ଓଟିଟି ପ୍ଲାଟଫର୍ମରେ ଦିଶାଙ୍କ ‘ମଲଙ୍ଗ’

ମୁମ୍ବାଇ: ବଲିଉଡ୍‌ର ହଟ୍‌ ନାୟିକା ଦିଶା ପାଟନୀଙ୍କ ଫିଲ୍ମ ‘ମଲଙ୍ଗ’ ଯେତେବେଳେ ଗତ ଫେବୃୟାରୀରେ ରିଲିଜ୍‌ ହୋଇଥିଲା ସେତେବେଳେ ଦିଶାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏଥିରେ ଦିଶାଙ୍କ ବୋଲ୍ଡ ଲୁକ୍‌କୁ ୟଙ୍ଗ ଅଡିୟନ୍ସ ଖୁବ୍‌ ପସନ୍ଦ କରିଥିଲେ। ଏହା ଏବେ ଅର୍ଥାତ୍‌ ମେ’ ୧୫ରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି। ଯାହା ଦିଶାଙ୍କ ପାଇଁ ନୂଆ ପ୍ରଶଂସା ଆଣିଦେଇଛି। ନେଟଫ୍ଲିକ୍ସରେ ଚାଲୁଥିବା ଫିଲ୍ମ ମଧ୍ୟରେ ଦିଶାଙ୍କ ଏହି ଫିଲ୍ମ ଶୀର୍ଷରେ ଥିବା ଫିଲ୍ମ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି। ଏହା ଏବେ ନମ୍ବର # 1ରେ ଟ୍ରେଣ୍ଡ କରୁଚି। ଦର୍ଶକେ ଆଜିବି ‘ମଲଙ୍ଗ’ରେ ଦିଶାଙ୍କ ଲୁକ୍‌କୁ ବେଶ୍‌ ପ୍ରଶଂସା କରୁଛନ୍ତି। ଏହି ଫିଲ୍ମ ଏକ ରୋମାଣ୍ଟିକ ମନୋବୈଜ୍ଞାନିକ ଥ୍ରୀଲର ଫିଲ୍ମ। ଯେଉଁଥିରେ ଦିଶାଙ୍କ ଅବତାର ସ୍କ୍ରିନ ଉପରେ ଚମକ ଭରି ଦେଉଛି ବୋଲି ଦର୍ଶକେ ମତ ରଖିଛନ୍ତି। ଏଥିରେ ଦିଶାଙ୍କ ବିକିନି ଲୁକ୍‌ କୁହନ୍ତୁ ଅବା ଡ୍ୟାନ୍ସ ନମ୍ବର ସବୁଥିରେ ମତୁଆଲା ହୋଇଛନ୍ତି ଦର୍ଶକେ। ଫେବୃୟାରୀରେ ରିଲିଜ୍‌ ସମୟରେ ଦିଶା ଏହାକୁ ନେଇ ଯେତିକି ପ୍ରଶଂସା ପାଇଥିଲେ ଏବେବି ତାହା କମ୍‌ ହୋଇ ନ ଥିବା ଲକ୍ଷ୍ୟ କରାଯାଇଛି। ଏହା ଯେମିତି ଦିଶାଙ୍କ ପାଇଁ ଦ୍ୱିତୀୟ ରିଲଜ୍‌ ବୋଲି କୁହାଯାଉଛି।


All Right Reserved By Dharitri.Com

ଶାହାରୁଖ କି ଅମୀର ନୁହନ୍ତି, ଏହି ଖାନ୍‌ଙ୍କୁ ଅଧିକ ପସନ୍ଦ କରନ୍ତି କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ପ୍ରାୟ ସମସ୍ତ ବଡ଼ ଆକ୍ଟରଙ୍କ ସହିତ କାମ କରିଛନ୍ତି। କିନ୍ତୁ ଜଣେ ଖାନ୍‌ଙ୍କୁ ସେ ବହୁତ ପସନ୍ଦ କରନ୍ତି।...

