ବୁଢ଼ୀ ଠାକୁରାଣୀ ମନ୍ଦିରରୁ ଚୋରି: ରୁପା ଅଳଙ୍କାର, ଦାନ ହୁଣ୍ଡି ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୧୯।୫: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ଥିବା ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ୩ଟି ଗେଟର ତାଲା ଭାଙ୍ଗି ମା’ ଠାକୁରାଣୀ ପରିଧାନ କରିଥିବା ସମସ୍ତ ରୁପା ଅଳଙ୍କାର ଓ ଦାନ ହୁଣ୍ଡି ଚୋରିକରି ନେଇଯାଇଛନ୍ତି । ନୂତନ ଭାବେ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ଚୋର ଗ୍ୟାଙ୍ଗ ଲକ୍‌ଡାଉନର ସୁଯୋଗ ନେଇ ମନ୍ଦିରରୁ ରୁପା ଅଳଙ୍କାର ଓ ଦାନ ହୁଣ୍ଡି ନେଇଯାଇଛନ୍ତି । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ କରୁଛି। ଏ ନେଇ ଥାନା ଅଧିକାରୀ ସନ୍ତୋସିନୀ ଓରାମ ସୂଚନା ଦେଇଛନ୍ତି । ମନ୍ଦିରରୁ ଦୁର୍ବୃତ୍ତମାନେ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାର ସାମଗ୍ରୀ ଓ ଦାନ ହୁଣ୍ଡିରେ ଥିବା ଟଙ୍କା ଚୋରିକରି ନେଇଯାଇଥିବା ନେଇ ମନ୍ଦିର ଟ୍ରଷ୍ଟି ଗୋପାଳ ସାହୁ ସୂଚନା ଦେଇଛନ୍ତି ।


All Right Reserved By Dharitri.Com

ଗୋଖାଦ୍ୟ ବୋଝେଇ ଟ୍ରକ୍‌ରେ ୪ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଚାଲାଣ: ଟ୍ରକ ଜବତ, ୨ ଗିରଫ

କୋରାପୁଟ,୧୫।୧୧(ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗିଠାରେ ଶୁକ୍ରବାର ଏକ ଟ୍ରକରୁ ସ୍ଥାନୀୟ ପୋଲିସ ଦ୍ୱାରା ୪ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଛି। ଗୋଖାଦ୍ୟ ସାମଗ୍ରୀ ନେଇ...

୩ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ୮୦ ହଜାର ଲୁଟ୍‌: * ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ

ଧରାକୋଟ,୨୮ା୫(ଡି.ଏନ.ଏ.)- ଧରାକୋଟ ଥାନା ବାଦଗଡ଼ ଗ୍ରାମ ଛକ ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଲୁଟ୍‌ ହୋଇଛି। ୩ ବ୍ୟବସାୟୀଙ୍କ ଠାରୁ ଖଣ୍ଡା...

୨ ପ୍ରବାସୀଙ୍କୁ ଅଧାବାଟରେ ଛାଡ଼ିଲା ପ୍ରଶାସନ: ଚିଲିକା କୂଳରେ ରାତି କଟିଲା

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୨୨ା୫(ଡି.ଏନ.ଏ.)- ମହାରାଷ୍ଟ୍ରରୁ ଆସିଥିବା ୨ ପ୍ରବାସୀ ଓଡ଼ିଆଙ୍କୁ ଜିଲା ପ୍ରଶାସନ ଗୁରୁବାର ରାତିରେ ଅଧାବାଟରେ ଛାଡ଼ି ଚାଲିଯାଇଛି। ସୂଚନା ଅନୁଯାୟୀ, କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମଏଁଷା...

ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ନୟାଗଡ଼ ଅଫିସ,୪।୧୦: ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଦ୍ୱିତୀୟ ମହଲା ସାଧାରଣ ଓ ବିବିଧ ଉପବିଭାଗ ( ଜେନେରାଲ ଆଣ୍ଡ ମିସ୍‌ ସେକ୍ସନ)ରେ ଶୁକ୍ରବାର...

ନିରାଡ଼ମ୍ବରରେ ପାଳିତ ହେଲା ନୃସିଂହନାଥଙ୍କ ବୈଶାଖ ମେଳା

ପାଇକମାଲ,୭।୫(ଡି.ଏନ.ଏ)- ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ବୁଧବାର ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ତଥା ବୈଶାଖ ମେଳା ନିରାଡ଼ମ୍ବରରେ ପାଳିତ ହୋଇଯାଇଛି ।...

ରଖେ ହରି ମାରେ କିଏ: ପ୍ଲାଟଫର୍ମ -ଟ୍ରେନ ମଝିରେ ଫସି ରହିଲେ ଯୁବତୀ

ବାରିପଦା ଅଫିସ,୧୯ା୧୧- କଥାରେ ଅଛି ରଖେ ହରି ମାରେ କିଏ। ମୟୂରଭଞ୍ଜ ଜିଲା ବାରିପଦା ସହର ଭଞ୍ଜପୁର ରେଳଷ୍ଟେଶନରେ ସୋମବାର ଘଟିଥିବା ଏକ ଘଟଣା ଉପରୋକ୍ତ...

ବଡ଼ରମା ରେଞ୍ଜରେ ମାଈହାତୀର ମୃତ୍ୟୁ

ଜମନକିରା,୮।୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ବଡ଼ରମା ରେଞ୍ଜ ପଥୁରିଆରେ ଶନିବାର ଏକ ମାଈହାତୀର ମୃତ୍ୟୁ ଘଟିଛି। ବନ ବିଭାଗ...

ଲଘୁଚାପ ବର୍ଷା : ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା

ବ୍ରହ୍ମପୁର ଅଫିସ,୭।୮: ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାରେ ସୋମବାର ରାତିରୁ ପ୍ରବଳ ବର୍ଷା ଲାଗିରହିଛି। ବୁଧବାର ମଧ୍ୟ ଅନବରତ ବର୍ଷା ହେଉଥିବାରୁ ଜନଜୀବନ ପ୍ରଭାବିତ ହୋଇଛି।...

Leave a comment

Your email address will not be published. Required fields are marked *