Posted inକଟକ

ବାତ୍ୟା ଅମ୍ଫନ ମୁକାବିଲା ପାଇଁ ସଦର ବିଧାୟକଙ୍କ ସମୀକ୍ଷା

ନିଶ୍ଚିନ୍ତକୋଇଲି,୧୯।୫(ସ୍ବ.ପ୍ର)-ସମ୍ଭାବ୍ୟ ବାତ୍ୟା ଅମ୍ଫନ୍‌କୁ ଦୃଷ୍ଟିରେ ରଖି ମଙ୍ଗଳବାର ନିଶ୍ଚିନ୍ତକୋଇଲି ବ୍ଲକ ତଥା କଟକ ସଦର ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୧୪ ପଞ୍ଚାୟତକୁ ନେଇ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଏକ ସମୀକ୍ଷା ବୈଠକ କରିଛନ୍ତି। ନିଶ୍ଚିନ୍ତକୋଇଲି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ସବିତା ଓଝା ଅଧ୍ୟକ୍ଷତା କରିଥିଲେ। ପଞ୍ଚାୟତରେ ସ୍ବାସ୍ଥ୍ୟସେବା ଠିକ୍‌ ଅଛି କି ନାହିଁ, ରିଲିଫ୍‌ ସାମଗ୍ରୀ ତଥା ଜରୁରୀକାଳିନ ସେବା ପାଇଁ କି ପ୍ରକାର ବ୍ୟବସ୍ଥା କରାଯାଇଛି ଉପସ୍ଥିତ ଅଫିସରଙ୍କ ସହ ବିଧାୟକ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡିଓ କର୍ଣ୍ଣଦେବ ସମାଦ୍ଦାର, ତହସିଲଦାର ଜିତେନ୍ଦ୍ର ପାତ୍ର, ଏବିଡିଓ ସୁଶାନ୍ତ ରଣା, ମେଡିକାଲ ଅଫିସର ଅମିତ୍‌ ଜେନା, ବ୍ଲକ ସହକାରୀ ଯନ୍ତ୍ରୀ ଅଶୋକ ନାୟକ, ବେଳାଭୂମି ସାହୁ, ସମତା ଦେବତା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସରପଞ୍ଚ ସରୋଜ ବେହେରା, ମିନକେତନ ସ୍ବାଇଁ, ସରପଞ୍ଚ ପ୍ରତିନିଧି ନୃସିଂହଚରଣ ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ।


All Right Reserved By Dharitri.Com

Posted inକଟକ View All

କାଠଯୋଡ଼ିକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ନରାଜ, ୨୩।୧୦ (ଡି.ଏନ.ଏ.): ତ୍ରିଶୁଳିଆ ନିକଟରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ଉପରୁ କାଠଯୋଡ଼ି ନଦୀକୁ ଡେଇଁ ପଡିଥିବା ଯୁବକଙ୍କ ମୃତଦେହ ଉଦ୍ଧାର...

ବାଗଲପୁର, କଣ୍ଟାପଡ଼ାଠାରେ ମୁଖ୍ୟରାସ୍ତା ଲକଡାଉନ

କଣ୍ଟାପଡ଼ା,୨।୪(ଡି.ଏନ.ଏ.): ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ କଟକ ଜିଲାରୁ ନମାଜି ଯୋଗ ଦେଇଥିବା ସମ୍ପର୍କରେ ଖବର ପ୍ରଚାରିତ ହେବାପରେ କଟକ ଜିଲାର ବିଭିନ୍ନ ଅଞ୍ଚଳରେ ଭୟର ବାତାବରଣ...

ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ୍‌ ବିଭାଗ ଜୁନିୟର ଇଞ୍ଜିନିୟର

କଟକ ଅଫିସ,୨୨।୧୧: ଲାଞ୍ଚ ନେବାବେଳେ କଟକ ଗୋଡ଼ିସାହି ବିଦ୍ୟୁତ୍‌ ବିଭାଗ ଜୁନିୟର ଇଞ୍ଜିନିୟର ଭବାନୀ ଶଙ୍କର ମହାନ୍ତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମଙ୍ଗଳାବାଗର ବିଜୟ ପାତ୍ରଙ୍କଠାରୁ...

