ଆଦିବାସୀ ଯୁବନେତାଙ୍କ ପରଲୋକ

ଠାକୁରମୁଣ୍ଡା,୧୯ା୫(ଡି.ଏନ୍‌.ଏ.)- ଆଦିବାସୀ ଯୁବ ନେତା ତଥା ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ପଞ୍ଚାୟତ ସମିତି ଅଧୀନ ସାଲେଇବେଡା ପଞ୍ଚାୟତର ସମିତି ସଭ୍ୟ ଅଜୟ କଳୁଣ୍ଡିଆ(୪୬)ଙ୍କ ସୋମବାର ପରଲୋକ ଘଟିଛି। କର୍କଟ ରୋଗରେ ପୀଡିତ ହୋଇ ସେ ଚିକିତ୍ସିତ ହେଉଥିଲେ।
ମୃତ୍ୟୁ ପୂର୍ବରୁ ସ୍ତ୍ରୀ ଓ ପୁଅଙ୍କ ସହ ବାରିପଦାରେ ରହୁଥିଲେ। ତାଙ୍କ ସ୍ତ୍ରୀ ବାରିପଦା ଶିଶୁ କଲ୍ୟାଣ ବିଭାଗର ସୁପରଭାଇଜର ଭାବେ କାର୍ଯ୍ୟ କରନ୍ତି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ହାତୀଗୋଡ଼ାସ୍ଥିତ ବାସଭବନରେ ମରଶରୀର ପହଞ୍ଚିବା ପରେ ଶେଷ ଦର୍ଶନ ନିମନ୍ତେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ଉପାଧ୍ୟକ୍ଷା ସୁଶ୍ରୀ ଜବାମଣି ଟୁଡୁ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ହୋ ସମାଜର ନେତୃମଣ୍ଡଳୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।


All Right Reserved By Dharitri.Com

ମାସ୍କ ତିଆରି କରି ବାଣ୍ଟୁୁଛନ୍ତି ଭାଜପା ନେତ୍ରୀ

ବାରିପଦା ଅଫିସ, ୧୫ା୪- କରୋନା ମହାମାରୀକୁ ଦୂରେଇବା ପାଇଁ ସାରା ରାଜ୍ୟରେ ମାସ୍କ ପିନ୍ଧିବା ନିୟମ କରାଯାଇଛି। ମାସ୍କ ବଦଳରେ ରୁମାଲ ଆଦି ମଧ୍ୟ ମୁହଁରେ...

ଚୋରାକାଠ କାରଖାନାରେ ଚଢ଼ାଉ

ବାରିପଦା ଅଫିସ, ୩।୨-ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ବାଗଦିଆ ଗଉଡଡିଆଠାରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ସେଠାରେ...

ଜେସିବି ମାଡ଼ିଯାଇ ବାଳକ ମୃତ

ବଦଳଦା,୧୬ା୯(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ତିରିଂ ଥାନା ଅନ୍ତର୍ଗତ ଡୁମାତାଣ୍ଡି ଗ୍ରାମରେ ରାସ୍ତାକାମ ଚାଲିଥିବା ବେଳେ ଜେସିବି ମେଶିନ ମାଡ଼ିଯାଇ ରବିବାର ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତ...

ଅମାନିଆଙ୍କୁ ଜରିମାନା

କୁଆମରା, ୬।୫(ଡି.ଏନ.ଏ.)-ଅମାନିଆଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଖୁଣ୍ଟା ଥାନା ପକ୍ଷରୁ ପ୍ରୟାସ ଜାରି ରହିଛି। ବିନା ହେଲମେଟ ଓ ମାସ୍କ ପିନ୍ଧି ନ ଥିବା ବାଇକ...

ଫୁଟିଲା ପାରିଜାତ

ଚିତ୍ରଡ଼ା,୩୦।୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ନୂଆଝାଳିଆ ପଞ୍ଚାୟତ କାନ୍ଦଣା ଗ୍ରାମର ଶିକ୍ଷକ ମେଘନାଦ ସିଙ୍କ ବଗିଚାରେ ବିରଳ ପାରିଜାତ ଫୁଲ ଫୁଟିଛି। ଏହାକୁ...

ଲଘୁ ଖଣିଜ ଖାଦାନ ଉପରେ ୧୪୪ ଧାରା

ଉଦଳା/ଖୁଣ୍ଟା, ୧୮।୮ (ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ଜଙ୍ଗଲ ଇଲାକାରେ ଚାଲିଥିବା ଚୋରା ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ, ଚୋରା ଚାଲାଣ, ପଥର ବ୍ଲାଷ୍ଟିଂ...

ଶିମିଳିପାଳ ବନାଞ୍ଚଳବାସୀଙ୍କୁ ମିଳିବ ଜରୁରୀ ଚିକିତ୍ସାସେବା: ଜିଲା ପ୍ରଶାସନକୁ ନୂତନ ଆମୁଲାନ୍ସ ପ୍ରଦାନ

ବାରିପଦା ଅଫିସ,୬।୧୦- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ଶିମିଳିପାଳ ବନାଞ୍ଚଳବାସୀଙ୍କୁ ଜରୁରୀ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପରିଚାଳିତ,...

କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି

କୁଆମରା, ୨୬।୪(ଡି.ଏନ.ଏ.)-ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ କାଳ ବୈଶାଖୀ ତାଣ୍ଡବ ରଚିଛି ଗୋପବନ୍ଧୁ ନଗର ବ୍ଲକରେ। ପବନ ସାଙ୍ଗକୁ କୁଆପଥର ମାଡ ଓ ମୂଷଳ ଧାରାରେ ବର୍ଷା...

Leave a comment

Your email address will not be published. Required fields are marked *