ସୁନ୍ଦରଗଡ଼ ଫେରିଲେ ୩୮ ଶ୍ରମିକ

ବାରଙ୍ଗ,୧୯।୫(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବରିମୁଣ୍ଢ ପଞ୍ଚାୟତର ବିଭିନ୍ନ ଜାଗାରେ ରହି ଇଟାଭାଟି, କମ୍ପାନି ସହ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିବା ୩୮ଜଣ ପ୍ରବାସୀ ଶ୍ରମିକ ମଙ୍ଗଳବାର ନିଜ ଘରକୁ ଫେରିଛନ୍ତି। ଏହି ଶ୍ରମିକମାନେ ସୁନ୍ଦରଗଡ଼ ଜିଲା ଲାଠିକଟା ବ୍ଲକର ବୋଲି ଜଣାପଡ଼ିଛି। ଲକଡାଉନ ଯୋଗୁ ସବୁ ବନ୍ଦ ହୋଇଥିବାରୁ ଶ୍ରମିକମାନେ ରୋଜଗାର ହରାଇ ବହୁ କଷ୍ଟରେ ଦିନ କାଟୁଥିଲେ। ଗଚ୍ଛିତ ଅର୍ଥ ଶେଷ ହୋଇଯିବାରୁ ଘରକୁ ଫେରିବାକୁ ସେମାନେ ସ୍ଥାନୀୟ ସରପଞ୍ଚ ବିରେନ୍ଦ୍ର ଜେନାଙ୍କୁ କହିଥିଲେ। ଏ ନେଇ ସରପଞ୍ଚ ଭୁବନେଶ୍ୱର ବିଡିଓଙ୍କ ସହ ଯୋଗାଯୋଗ କରିବାପରେ ସେଠାକାର ଜିଲାପାଳ ଦୁଇଟି ବସ୍‌ ମଙ୍ଗଳବାର ସକାଳୁ ବରିମୁଣ୍ଡ ପଞ୍ଚାୟତ କାର୍ଯ୍ୟାଳୟକୁ ପଠାଇଥିଲେ। ସରପଞ୍ଚଙ୍କ ସହ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରସନ୍ନ ବାରିକ ଉପସ୍ଥିତ ରହି ଏହି ଶ୍ରମିକଙ୍କୁ ବସ୍‌ରେ ସେମାନଙ୍କ ଘରକୁ ପଠାଇଥିଲେ।


All Right Reserved By Dharitri.Com

ପଟିଆ ଛକରୁ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକ ରୋଡ଼, ୩।୮(ଡି.ଏନ୍‌.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଶନିବାର ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଧୀନ ପଟିଆ ଛକରୁ ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ...

ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଣଦେଖା: ରାସ୍ତାରେ ଯାଉଛି ନର୍ଦ୍ଦମା ଜଳ

ଖୋର୍ଦ୍ଧା ଅଫିସ, ୨୪।୮: ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଣଦେଖା କରି ନିର୍ମାଣ କରାଗଲା ଡ୍ରେନ। ଏଣୁ ବର୍ଷା ହେଲେ ବର୍ଷାଜଳ ସହ ନର୍ଦ୍ଦମା ଜଳ ରାସ୍ତା...

ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେକ୍ସ ଚିଟ୍‌ଫଣ୍ଡ ଠକେଇ ମାମଲା: ୨ ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେକ୍ସ ଚିଟ୍‌ଫଣ୍ଡ ସଂସ୍ଥା ଠକେଇ ମାମଲାରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶୁକ୍ରବାର ୨ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଛି।...

ଖୋର୍ଦ୍ଧା ସହରର ସବୁ ରାସ୍ତା ସିଲ୍‌: ସମସ୍ତ ଥାନାଧିକାରୀଙ୍କ ଫୋନ୍‌ ନମ୍ବର ଜାରି

ଖୋର୍ଦ୍ଧା ଅଫିସ, ୨୯ା୩: ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୋଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଖୋର୍ଦ୍ଧା ସହରର ୩ ପ୍ରମୁଖ...

ପଟିଆ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

ନିରାକାରପୁର, ୨୭।୨(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନବିଭାଗ ଅଧୀନରେ ଥିବା ପଟିଆ ଜଙ୍ଗଲରୁ ଗୁରୁବାର ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ...

ଘରଭଙ୍ଗା ସହାୟତା ପାଇଁ ଦାବିପତ୍ର

ବାଲିଅନ୍ତା,୩୧ା୧୨(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ରେ ଘର ଭାଙ୍ଗିଯାଇଥିବା ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ ଦାବିରେ ସୋମବାର ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ସ୍ବାଇଁଙ୍କୁ ସୋମବାର...

କରୋନା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ପୌର କର୍ମଚାରୀ, ସାଧାରଣରେ ପ୍ରଶଂସା

ଖୋର୍ଦ୍ଧା ଅଫିସ, ୭ା୪: କରୋନା ଭୁତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ରହିଛି। ଏଥିଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।...

୨୧୦ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବ

ଖୋର୍ଦ୍ଧା ଅଫିସ,୩୦।୩: କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ଲାଗି ଖୋର୍ଦ୍ଧା ଜିଲାର ୧୯୦ ପଞ୍ଚାୟତ, ଖୋର୍ଦ୍ଧା, ଜଟଣୀ ପୌରାଞ୍ଚଳ, ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୨୧୦ଟି...

Leave a comment

Your email address will not be published. Required fields are marked *