୧୪ ଜଣଙ୍କୁ ସେକ୍ଟର ଅଫିସର ଦାୟିତ୍ୱ

କଟକ ଅଫିସ,୧୮ା୫: ବାତ୍ୟା ‘ଅମ୍ଫନ୍‌’ର ମୁକାବିଲା ପାଇଁ କଟକ ମହାନଗର ନିଗମ (ସିଏମ୍‌ସି) ତତ୍ପର ହୋଇପଡ଼ିଛି। ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ଏନେଇ ଜରୁରୀ ବୈଠକ ବସିଛି। ‘ଅମ୍ଫନ୍‌’ ମୁକାବିଲା ପାଇଁ ୧୪ ଜଣଙ୍କୁ ସେକ୍ଟର ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ପ୍ରତ୍ୟେକଙ୍କୁ ୪ଟି ଲେଖାଏଁ ୱାର୍ଡର ଦାୟିତ୍ୱ ଦିଆଯାଇଛି। ସେକ୍ଟର ଅଫିସର ସେମାନଙ୍କ ୱାର୍ଡରେ ଜଣେ ଲେଖାଏ ଯନ୍ତ୍ରୀ, କମ୍ୟୁନିଟି ଅର୍ଗାନାଇଜର୍‌ ଓ ସାନିଟାରୀ ଇନ୍ସପେକ୍ଟରଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ପରିଚାଳନା ସହ ସବୁ ଅଧିକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହାଛଡ଼ା ୯୯ଟି ବସ୍ତି ଅଞ୍ଚଳର ତାଲିକା ପ୍ରସ୍ତୁତ କରାଯାଇଛି। ଉକ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ୮୪ଟି ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯାଉଛି। ସହରରେ ଏହି ସମୟରେ ବର୍ଷା ଜଳ ନିଷ୍କାସନକୁ ଗୁରୁତ୍ୱ ଦିଆଯାଇଛି। ସୋମବାର ଖାନନଗର, ମାତୃଭବନ ଭଳି ସମସ୍ତ ସ୍ଲୁଇସ୍‌ ଗେଟ୍‌ ଓ ଜିରୋ ପଏଣ୍ଟକୁ ଖୋଲାଯାଇଛି। ଜାଇକା ସମେତ ଅଗ୍ନିଶମ ବିଭାଗ ଓ ସିଏମ୍‌ସିର ପାଖାପାଖି ଶତାଧିକ ପମ୍ପ ସେଟ୍‌ ଓ ଜେନେରେଟର୍‌ ପ୍ରସ୍ତୁତଥିବା କମିଶନର ଅନନ୍ୟା ଦାସ କହିଛନ୍ତି।


All Right Reserved By Dharitri.Com

ପର୍ଯ୍ୟଟନକେନ୍ଦ୍ରରେ ଅସ୍ବାସ୍ଥ୍ୟକର ପରିବେଶ: ବଣଭୋଜି ପରେ ଉଠାଯାଉନି ଖଲିପତ୍ର

ଦାରିଙ୍ଗବାଡ଼ି,୧୨।୧୨(ଡି.ଏନ.ଏ.)-ଦାରିଙ୍ଗବାଡ଼ିରବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରରେ ଏବେ ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛି। ଦୈନିକ ଶତାଧିକ ପର୍ଯ୍ୟଟକ ଆସି ବଣଭୋଜି କରି ଭରପୁର ମଜା ଉଠାନ୍ତି। ଶନିବାର ଏବଂ ରବିବାର...

ଜାଲ ଟିକଟ ବିକ୍ରି ଅଭିଯୋଗରେ ୨ ଗିରଫ

ବାଲେଶ୍ୱର ଅଫିସ,୨୩।୧-ଜାଲ ଟିକଟ ବିକ୍ରି କରୁଥିବା ଅଭିଯୋଗରେ ରେଲୱେ ଡିଭିଜନାଲ ଟାସ୍କଫୋର୍ସ ଟିମ୍‌ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସୋର ଅଞ୍ଚଳର ଜଗନ୍ନାଥ ଦାସ...

ଟ୍ରେନ୍‌ରେ ଡକାୟତି ଯୋଜନା: ଗ୍ୟାଙ୍ଗର ୬ ଗିରଫ

ବ୍ରହ୍ମପୁର ଅଫିସ,୩ା୬ : ବ୍ରହ୍ମପୁର ରେଳବାଇ ପୋଲିସ ଶନିବାର ବିଳମ୍ବିତ ରାତିରେ ୪ ନମ୍ବର ପ୍ଲାଟଫର୍ମରୁ କୋଣାର୍କ ଏକ୍ସପ୍ରେସରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡଙ୍କ...

ଏଫ୍‌ଇଏସ୍‌ ଦେଲା ସୁରକ୍ଷା ସାମଗ୍ରୀ

ଅନୁଗୋଳ ଅଫିସ, ୨୮।୪ କରୋନା ବିରୋଧୀ ସଂଗ୍ରାମରେ ପ୍ରମୁଖ ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗର ହାତ ବଢ଼ାଇଛି ଅନୁଗୋଳ ଜିଲାର ଫାଉଣ୍ଡେଶନ ଫର୍‌ ଇକୋଲୋଜିକାଲ ସିକ୍ୟୁରିଟି...

କାର୍‌କୁ ପଛରୁ ପିଟିଲା ଟ୍ରକ୍‌ : ୪ ଗୁରୁତର

ରାୟଗଡ଼ା ଅଫିସ,୧୩।୧୦: ରାୟଗଡ଼ା ଜିଲା ସିରିଗୁଡ଼ା ଛକର କୋଟଲାଗୁଡ଼ାଠାରେ ଏକ ଟ୍ରକ କାର୍‌କୁ ପଛପଟୁ ଧକ୍କା ଦେବାରୁ ୪ ଜଣ ଗୁରୁତର ହୋଇଛନ୍ତି l ସେମାନେ...

୨ ବଙ୍ଗୀୟ ଯୁବକଙ୍କୁ ଧରିନେଲା ପୋଲିସ

ନୂଆଗାଁ, ୧୮।୪ (ଡି.ଏନ.ଏ.)- ଦେଶ ଓ ରାଜ୍ୟ କରୋନା ପାଇଁ ଲକ୍‌ ଡାଉନ ରହିଛି। ହେଲେ ଗୁରୁବାର ସନ୍ଧ୍ୟାରେ ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ବିଶ୍ରା...

ଜଳେଶ୍ୱର ଉପକାରାଗାରରୁ ବିଚାରାଧୀନ ବନ୍ଦୀ ଚମ୍ପଟ

ଜଳେଶ୍ୱର, ୧୭ା୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଜଳେଶ୍ୱର ଉପକାରାଗାରରୁ ଶନିବାର ଅପରାହ୍ନ ୨ଟା ବେଳେ ଏକ ବିଚାରାଧୀନ ବନ୍ଦୀ ଚମ୍ପଟ ମାରିଥିବା ଚର୍ଚ୍ଚା ହେଉଛି।...

କୃଷି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଉପରେ ଗୁରୁତ୍ୱ

ଭୁବନେଶ୍ୱର/ଛତ୍ରପୁର/ରାୟଗଡ଼ାଅଫିସ/ପାରଳାଖେମୁଣ୍ଡି,୧୬ା୫: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲାରେ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ବିଭାଗ...

Leave a comment

Your email address will not be published. Required fields are marked *