ଉପରେ ପିଆଜ ବସ୍ତା, ତଳେ ଗଞ୍ଜେଇ

ମନମୁଣ୍ଡା, ୧୯।୫ (ଡି.ଏନ.ଏ.)-ବୌଦ୍ଧ ଜିଲା ଅଧୀନ କଣ୍ଟାମାଳରୁ ଏକ ଟ୍ରକ ଯୋଗେ ମନମୁଣ୍ଡା ଦେଇ ଚୋରାଚାଲାଣ ହେଉଥିବା ୧୧ କୁଇଣ୍ଟାଲ ଗଞ୍ଜେଇ ଓ ୩୫ ବସ୍ତା ପିଆଜକୁ ସ୍ଥାନୀୟ ପୋଲିସ ସୋମବାର ଜବତ କରିଛି ା ଏହି ଘଟଣାରେ ଡ୍ରାଇଭର ସମେତ ୩ ଜଣଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ପୋଲିସ ଏକ ପିସ୍ତଲ ଓ ୫ଗୁଳି ଜବତ କରିଛି ା
ମିଳିଥିବା ସୂଚନା ଅନୁଯାୟୀ, ସୋମବାର କଣ୍ଟାମାଳରୁ ମନମୁଣ୍ଡା ଆଡକୁ ଏକ ଟ୍ରକରେ ଗଞ୍ଜେଇ ଚୋରାଚାଲାଣ ହେବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଫଳରେ ଏସଆଇ ସୁସ୍ମିତା ମଗରଙ୍କ ନେତୃତ୍ୱରେ ଏସଆଇ ଅରୁଣ କୁମାର ସିଂ, କନଷ୍ଟେବଳ ସୁରେନ୍ଦ୍ର ଦନ୍ତା, ବିପିନ ବିହାରୀ ପ୍ରଧାନଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇ ଗୋପାଳମାଳ ଛକକୁ ପଠାଯାଇଥିଲା ା ଆଇଆଇସି ଗୋପୀନାଥ ପ୍ରଧାନ ସାଧା ପୋଷାକରେ ଅନ୍ୟ ପୋଲିସ ବଳ ସହ ଆଉ ଏକ ସ୍ଥାନରେ ଜଗି ରହିଥିଲେ । ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ଏକ ଟ୍ରକ (ନଂ. ଏମପି ୦୯ ଏଚଜି- ୮୮୭୬ )କଣ୍ଟାମାଳ ପଟରୁ ଦ୍ରୁତ ଗତିରେ ଆସୁଥିବା ବେଳେ ଗୋପାଳମାଳ ଛକଠାରେ ଏସଆଇ ମଗର ଉକ୍ତ ଟ୍ରକକୁ ଅଟକାଇଥିଲେ ା ପୋଲିସ ପଚରାଉଚୁରା କରିବାରୁ ଟ୍ରକରେ ପିଆଜ ବୋଝେଇ ହୋଇଥିବା ଡ୍ରାଇଭର କହିଥିଲେ । କଣ୍ଟାମାଳରୁ ପିଆଜ ରପ୍ତାନିର ନଜିର ନ ଥିବାରୁ ଏସଆଇ ମଗର ଟ୍ରକରେ ଥିବା ୩ ଜଣଙ୍କୁ ଅଲଗା ଅଲଗା ଜେରା କରିବାରେ ସେମାନଙ୍କ ଉତ୍ତରରେ ତାଳମେଳ ରହି ନ ଥିଲା । ସନ୍ଦେହରେ ପୋଲିସ ଉକ୍ତ ତିନି ଜଣଙ୍କ ପ୍ୟାକେଟ ଚେକ କରିବାରେ ଜଣଙ୍କ ପାଖରୁ ଏକ ପିସ୍ତଲ ଓ ୫ଟି ଗୁଳି ମିଳିଥିଲା ା ପୋଲିସ ପୁଣି ଜେରା କରିବାରେ ଟ୍ରକରେ ଗଞ୍ଜେଇ ଥିବା ସେମାନେ ସ୍ବୀକାର କରିଥିଲେ । ଖବରପାଇ ଆଇଆଇସି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିବା ସହ ପିସ୍ତଲ ଓ ଗୁଳି ଜବତ କରିଥିଲେ । ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ସାଗର ଜିଲା ସେମାଧନାର ଡ୍ରାଇଭର ଅରବିନ୍ଦ ଅହିରୱାର(୩୨), ଭରତ ଅହିରୱାର (୨୭) ଏବଂ ମନମୁଣ୍ଡା ଥାନା ଷାଣ୍ଢପାଲିର ରୋହିତ ଭୋଣ ଓରଫ ଗଦି (୨୦) । ଉକ୍ତ ଗଞ୍ଜେଇ ମନମୁଣ୍ଡା ଥାନା ଶଗଡା ଏବଂ କନ୍ଧମାଳ ଗୋଛାପଡାର ଜଙ୍ଗଲ ଅଞ୍ଚଳରୁ ସଂଗ୍ରହ କରାଯାଇ ମଧ୍ୟପ୍ରଦେଶର ମାକ୍ରୋନିଆକୁ ଚୋରା ଚାଲାଣ ହେଉଥିଲା ବୋଲି ଅଭିଯୁକ୍ତମାନେ ପୋଲିସ ନିକଟରେ ପ୍ରକାଶ କରିଛନ୍ତି । ଉକ୍ତ ଟ୍ରକରୁ ୨୬ ବସ୍ତା ଗଞ୍ଜେଇ ଓ ୩୫ ବସ୍ତା ପିଆଜ ଜବତ କରାଯାଇଥିଲା । ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ସୁଶିଲ କୁମାର କୁଅଁରଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରେ ତାହା ୧୧.୨୦ କୁଇଣ୍ଟାଲ ହୋଇଥିଲା । ଚୋରାଚାଲାଣରେ ବ୍ୟବହୃତ ଟ୍ରକକୁ ମଧ୍ୟ ପୋଲିସ ଜବତ କରିଛି ା ଏ ନେଇ ଥାନାରେ ଏକ ମାମଲା (ନଂ. ୮୦/୨୦ ) ରୁଜୁ କରାଯାଇଛି ା


