ମୋବାଇଲ କିଣି ନ ଦେବାରୁ ପୁଅ କଲା ଆତ୍ମହତ୍ୟା

ପଟ୍ଟାଙ୍ଗି,୧୯ା୫(ଡି.ଏନ.ଏ)-ବାପା ମୋବାଇଲ୍‌ କିଣି ନ ଦେବାରୁ ପୁଅ(୧୪) ଆତ୍ମହତ୍ୟା କରିବା ପରି ଘଟଣା କୋରାପୁଟ ଜିଲା ପଟାଙ୍ଗି ଥାନା ତଥା ସେମିଳିଗୁଡା ବ୍ଲକ ଅଞ୍ଚଳରେ ଘଟିଛି। ଖବରରୁ ଜଣାପଡିଛି ସେମିଳିଗୁଡ଼ା ବ୍ଲକ୍‌ର ମରୁଆ ଗ୍ରାମର ବିଶ୍ୱନାଥ ଗେମେଲଙ୍କ ପୁଅ ରାଜେନ୍ଦ୍ର। ରେଙ୍ଗା ଆଶ୍ରମ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ। କରୋନା ଯୋଗୁ ସ୍କୁଲ ଛୁଟି ହେବାପରେ ଗାଁକୁ ଫେରିଥିଲେ। ମୋବାଇଲ୍‌ଟିଏ କିଣିଦେବା ପାଇଁ ସେ ବାପାଙ୍କୁ କହିଥିଲେ। ଏଥିରେ ବାପା ରାଜି ହେଉ ନ ଥିଲେ। ଏନେଇ ରାଜେନ୍ଦ୍ର ବାରମ୍ବାର ଜିଦ୍‌ କରୁଥିଲେ। ସୋମବାର ମାଆବାପା ଜମିକୁ କାମ କରିବାକୁ ଯାଇଥିବା ବେଳେ ଏହି ସୁଯୋଗରେ ରାଜେନ୍ଦ୍ର ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଘରକୁ ଫେରିବା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଖବର ପାଇ ପଟ୍ଟାଙ୍ଗି ଏସ୍‌ଆଇ ଗୋଲକ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥଲେ। ମଙ୍ଗଳବାର ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏ ନେଇ ପଟ୍ଟାଙ୍ଗି ଥାନାରେ କେସ୍‌ ନଂ. ୫/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।


All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ

କୋରାପୁଟ,୧୫।୧୦(ସ୍ବ.ପ୍ର): କୋରାପୁଟ ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନ୍‌ଫରେନସ୍‌ ମାଧ୍ୟମରେ ଘୋଷଣାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି...

କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟିତ

ଜୟପୁର, ୧୮ା୫ (ନି.ପ୍ର.): କୋରାପୁଟ ମହିଳା ମହାବିଦ୍ୟାଳୟରେ କୋଭିଡ୍‌ କେୟାର ସେଣ୍ଟର ସୋମବାର ଉଦ୍‌ଘାଟିତ ହୋଇଯାଇଛି। ୨ଶହ ଶଯ୍ୟା ବିଶିଷ୍ଟ ଏହି ସେଣ୍ଟରକୁ ଜିଲାପାଳ ମଧୁସୂଦନ...

କୁନ୍ଦୁଲି ମାମଲା: କୋରାପୁଟରେ ପହଞ୍ଚିଲା ଏସଆଇଟି ଟିମ୍‌

କୋରାପୁଟ, ୨।୧୨(ସ୍ବ.ପ୍ର.): କୁନ୍ଦୁଲି ଗଣବଳାତ୍କାର ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏସଆଇଟି ଟିମ୍‌ ସୋମବାର କୋରାପୁଟ୍‌ରେ ପହଞ୍ଚିଛନ୍ତି। ଏହି ଟିମ୍‌ କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ପହଞ୍ଚି...

‘ନିର୍ଭୟା ଭଳି କୁନ୍ଦୁଲି ପୀଡ଼ିତାଙ୍କ ଅଭିଯୁକ୍ତଙ୍କୁ ଦଣ୍ଡ ମିଳୁ’

ଜୟପୁର,୨୧ା୩(ନି.ପ୍ର.) ନିର୍ଭୟା ମାମଲାରେ ଫାଶୀ ଦିଆଯିବା ପରେ ଏହାର ବିଚାର କରିଥିବା ବିଚାରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି କୁନ୍ଦୁଲି ପୀଡ଼ିତାଙ୍କ ସମ୍ପର୍କୀୟ। ପୀଡ଼ିତାଙ୍କ ଖୁଡ଼ୀ କହିଛନ୍ତି, ନିର୍ଭୟାଙ୍କ...

ସଚିବଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ

ଜୟପୁର,୪ା୫(ନି.ପ୍ର.): କୋରାପୁଟ ଜିଲା ଜୟପୁରସ୍ଥିତ କୋଭିଡ୍‌ ହସ୍ପିିଟାଲ ପରିଦର୍ଶନ କରିଛନ୍ତି ସଚିବ ଭି. ଭି ଯାଦବ। ସଚିବ ଯାଦବ ହସ୍ପିିଟାଲରେ ପହଞ୍ଚି ଉପସ୍ଥିତ ଜିଲାସ୍ତରୀୟ ଅଧିକାରୀଙ୍କ...

ଜନ୍ମଦିନ ପାଳନ ହେଲା କାଳ: କୋଲାବରେ ୩ ସାଙ୍ଗଙ୍କ ସଲିଳ ସମାଧି

ଜୟପୁର,୨୯ା୨(ଡି.ଏନ୍‌.ଏ)- କୋରାପୁଟ ଜିଲା ସଦର ସରକାରୀ ମହାବିଦ୍ୟାଳୟ ପାର୍ଶ୍ୱ କୋଲାବ ଜଳଭଣ୍ଡାରରେ ବୁଡ଼ି ଶନିବାର ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କୋରାପୁଟର...

ଏସ୍‌ଏଚ୍‌ଜିଙ୍କ ଦ୍ୱାରା ଧାନକିଣାକୁ ବିରୋଧ କଲେ ଚାଷୀ

ଜୟପୁର,୨୨ା୮(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ବ୍ଲକ କଙ୍ଗା ଓ ଜାମୁଣ୍ଡା ପଞ୍ଚାୟତର ଚାଷୀଙ୍କ ଖରିଫ ଧାନ ଅମଳ ପରେ ମଣ୍ଡିରେ ଏହାକୁ ସ୍ବୟଂ ସହାୟକ ଗୋଷ୍ଠୀ କିଣିବେ। ଜିଲା...

କୋରାପୁଟ ଜିଲାରେ ୬୪୭.୪ ମିମି ବର୍ଷା ରେକର୍ଡ: କୋଟପାଡ ବ୍ଲକରେ ସର୍ବାଧିକ ୧୩୫ ମିମି

କୋରାପୁଟ,୩।୯(ସ୍ବ.ପ୍ର): କୋରାପୁଟ ଜିଲାରେ ମଙ୍ଗଳବାର ୬୪୭.୪ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ା ସେଥିମଧ୍ୟରୁ ଜିଲାର କୋଟପାଡ଼ ବ୍ଲକରେ...

Leave a comment

Your email address will not be published. Required fields are marked *