ଶାହାରୁଖ୍‌ଙ୍କୁ ସାନିଟାଇଜର ଦେଇ କରୋନା ସଚେତନତା ବାର୍ତ୍ତା ଦେଲେ କାଜଲ

କରୋନା ଭାଇରସ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମହାମାରୀ ଘୋଷିତ କରାଯାଇଛି। ଏହାକୁ ନେଇ ଭାରତରେ ମଧ୍ୟ ଆତଙ୍କ ଖେଳିଯାଇଛି। ଏ ନେଇ ସରକାର ଲୋକଙ୍କୁ...

କରୀନାଙ୍କ ଡାଏଟ୍‌ ପ୍ଲାନ୍‌

କରୀନାଙ୍କୁ ସ୍କ୍ରିନ୍‌ରେ ଦେଖିବା କ୍ଷଣି ଫ୍ୟାନଙ୍କ ମନରେ ପ୍ରଶ୍ନ ଉଠେ କ’ଣ ଖାଉଛନ୍ତି? ଏତେ ସୁନ୍ଦର ଆଉ ସ୍ଲିମ୍‌ ରହୁଛନ୍ତି। ତେବେ ଜାଣନ୍ତୁ ତାଙ୍କ ଡାଏଟ୍‌...

ଇନ୍ଦ୍ରଧନୁ ଓ ରଣବୀର

ରଣବୀର ସିଂ ଏବଂ ଇନ୍ଦ୍ରଧନୁ-ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା। ବର୍ତ୍ତମାନ ସେ କପିଳ ଦେବଙ୍କ ବାୟୋପିକ୍‌ ‘ଏଇଟିଥ୍ରୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ...

ପିତାଙ୍କ ଫଟୋ ଶେୟାର କରି ଭାବୁକ ହେଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବେ ପୋଲାଣ୍ଡରେ ଅଛନ୍ତି। ସେଠାରୁ ସେ ତାଙ୍କ ପିତା ତଥା ଭାରତର ମହାନ୍‌ କବି ହରିବଂଶ ରାୟ ବଚ୍ଚନଙ୍କ...

ଫିଲ୍ମ ‘ରାଧେ’ରେ ୩ ଖଳନାୟକଙ୍କୁ ସାମ୍ନା କରିବେ ସଲମାନ

ମୁମ୍ବାଇ: କରୋନା ଭାଇରସକୁ ସାମ୍ନା କରୁଥିବା ସାରା ବିଶ୍ୱ ଏବେ ଏହି ମହାମାରୀ କବଳରୁ ରକ୍ଷା ପାଇବାକୁ ଚାହୁଁଛି। ଏହି ସମୟରେ ବଲିଉଡ୍‌ ମଧ୍ୟ ତା’ର...

କ୍ୟାମେରାରେ ଧରାପଡ଼ିଲା କ୍ୟାଟ୍ରିନା-ଭିକିଙ୍କ ଲୁଚାଛପା ପ୍ରେମ

ରବିବାର ରାତିରେ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଫିଲ୍ମ ନିର୍ମାତା ଆରତି ସେଟ୍ଟୀଙ୍କ ମୁମ୍ବାଇସ୍ଥିତ ଘରେ ପହଞ୍ଚିଥିଲେ। ଦୁଇଜଣ ଅଲଗା ଅଲଗା କାର୍‌ରେ ଯାଇଥିଲେ...

ଅକ୍ଟୋବର ୨ରେ ‘ଓ୍ବାର’ ରିଲିଜ

ମୁମ୍ବାଇ: ଟାଇଗର ଶ୍ରଫ୍‌ ଓ ହ୍ରିତିକ୍‌ ରୋଶନଙ୍କ ଅପ୍‌କମିଂ ଆକ୍ସନ ଫିଲ୍ମ ‘ଓ୍ବାର’ ଅକ୍ଟୋବର ୨ରେ ରିଲିଜ ହେବାକୁ ଯାଉଛି। ଏହା ହିଟ୍‌ ହେବା ବହୁ...

Leave a comment

Your email address will not be published. Required fields are marked *