All Right Reserved By Dharitri.Com

ଯାଜପୁର ଜିଲାରେ ଇ-ଡେସପାଚ:ତଥ୍ୟ ଲୁଚାଇବାକୁ ନୂଆ ଫନ୍ଦି,ନମ୍ବର ବଢୁଛି, ଦିଶୁନି ଚିଠିପତ୍ର

ଯାଜପୁର ଅଫିସ,୧୬ା୧୦- ରାଜ୍ୟ ସରକାର ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ ପରିବର୍ତ୍ତନ ଭଳି ୫-ଟି ଆଇନକୁ ଗୁରୁତ୍ୱ ଦେଉଥିବାବେଳେ ଯାଜପୁର ଜିଲା...

କରୋନା ପାଇଁ ପୋଷ୍ଟର ମାରିଲେ ଯୁବକ, ମାଓବାଦୀଙ୍କୁ ଗାଁ ମନା

ନନ୍ଦପୁର,୫।୪(ଡି.ଏନ୍.ଏ.): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଂଚଳରେ କୋରାପୁଟ ଯୁବକ ଜାଗରଣ ସମିତି ଗାଁ ଗାଁରେ ପୋଷ୍ଟର ମାରି କରୋନା ବିଷୟରେ ସଚେତନତା...

୧୩ରେ କଂଗ୍ରେସର ବିଶାଳ ଗଣବିକ୍ଷୋଭ

ରାଜନଗର, ୬।୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଶାସକ ଦଳ ପକ୍ଷରୁ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, ଦଳୀୟ ଭିତ୍ତିରେ ଅଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର...

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟରୁ ଜାମିନ

ବାଲିଗୁଡା,୬ା୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ୨୦୦୮, ଅଗଷ୍ଟ ୨୩ରେ ହତ୍ୟା କରାଯାଇଥିଲା। ଏହି...

ନିୟମ ଭାଙ୍ଗୁଛନ୍ତି ସରକାରୀ କାମରେ ନିୟୋଜିତ ଶ୍ରମିକ

ସମ୍ବଲପୁର, ୧୬।୪ (ବ୍ୟୁରୋ)-କରୋନା କଟକଣା ଓ ଏହାର ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହାର ପ୍ରତିଷେଧକ ପାଇଁ ସାମାଜିକ ଦୂରତ୍ୱ ଏକ...

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ମିଳିଲା ପରିଚୟ, ଅଭିଯୁକ୍ତ ସ୍ବାମୀ ଫେରାର

ହାଟଡ଼ିହୀ, ୧୦।୮ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ଗ୍ରାମର ପ୍ରଦୀପ ମଲ୍ଲିକଙ୍କ ଘର ପଛପଟ ବାଡ଼ିର ମାଟିତଳୁ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ...

ଗ୍ରାମସଭାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ଯୋଡ଼ା,୧୪।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଲହଣ୍ଡା ଗ୍ରାମରେ ଏକ ଶିଳ୍ପସଂସ୍ଥାର କାରଖାନା ନିର୍ମାଣ ପାଇଁ ହୋଇଥିବା ଗ୍ରାମସଭାକୁ କେନ୍ଦ୍ରକରି ଗ୍ରାମର ଦୁଇ ଗୋଷ୍ଠୀ...

ସଫା ହେଲାନି ମୂର୍ତ୍ତି ବିସର୍ଜନ ପୋଖରୀ

ଚମ୍ପୁଆ,୨୬। ୮(ଡି.ଏନ.ଏ.)-ଆସୁଛି ପାର୍ବଣ ଋତୁ। ଆଗକୁ ବିଭିନ୍ନ ପୂଜା ପରେ ମୃଣ୍ମୟ ମୂର୍ତ୍ତି ବିସର୍ଜନ କରଯିବ। ସେଥିପାଇଁ ପ୍ରଶାସନ ପୂର୍ବରୁ ସଜାଗ ରହିବା ଦରକାର। କିନ୍ତୁ...

Leave a comment

Your email address will not be published. Required fields are marked *