କରୋନା ଯୋଦ୍ଧାଙ୍କୁ ସରପ୍ରାଇଜ ଗିଫ୍ଟ ଦେଲେ ଆଲିଆ

ମୁମ୍ବାଇ,୧୯।୫: କରୋନା ମହାମାରୀର ସଙ୍କଟ ସମୟରେ ବଲିଉଡ୍‌ ସେଲିବ୍ରିଟିମାନେ ସହଯୋଗର ହାତ ବଢାଇଛନ୍ତି। ପିଏମ୍‌ କେୟାର୍ସ ଫଣ୍ଡରେ ସହାୟତା ରାଶି ଜମା କରିବା ସହ ବ୍ୟକ୍ତିଗତ ଭାବେ ମଧ୍ୟ ଏମାନେ କିଛି କିଛି ସାହାଯ୍ୟ କରିଥିବା ଦେଖାଯାଇଛି। ନିକଟରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ଯୋଦ୍ଧାଙ୍କୁ ଏକ ସରପ୍ରାଇଜ ଗିଫ୍ଟ ଦେଇଥିବା ଜଣାପଡିଛି। ଯେଉଁଥିପାଇଁ ତାଙ୍କୁ ପ୍ରଶଂସା କରାଯାଉଛି।

ମୁମ୍ବାଇର କେଇଏମ୍‌ ହସ୍ପିଟାଲରେ କାମ କରୁଥିବା ଡାକ୍ତର ଶ୍ରୀପଦ ଗଙ୍ଗାପୁରକର ଏକ ଟୁଇଟ୍‌ କରି ଆଲିଆଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାସହ ଆଲିଆ ପଠାଇଥିବା ସରପ୍ରାଇଜ ଗିଫ୍ଟର ଏକ ଫଟୋ ମଧ୍ୟ ସେ ଶେୟାର କରିଛନ୍ତି। ଯେଉଁଥିରେ ରହିଛି ଏକ ଚକୋଲେଟ୍‌ ବାର୍‌, ସ୍ବିଟ ବନ୍‌, ଡ୍ରିଙ୍କ ସହ କିଛି ସ୍ନାକ୍ସ। ଏହାସହ ଉକ୍ତ ବକ୍ସରେ ଏକ କାଗଜରେ ଆଲିଆ ଲେଖିଛନ୍ତି, ‘ଧନ୍ୟବାଦ ଆପଣମାନେ ଯାହା ବି କରୁଛନ୍ତି ଲୋକଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖୁଛନ୍ତି। ଆପଣ ଅସଲ ହିରୋ।’ଏଥିପାଇଁ ଡାକ୍ତର ଶ୍ରୀପଦ ଗଙ୍ଗାପୁରକର ଆଲିଆଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାସହ ଡାକ୍ତର ଲେଖିଛନ୍ତି କରୋନା ସଙ୍କଟ ସମୟରେ ଆପଣଙ୍କ ଏହି ସରପ୍ରାଇଜ ଗିଫ୍ଟ ଖୁବ୍‌ ନିଆରା। ଜଣାପଡିଛି କି ଏହି ସରପ୍ରାଇଜ୍‌ ଗିଫ୍ଟ ଆଲିଆ ମୁମ୍ବାଇରେ କାର୍ଯ୍ୟରତ ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଦେଇଛନ୍ତି। ତାଙ୍କର ଏହି କାମ ପାଇଁ ପ୍ରଶଂସକମାନେ ଆଲିଆଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି।

 


All Right Reserved By Dharitri.Com

ଶେହଲା ରଶିଦଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ

ଶ୍ରୀନଗର,୬।୯: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ପୂର୍ବତନ ଛାତ୍ରୀ ତଥା ଜମ୍ମୁ-କଶ୍ମୀରର ରାଜନେତା ଶେହଲା ରଶିଦଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ସେନା ବିରୋଧ ଅପପ୍ରଚାର...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ପୁଞ୍ଚ୍‌ରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧।୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ପୁଞ୍ଚ୍‌ର ଶାହପୁର ଏବଂ କରନି ସେକ୍ଟରରେ ପାକିସ୍ତାନ ମୋର୍ଟାର ଶେଲିଂ ମାଡ଼...

