ମା’ଙ୍କୁ ପିଟି ହତ୍ୟା: ପୁଅ ଗିରଫ

ବଇଣ୍ଡା, ୧୯ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା ସାହାଜବାହାଳୀ ଗ୍ରାମରେ ସୋମବାର ଅପୂର୍ଣ୍ଣା ବେହେରା(୬୦)ଙ୍କୁ ତାଙ୍କ ପୁଅ ଆର୍ତ୍ତତ୍ରାଣ ବେହେରା ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବଡ଼ ପୁଅ ଅନ୍ତର୍ଯ୍ୟାମୀ ବେହେରାଙ୍କ ଅଭିଯୋଗ କ୍ରମେ ପୋଲିସ ୭୪/୨୦ରେ ମାମଲା ରୁଜୁ କରି ଆର୍ତ୍ତତ୍ରାଣଙ୍କୁ ଗିରଫ କରିଛି। ପୋଲିସ କହିଛି, ଆର୍ତ୍ତତ୍ରାଣ ମଦ୍ୟପାନ କରି ଘରେ ମା’ଙ୍କ ସହ ପାଟିତୁଣ୍ଡ କରିବା ସହ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ। ପରିବାର ଲୋକେ ଅପୂର୍ଣ୍ଣାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କିଶୋରନଗର ପରେ ରେଢାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅପୂର୍ଣ୍ଣାଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।


All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ପାଟବେଡ଼ାବାସୀ:ସ୍ବଚ୍ଛ ପାଣି, ଭଲ ରାସ୍ତା ଅପେକ୍ଷାରେ ୯୦ ପରିବାର

ଖମାର, ୧୫।୧୨ ସର୍ବନିମ୍ନ ସୁବିଧାରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ହୋଇ ରହିଛନ୍ତି ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଶଙ୍ଖମୁର ପଞ୍ଚାୟତ ଅଧୀନ ପାଟବେଡ଼ା ଗ୍ରାମବାସୀ। ସ୍ବଚ୍ଛ...

ଭାଲୁ କାମୁଡ଼ାରେ ଜଣେ ଗୁରୁତର

ପାଲଲହଡ଼ା, ୨୨ା୪(ଡି.ଏନ.ଏ.)- ପାଲଲହଡ଼ା ଉପଖଣ୍ଡ ଖମାର ଥାନା ବଡସଡା ପଞ୍ଚାୟତ ଗୋପୀନାଥପୁର ଗ୍ରାମର ଅର୍ଜୁନ ପୂର୍ତ୍ତି(୪୦) ବୁଧବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ପୂର୍ବାହ୍ନ...

ମୌଳିକ ସୁବିଧା କଥା ବୁଝିଲାନି ପ୍ରଶାସନ:ହଷ୍ଟେଲ ଛାଡ଼ିଲେ ୧୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରୀ

ପାଲଲହଡା,୧୨।୧୧(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡା ବ୍ଲକ ନଗିରା ପଞ୍ଚାୟତରେ ଥିବା ସିବିଡା ଶିକ୍ଷା ନିକେତନର ୧୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରୀ ଦୀର୍ଘଦିନରୁ ଲାଗି ରହିଥିବା ଅବ୍ୟବସ୍ଥା...

ରାଇନାଳୀ ଗ୍ରାମରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ବଇଣ୍ଡା,୧୫।୧୦(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ହଣ୍ଡପା ରେଞ୍ଜ ରାଇନାଳୀ ଗ୍ରାମରେ ଗତ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ଫଳରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ନିକଟସ୍ଥ ଜଙ୍ଗଲରୁ...

୭ରୁ ଅଙ୍ଗାରବନ୍ଧ ମହିମା ଆଶ୍ରମରେ ମାଘମେଳା

ଅନୁଗୋଳ ଅଫିସ୍‌, ୨୯।୧ – ଅନୁଗୋଳର ଅଙ୍ଗାରବନ୍ଧ ମହିମା ଆଶ୍ରମରେ ମାଘ ମେଳା ଆସନ୍ତା ୭ ତାରିଖରୁ ଆରମ୍ଭ ହେବ। ଏହାର ସୁପରିଚାଳନା ପାଇଁ ମଙ୍ଗଳବାର...

ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ: ଅପ୍‌ଡେଟ ହେଉନି ନିରାମୟ ସୂଚନା

ଅନୁଗୋଳ ଅଫିସ, ୧୨।୮: ବିଭିନ୍ନ ସମୟରେ ଅନେକ କାରଣକୁ ନେଇ ବିବାଦରେ ରହୁଥିବା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଚର୍ଚ୍ଚାରେ।...

ଗାଁ ଭିତରକୁ ପଶିଲା ପିଟିସି ଗୁଳି

ଅନୁଗୋଳ ଅଫିସ/ବନ୍ତଳା, ୧୨।୫ ଅନୁଗୋଳସ୍ଥିତ ପୋଲିସ ଟ୍ରେନିଂ କଲେଜ (ପିଟିସି)ରେ ସୋମବାର ଗୁଳି ଚାଳନା ପ୍ରଶିକ୍ଷଣ ବେଳେ ନିକଟସ୍ଥ ଶରଧାପୁର ଗାଁର ମହିଳା ପୁଷ୍ପଲତା ନାଏକ(୪୮)ଙ୍କ...

ଭରତପୁର କୋଇଲା ଖଣି ଦୁର୍ଘଟଣା: ଏମ୍‌ସିଏଲ୍‌ର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ

ତାଳଚେର,୨୯ା୭(ନି.ପ୍ର.) ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲ୍‌ଡସ ଲିମିଟେଡ (ଏମ୍‌ସିଏଲ୍‌)ର ଭରତପୁର କୋଇଲା ଖଣିରେ ଗତ ୨୩ ତାରିଖ ରାତିରେ ଘଟିଥିବା ଦୁର୍ଘଟଣାରେ ଏଯାଏ ୩ଜଣଙ୍କ...

Leave a comment

Your email address will not be published. Required fields are marked *