ପୌରପାଳିକା ତରଫରୁ ଗରିବଙ୍କୁ ଖାଦ୍ୟ ବଣ୍ଟନ

ଚୌଦ୍ୱାର,୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ନ ବ୍ୟାପିବା ପାଇଁ ଚୌଦ୍ୱାର ସହର ଲକ୍‌ଡାଉନ ଭିତରେ ରହିଛି। ନିହାତି ଆବଶ୍ୟକତା ନ ଥିଲେ ଘରୁ ବାହାରିବାକୁ ନିଷେଧ...

ଅସୁସ୍ଥ ହାତୀର ସ୍ବାସ୍ଥ୍ୟରେ ଉନ୍ନତି

ନରାଜ,୨୮।୯(ଡି.ଏନ୍‌.ଏ.): ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ବାଅଁ।ରାଠାରେ ଗୁରୁବାରଠାରୁ ଏକ ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିଲା। ଚିକିତ୍ସକ ଓ ବନ ବିଭାଗ ରାତିତମାମ ଜଗରହି ଚିକିତ୍ସା କରିବାରୁ ଶୁକ୍ରବାର...

ପୋଲିସ ଡିଜିଙ୍କ ସହ ଆଇଏମ୍‌ଏ ପ୍ରତିନିଧିଙ୍କ ଆଲୋଚନା: ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଗୁରୁତ୍ୱ

କଟକ ଅଫିସ୍‌,୨୬।୪: କରୋନା ଭୂତାଣୁକୁ ମୁକାବିଲା କରିବାରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ପ୍ରମୁଖ ଭୂମିକା ନେଉଛନ୍ତି। ହେଲେ ରାଜ୍ୟର ଅନେକ ସ୍ଥାନରେ ସେମାନେ ଅସଦାଚରଣ...

ସର୍ବଭାରତୀୟ ପୋଲିସ ବ୍ୟାଣ୍ଡ ପ୍ରତିଯୋଗିତାରେ ଓଡ଼ିଶା ୩ୟ :ସଫଳତା ପରେ ଡିଜିପିଙ୍କୁ ଭେଟିଲା ପୋଲିସ ବ୍ୟାଣ୍ଡ୍‌ ଦଳ

କଟକ ଅଫିସ,୧।୩: ରେଳ ସୁରକ୍ଷା ବଳ ଆନୁକୂଲ୍ୟରେ ତେଲେଙ୍ଗାନାର ସିକନ୍ଦରାବାଦ୍‌ସ୍ଥିତ ରେଳ ସୁରକ୍ଷା ବଳ ସ୍ପୋର୍ଟସ କମ୍ପ୍ଳେକ୍ସଠାରେ ଗତ ୧୯ରୁ ୨୩ତାରିଖ ପର୍ଯ୍ୟନ୍ତ ୨୦ତମ ସର୍ବଭାରତୀୟ...

ଭେଡେନ୍‌ ଗଣବଳାତ୍କାର, ହତ୍ୟା ମାମଲା: ମାନବିକ ଅଧିକାର ଉଲ୍ଲଂଘନ କରିଛି ପୋଲିସ: ଓଏଚ୍‌ଆର୍‌ସି

କଟକ ଅଫିସ, ୨୬।୯: ବରଗଡ ଜିଲା ଭେଡେନ୍‌ ଥାନା ଅଞ୍ଚଳରେ ଘଟିଥିବା ତିନି ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ଦୁଇ ଜଣଙ୍କୁ ହତ୍ୟା ଘଟଣାରେ ରାଜ୍ୟ...

Leave a comment

Your email address will not be published. Required fields are marked *