ଗୋଆରେ ମିଳୁଛି ‘ଉର୍ବଶୀ ରୌଟେଲା-ଶଟ୍‌’

ମୁମ୍ବାଇ: ବି-ଟାଉନ୍‌ ତାରକାଙ୍କୁ ନେଇ କ୍ରେଜ୍‌ କିଛି ନୂଆ କଥା ନୁହେଁ। ନିଜ ମନପସନ୍ଦ ଅଭିନେତ୍ରୀ, ଅଭିନେତାଙ୍କ ପାଇଁ ବେଳେ ବେଳେ ଫ୍ୟାନ୍‌ମାନେ କିଛି ବି...

ଲକ୍‌ଡାଉନ୍‌ ପରେ କାର୍ଯ୍ୟରେ ଯୋଗଦେବାକୁ ଚାହାନ୍ତି ୯୩% କର୍ମଚାରୀ: ୫୯% ସ୍ବାସ୍ଥ୍ୟ ସଚେତନକୁ ଦେଉଛନ୍ତି ଗୁରୁତ୍ୱ

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଆଶଙ୍କା ଯୋଗୁ ଗତ ମାର୍ଚ୍ଚ ୨୫ରୁ ସାରାଦେଶରେ ଲକ୍‌ଡାଉନ ଜାରି ରହିଛି। ଏହା ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଲକ୍‌ଡାଉନ...

ଭୋକରେ ଫେରୁଥିବା ନିର୍ଯାତିତ ଶ୍ରମିକ ଆଶ୍ରୟସ୍ଥଳରେ ଭର୍ତ୍ତି, ଠିକାଦାରଙ୍କ ନାମରେ ମାମଲା

ସୋନପୁର,୧୬।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କୋଠାବାଡି ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ...

ସୁପ୍ରିମକୋର୍ଟ ଗଲେ ବିନୟ ଶର୍ମା

ନୂଆଦିଲ୍ଲୀ,୧୨ା୨(ପି.ଟି.): ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତି ତାଙ୍କ ରାଜକ୍ଷମା ଆବେଦନ ଖାରଜ କରିବା ପରେ ବିନୟ...

ଆନ୍ଧ୍ରରୁ ସମୁଦ୍ର ପଥରେ ଫେରିଲେ ୧୬ ନୋଳିଆ

କୋଣାର୍କ,୧୨।୫(ଡି.ଏନ୍‌.ଏ.): ଆନ୍ଧ୍ରରୁ ସମୁଦ୍ର ପଥଦେଇ ମଙ୍ଗଳବାର ଭୋର ୫ଟା୩୦ରେ ୧୬ଜଣ ନୋଳିଆ ଚନ୍ଦ୍ରଭାଗାରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରୁ ପୁରୀ ନୋଳିଆ ସାହିର ୫ ଓ ଚନ୍ଦ୍ରଭାଗା...

କଂଗ୍ରେସରେ ଅନ୍ତଃକନ୍ଦଳ: ନିଜ ପୁଅର ପରାଜୟ ପାଇଁ ପାଇଲଟଙ୍କୁ ଦାୟୀ କଲେ ଗେହଲଟ

ଜୟପୁର,୪।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାଜସ୍ଥାନ କଂଗ୍ରେସରେ ଅନଃକନ୍ଦଳ ଦେଖାଦେଇଛି। କଂଗ୍ରେସ ରାଜସ୍ଥାନରେ ବିଧାନସଭା ଆସନରୁ ବିଜୟ ଲାଭ କରିଥିବା ବେଳେ...

Leave a comment

Your email address will not be published. Required fields are marked *