


All Right Reserved By Dharitri.Com

ଓୟୋରୁ ଛଟେଇ ହେଲେ ୧୦୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ

ନୂଆଦିଲ୍ଲୀ,୧୨-୧ : ଓୟୋ ହୋଟେଲ୍ସ ଭାରତ ଏବଂ ଚାଇନାରେ ଥିବା ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। ସଫ୍ଟବ୍ୟାଙ୍କ ସହଯୋଗ ଦ୍ୱାରା...

ସଭରେନ ବଣ୍ଡ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା ହେବ: ଶକ୍ତିକାନ୍ତ

ନୂଆଦିଲ୍ଲୀ,୯-୭: କେନ୍ଦ୍ର ସରକାର ସଭରେନ ବଣ୍ଡ ମାଧ୍ୟମରେ ବିଦେଶରୁ ଋଣ କରିବେ। ଏଥିଲାଗି ସରକାରଙ୍କ ସହିତ ଆଲୋଚନା କରାଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର...

ଏୟାର ଇଣ୍ଡିଆର ୧୦୦% ଅଂଶଧନ ବିକିବେ ସରକାର

ନୂଆଦିଲ୍ଲୀ,୧୩-୧୨: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ୧୦୦% ଅଂଶଧନ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର ଅଂଶଧନ ବିକ୍ରି ନେଇ ରହିଥିବା ପ୍ରସ୍ତାବ ଅନ୍ତର୍ଗତ ଏଭଳି...

ସୁଷମା ସ୍ବରାଜଙ୍କ ବିୟୋଗରେ ଶିଳ୍ପ ଜଗତର ଶୋକ

ନୂଆଦିଲ୍ଲୀ,୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗରେ ଦେଶର ଶିଳ୍ପ ଜଗତ ପକ୍ଷରୁ ଶୋକ ପ୍ରକାଶ ପାଇଛି। ସୁଷମା ଜଣେ ମହାନ ନେତ୍ରୀ ଏବଂ...

ବିତ୍ତୀୟ ପରିଚାଳନାକୁ ନେଇ ସତର୍କ କରାଇଲେ ସୁବାରାଓ

ମୁମ୍ବାଇ,୧୮-୧୨: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡି.ସୁବାରାଓ ସରକାରଙ୍କୁ ବିତ୍ତୀୟ ପରିଚାଳନା ନେଇ ସତର୍କ କରାଇଛନ୍ତି। ମଙ୍ଗଳବାର ସେ ସରକାରଙ୍କୁ କହିଛନ୍ତି ଯେ, ବିତ୍ତୀୟ ନିଅଣ୍ଟକୁ...

ସମ୍ପୂର୍ଣ୍ଣ ଟିକେଟ ବାତିଲ ଅର୍ଥ ଫେରାଇବ ରେଲଓ୍ବେ

ନୂଆଦିଲ୍ଲୀ, ୨୯। ୩: କୋଭିଡ-୧୯ ସଂକ୍ରମଣକୁ ରୋକିବା ଲାଗି ଏବେ ସାରା ଦେଶରେ ପାସେଞ୍ଜର ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଛି। ସମସ୍ତ ରେଳଯାତ୍ରୀଙ୍କ ଟିକେଟକୁ ଆଗାମୀ...

୩୫% କମିପାରେ ଘର ବିକ୍ରି

ଦେଶର ଆବାସ ରିୟଲ ଇଷ୍ଟେଟ କରୋନା ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଲକ୍‌ଡାଉନ ଯୋଗୁ ଏହି ଶିଳ୍ପର କାର୍ଯ୍ୟ ଏବେ ବନ୍ଦ ରହିଛି। ଏଥିଯୋଗୁ ୨୦୨୦ କ୍ୟାଲେଣ୍ଡର...

ସାରିକାଙ୍କୁ ବେଷ୍ଟ ଫାଇନାନ୍‌ସିଆଲ୍‌ ଆଡଭାଇଜର ଆଓ୍ବାର୍ଡ

ଭୁବନେଶ୍ୱର,୧୫-୭(ବ୍ୟୁରୋ): ୟୁଟିଆଇ ମ୍ୟୁଚୁଆଲ ଫଣ୍ଡ ଏବଂ ସିଏନ୍‌ବିସି ଟିଭି ୧୮ ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ୧୦ ସଂସ୍କରଣ ଫାଇନାନ୍‌ସିଆଲ ଆଡଭାଇଜର ଆଓ୍ବାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

Leave a comment

Your email address will not be published. Required fields are marked *